ETV Bharat / business

କୋଭିଡ ଯୋଗୁଁ 140 % ବଢିଛି ଜୀବନ ବୀମା କମ୍ପାନୀ ବିଜନେସ

author img

By

Published : May 7, 2021, 11:10 PM IST

କୋରୋନା କାଳରେ ଆଗାମୀ ଆର୍ଥିକ ସ୍ଥିତିକୁ ସୁନିଶ୍ଚିତ ପାଇଁ ବଢୁଛି ବୀମା ଚାହିଦା । ବୀମା ନିୟାମକ ସଂସ୍ଥା ଇରଡା ଅନୁସାରେ 140 % ବଢିଛି ଜୀବନ ବୀମା କମ୍ପାନୀ ବିଜନେସ । ଅଧିକ ପଢନ୍ତୁ..

କୋଭିଡ ଯୋଗୁଁ 140 % ବଢିଛି  ଜୀବନ ବୀମା କମ୍ପାନୀ ବିଜନେସ
କୋଭିଡ ଯୋଗୁଁ 140 % ବଢିଛି ଜୀବନ ବୀମା କମ୍ପାନୀ ବିଜନେସ

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ବଢୁଛି ବୀମା ଚାହିଦା । 2021 ଏପ୍ରିଲରେ ଜୀବନ ବୀମା କମ୍ପାନୀଗୁଡିକ ସେମାନଙ୍କ ନୂଆ ବିଜନେସ ପ୍ରିମିୟମ ଜରିଆରେ ପ୍ରାୟ 45 ପ୍ରତିଶତ ବୃଦ୍ଧି ରେକର୍ଡ କରିଛନ୍ତି । ଫଳରେ କମ୍ପାନୀମାନେ 9,738.79 କୋଟି ଟଙ୍କା କମେଇଛନ୍ତି । ଏ ନେଇ ବୀମା ନିୟାମକ ସଂସ୍ଥା ଇରଡା କହିଛି ।

ସମସ୍ତ 24 ଜୀବନ ବୀମା କମ୍ପାନୀ 1 ବର୍ଷ ପୂର୍ବରୁ ଏହି ମାସରେ ନୂଆ ବିଜନେସ ପ୍ରିମିୟମ ଭାବେ 6,727.74 କୋଟି ଟଙ୍କା ଏକତ୍ରିତ କରିଛନ୍ତି ।

ଦେଶର ସର୍ବବୃହତ୍ତ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ ଏଲଆଇସି ପ୍ରଥମ ବର୍ଷର ପ୍ରିମିୟମ ବା ନୂଆ ବିଜନେସ ପ୍ରିମିୟମ ଯୋଗୁଁ 2021 ଏପ୍ରିଲ ମାସରେ 35.6 ପ୍ରତିଶତ ବୃଦ୍ଧି ରେକର୍ଡ ସହ 4,856.76 କୋଟି ଟଙ୍କା କମେଇଛି । ଯାହାକି ପୂର୍ବ ବର୍ଷ ସମାନ ଅବଧିରେ 3,581.65 କୋଟି ଟଙ୍କା ଥିଲା ବୋଲି ଇରଡା କହିଛି ।

ସେହିପରି ଘରୋଇ କ୍ଷେତ୍ରର ଅବଶିଷ୍ଟ କମ୍ପାନୀ ସେମାନଙ୍କ ମିଶ୍ରିତ ନୂଆ ବିଜନେସ ପ୍ରିମିୟମରେ ଯୋଗୁଁ 55 ପ୍ରତିଶତ ଲମ୍ଫ ସହ 4,882.04 କୋଟି ଟଙ୍କା ପାଇଛନ୍ତି । 2020 ଏପ୍ରିଲରେ ସେମାନଙ୍କ ପ୍ରଥମ ବର୍ଷ ପ୍ରିମିୟମ ବାବଦରେ 3,146.09 କୋଟି ଟଙ୍କା କମେଇଥିଲେ ।

49.87 ପ୍ରତିଶତ ସେୟାର ସହ ଏଲଆଇସି ବଜାରରେ ସିଂହଭାଗ ଅଂଶଗ୍ରହଣ କରିଥିବା ବେଳେ ବାକି 23 ଘରୋଇ କମ୍ପାନୀ ଅବଶିଷ୍ଟ 50.13 ପ୍ରତିଶତ ଅଂଶଧନ ଅକ୍ତିଆର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.