ETV Bharat / business

ଅନ୍ତର୍ଜାତୀୟ ବଜାର ପ୍ରଭାବ, ସୁନା ଦରରେ ହ୍ରାସ

author img

By

Published : Mar 19, 2019, 3:16 PM IST

୧୦ ଗ୍ରାମ ପ୍ରତି ସୁନାର ଦରରେ ୨୮୦ ଟଙ୍କା ହ୍ରାସ ଘଟିବା ପରେ ମୁମ୍ବାଇ ଓ ଦିଲ୍ଲୀର ଗହଣା ବଜାରରେ ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୩୨,୬୬୦ ଟଙ୍କା ରହିଛି । ଏହାସହ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୩୨,୮୩୦ ଟଙ୍କା ରହିଛି।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦର ହ୍ରାସ ପାଇଛି। ଯାହାର ପ୍ରଭାବ ଭାରତୀୟ ବଜାରରେ ପଡିଛି। ସୋମବାର ଦେଶରେ ସୁନା ଦରରେ ହ୍ରାସ ଘଟିଛି।

ଗହଣା ବଜାରରେ ସୋମବାର ସୁନା ଓ ରୂପାର ଦରରେ ହ୍ରାସ ପରିଲକ୍ଷିତ ହୋଇଛି। ଦଶ ଗ୍ରାମ ପ୍ରତି ସୁନାର ଦରରେ ୨୮୦ ଟଙ୍କା ହ୍ରାସ ଘଟିଛି। ସେହିପରି ଏକ କିଲୋଗ୍ରାମ ପ୍ରତି ରୂପାର ଦରରେ ୩୪୫ ଟଙ୍କାର ହ୍ରାସ ଘଟିଥିବା ସୂଚନା ରହିଛି । ଏହାର ପ୍ରଭାବ ଦିଲ୍ଲୀ ଓ ମୁମ୍ବାଇ ସହରରେ ବିଶେଷ ଭାବେ ପଡିଛି।

୧୦ ଗ୍ରାମ ପ୍ରତି ସୁନାର ଦରରେ ୨୮୦ ଟଙ୍କା ହ୍ରାସ ଘଟିବା ପରେ ମୁମ୍ବାଇ ଓ ଦିଲ୍ଲୀର ଗହଣା ବଜାରରେ ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୩୨,୬୬୦ ଟଙ୍କା ରହିଛି। ଏହାସହ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୩୨,୮୩୦ ଟଙ୍କା ରହିଛି। ସେହିପରି ଏକ କିଲୋଗ୍ରାମ ପ୍ରତି ରୂପାର ଦରରେ ୩୪୫ ଟଙ୍କାର ହ୍ରାସ ଘଟିଛି। ଫଳରେ ରୂପାର ଦର କିଲୋଗ୍ରାମ ପ୍ରତି ୩୮,୭୨୫ ଟଙ୍କା ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.