ETV Bharat / business

ଗ୍ରାମାଞ୍ଚଳ-ପୌର ପ୍ରଶାସନ ପାଇଁ ୧୩,୩୮୫.୭୦ କୋଟି ଜାରି କଲା ଅର୍ଥ ମନ୍ତ୍ରଣାଳୟ

author img

By

Published : Aug 31, 2021, 10:20 PM IST

୫ଟି ରାଜ୍ୟର ଗ୍ରାମାଞ୍ଚଳ ଓ ପୌର ପ୍ରଶାସନ ପାଇଁ ୧୩,୩୮୫.୭୦ କୋଟି ଟଙ୍କା ଜାରି କଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

Ministry of Finance grants Rs 13,385.70 crore to rural local bodies
Ministry of Finance grants Rs 13,385.70 crore to rural local bodies

ନୂଆଦିଲ୍ଲୀ: ସୋମବାର ଅର୍ଥ ମନ୍ତ୍ରଣାଳୟ ୨୫ଟି ରାଜ୍ୟର ଗ୍ରାମାଞ୍ଚଳ ଓ ପୌର ପ୍ରଶାସନ(RLB) ପାଇଁ ୧୩,୩୮୫.୭୦ କୋଟି ଟଙ୍କା ଜାରି କରିଛି । ଏହି ସହାୟତା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବନ୍ଧିତ ଅନୁଦାନ( tied grants)ର ପ୍ରଥମ କିସ୍ତି ଅଟେ । ୧୫ତମ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ ଏହାକୁ ମଞ୍ଜୁର କରାଯାଇଛି । ଏହି ଅନୁଦାନ ଜରିଆରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ସେବାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରହିଛି । ପ୍ରଥମଟି ହେଉଛି ପରିମଳ ଏବଂ ଖୋଲାରେ ମଳମୁକ୍ତ ସ୍ଥିତିର ରକ୍ଷଣାବେକ୍ଷଣ ଏବଂ ଦ୍ବିତୀୟଟି ହେଉଛି ପାନୀୟ ଜଳ, ବର୍ଷା ଜଳ, ସଞ୍ଚୟନ ଏବଂ ଜଳ ପୁର୍ନଃଚକ୍ରଣ ।

ଗ୍ରାମାଞ୍ଚଳ-ପୌର ପ୍ରଶାସନ ପାଇଁ ୧୩, 385.70 କୋଟି ଜାରି କଲା ଅର୍ଥ ମନ୍ତ୍ରଣାଳୟ
ଗ୍ରାମାଞ୍ଚଳ-ପୌର ପ୍ରଶାସନ ପାଇଁ ୧୩, 385.70 କୋଟି ଜାରି କଲା ଅର୍ଥ ମନ୍ତ୍ରଣାଳୟ

ପଞ୍ଚାୟତରାଜ ଅନୁଷ୍ଠାନ ପାଇଁ ଆବଣ୍ଟିତ ମୋଟ ଅନୁଦାନ ମଧ୍ୟରୁ ୬୦ ପ୍ରତିଶତ ବନ୍ଧିତ ଅନୁଦାନ ଅଟେ । ପାନୀୟ ଜଳ, ବର୍ଷା ଜଳ ଅମଳ ଏବଂ ପରିମଳ ବ୍ୟବସ୍ଥା ପାଇଁ ଏହି ଅର୍ଥ ବ୍ୟବହୃତ ହେବ । ଅବଶିଷ୍ଟ ୪୦ ପ୍ରତିଶତ ହେଉଛି ଅନଟାଇଡ ଗ୍ରାଣ୍ଟ । ଯାହା ଦରମା ପ୍ରଦାନ ବ୍ୟତୀତ ପଞ୍ଚାୟତରାଜ ଅନୁଷ୍ଠାନର ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଉପଯୋଗ ହେବ ।

ବନ୍ଧିତ ଅନୁଦାନ ପରିମଳ ଓ ପାନୀୟ ଜଳ ପାଇଁ କେନ୍ଦ୍ର ଓ ରାଜ୍ୟ ଦ୍ବାରା ଆବଣ୍ଟିତ ଅର୍ଥର ଉପଲବ୍ଧତା ସୁନିଶ୍ଚିତ କରିବ । RLB କେନ୍ଦ୍ର ସରକାରଙ୍କ ଠାରୁ ୧୦ଟି କାର୍ଯ୍ୟ ଦିବସ ମଧ୍ୟରେ ଅନୁଦାନ ଗ୍ରହଣ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.