ETV Bharat / business

ସରକାରୀ ବ୍ୟାଙ୍କରେ 1.48 ଲକ୍ଷ କୋଟିର ଠକେଇ, ଚିଠା ଖୋଲିଲା ଆରଟିଆଇ

author img

By

Published : Jul 24, 2020, 1:23 PM IST

ସରକାରୀ  ବ୍ୟାଙ୍କରେ 1.48 ଲକ୍ଷ କୋଟିର ଠକେଇ , ଚିଠା ଖୋଲିଲା ଆରଟିଆଇ
ସରକାରୀ ବ୍ୟାଙ୍କରେ 1.48 ଲକ୍ଷ କୋଟିର ଠକେଇ , ଚିଠା ଖୋଲିଲା ଆରଟିଆଇ

ସରକାରୀ ବ୍ୟାଙ୍କରେ ବଡ ଠକେଇ । 2019-20ରେ 18 ଟି ବ୍ୟାଙ୍କରୁ 1.48 ଲକ୍ଷ କୋଟି ଟଙ୍କାରୁ ଅଧିକ ଠକେଇ ହୋଇଛି । ଆରଟିଆଇ ଜରିଆରେ ସୂଚନା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଧିକ ପଢନ୍ତୁ..

ଇନ୍ଦୋର: ଗତ ଆର୍ଥି ବର୍ଷ 2019-20ରେ ତତ୍କାଳୀନ 18 ଟି ପବ୍ଲିକ ସେକ୍ଟର ବ୍ୟାଙ୍କରୁ 1,48,427.65 କୋଟି ଟଙ୍କାର ଠକେଇ ନେଇ 12,461 ମାମଲା ରେକର୍ଡ ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଏନେଇ ସୂଚନା ଦେଇଛି ।

ରାଜ୍ୟର ସୂଚନା ଅଧିକାର ଅଧିକାର (ଆରଟିଆଇ) କାର୍ଯ୍ୟକର୍ତ୍ତା ଚନ୍ଦ୍ରଶେଖର ଗୌଡ ଗୁରୁବାର କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ତାଙ୍କୁ ଆରଟିଆଇ ଅଧୀନରେ ଏହି ସୂଚନା ଦେଇଛି। ଯଦି ଆରଟିଆଇରୁ ପ୍ରାପ୍ତ ତଥ୍ୟକୁ ଦେଖାଯାଏ , ତେବେ ଗତ ଆର୍ଥିକ ବର୍ଷରେ ଠକେଇର ସବୁଠାରୁ ବଡ ଶିକାର ପବ୍ଲିକ ସେକ୍ଟରର ଟପ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ହୋଇଛି ।

ଏହି ସମୟ ମଧ୍ୟରେ, ଏସବିଆଇ ଦ୍ବାରା 44,612.93 କୋଟି ଟଙ୍କା ଠକେଇ ଜଡିତ 6,964 ମାମଲା ରିପୋର୍ଟ କରାଯାଇଥିଲା। ଗତ ଆର୍ଥିକ ବର୍ଷରେ 18 ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ହୋଇଥିବା ଠକେଇର ଏହି ପରିମାଣ ପ୍ରାୟ 30 ପ୍ରତିଶତ ।

ରିଜର୍ଭ ବ୍ୟାଙ୍କ କହିଛି ଯେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦ୍ବାରା 2019 ଏପ୍ରିଲ ପହିଲାରୁ 2020 ମାର୍ଚ୍ଚ 31 ମଧ୍ୟରେ ଠକେଇର 395 ମାମଲା ସୂଚିତ ରୁଜୁ ହୋଇଛି । ଯେଉଁଥିରେ 15,354 କୋଟି ଟଙ୍କା ସାମିଲ ଅଛି। ବ୍ୟାଙ୍କ ଅଫ୍ ବରୋଦା ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛି । ଏହି ବ୍ୟାଙ୍କରେ 349 ମାମଲା ସହିତ 12,586.68 କୋଟି ଟଙ୍କା ଠକେଇ ହୋଇଥିଲା ।

ପ୍ରକାଶ ଯେ, ବ୍ୟାଙ୍କ ଅଫ ବରୋଦା, ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କ ମିଶ୍ରଣ 2019 ଏପ୍ରିଲରେ କାର୍ଯ୍ୟକାରୀ ହୋଇଥିଲା । ଏହି ଅବଧିରେ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ 424 ମାମଲାରେ 9,316.80 କୋଟି ଟଙ୍କା, ବ୍ୟାଙ୍କ ଅଫ ଇଣ୍ଡିଆ 200 ମାମଲାରେ 8,069.14 କୋଟି ଟଙ୍କା, କାନାରା ବ୍ୟାଙ୍କ 208 ମାମଲାରେ 7,519.30 କୋଟି ଟଙ୍କା, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ 207 ମାମାଲାରେ 7,275.48 କୋଟି ଟଙ୍କା , ଆହ୍ଲାବାଦ ବ୍ୟାଙ୍କ 896 ମାମଲାରେ 6,973.90 କୋଟି ଟଙ୍କା ଓ ୟୁକୋ ବ୍ୟାଙ୍କ 119 ମାମାଲରା 5,384.53 କୋଟି ଟଙ୍କାର ଠକେଇ ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.