ETV Bharat / business

‘ବଢିବ ଆର୍ଥିକ ଚ୍ୟାଲେଞ୍ଜ, 4.8 ପ୍ରତିଶତକୁ ଖସିବ ଜିଡିପି’

author img

By

Published : Apr 9, 2020, 8:09 PM IST

ପୂର୍ବ ତୁଳନାରେ ଭାରତର ଆର୍ଥିକ ଅଭିବୃଦ୍ଧି ଆକଳନ ଯଥେଷ୍ଟ ହ୍ରାସ ପାଇଛି ଏବଂ ବେକାରୀ ବୃଦ୍ଧି ଗ୍ରାହକଙ୍କ ଭାବନାକୁ ମଧ୍ୟ ପ୍ରଭାବିତ କରିଛି । ଆଗକୁ ଜିଡିପି ଆହୁରି କମିପାରେ ବୋଲି ମିଳିତ ଜାତିସଂଘ ଆଶଙ୍କା କରିଛି ।

indias growth rate  to be 4.8-percent in fy 2020 21 united nations
‘ବଢିବ ଆର୍ଥିକ ଚ୍ୟାଲେଞ୍ଜ, 4.8 ପ୍ରତିଶତକୁ ଖସିବ ଜିଡିପି’

ନ୍ୟୁୟର୍କ: ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ଦର 4.8 ପ୍ରତିଶତ ରହିବ । କୋରୋନା ଭାଇରସ ତାଣ୍ଡବରେ ପ୍ରଭାବିତ ଅର୍ଥନୀତିର ସ୍ଥିତିକୁ ନଜରରେ ରଖି ଏଭଳି ଅନୁମାନ କରିଛି ମିଳିତ ଜାତିସଂଘ । ସମଗ୍ର ବିଶ୍ବ କୋରୋନା ପାଇଁ ଗମ୍ଭୀର ଆର୍ଥିକ ପରିମାଣ ଭୋଗିବ ବୋଲି ମଧ୍ୟ ୟୁଏନ ଚେତାବନି ଦେଇଛି ।

ମିଳିତ ଜାତିସଂଘ ରିପୋର୍ଟରେ, ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ଓ ସାମାଜିକ ସର୍ବେକ୍ଷଣ (ESCAP) 2020ରେ ସ୍ଥାୟୀ ଅର୍ଥନୀତି ନେଇ କୁହାଯାଇଛି ଯେ, କୋଭିଡ -19 ଯୋଗୁଁ ଏହି ସ୍ଥାନଗୁଡିକରେ ଆର୍ଥିକ ତଥା ସାମାଜିକ ପରିଣାମର ସୁଦୂରପ୍ରସାରୀ ଏବଂ ସୀମା ବାଣିଜ୍ୟ, ପର୍ଯ୍ୟଟନ ଏବଂ ଆର୍ଥିକ ସମ୍ପର୍କ ଅଧିକ ପ୍ରଭାବିତ ହୋଇଛି ।

ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଚଳିତ ଆର୍ଥିକ ବର୍ଷ 2020-21 ମଧ୍ୟରେ ଭାରତର ଅଭିବୃଦ୍ଧି ହାର 4.8 ପ୍ରତିଶତକୁ ଖସିବ ଏବଂ 2021-22 ଆର୍ଥିକ ବର୍ଷର ବିକାଶ ଦର 5.1 ପ୍ରତିଶତ ରହିପାରେ । ଏହା ଅତ୍ୟନ୍ତ ପ୍ରାଥମିକ ପୂର୍ବାନୁମାନ ଏବଂ ମାର୍ଚ୍ଚ 10 ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଏବଂ ସୂଚନା ଉପରେ ଆଧାରିତ ।

ପୂର୍ବ ତୁଳନାରେ ଭାରତର ଆର୍ଥିକ ଅଭିବୃଦ୍ଧି ଆକଳନ ଯଥେଷ୍ଟ ହ୍ରାସ ପାଇଛି ଏବଂ ବେକାରୀ ବୃଦ୍ଧି ଗ୍ରାହକଙ୍କ ଭାବନାକୁ ମଧ୍ୟ ପ୍ରଭାବିତ କରିଛି । ଭାରତ ରପ୍ତାନୀ ସହ କୃଷି କାର୍ଯ୍ୟକଳାପ ସହ ଜଡିତ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.