ETV Bharat / business

ସେପ୍ଟେମ୍ବର 15 ସୁଦ୍ଧା 22.5% ଖସିଛି ମୋଟ ଟିକସ ସଂଗ୍ରହ

author img

By

Published : Sep 16, 2020, 5:22 PM IST

ସେପ୍ଟେମ୍ବର 15 ସୁଦ୍ଧା କେନ୍ଦ୍ର ସରକାରଙ୍କ ମୋଟ କର ସଂଗ୍ରହ 22.5 ପ୍ରତିଶତ କମଛି । ଆୟକର ବିଭାଗର ଏକ ସୂତ୍ରରୁ ଏ ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ..

Total tax collection falls 22.5pc till Sep 15: Source
Total tax collection falls 22.5pc till Sep 15: Source

ନୂଆଦିଲ୍ଲୀ: ଦ୍ବିତୀୟ ତ୍ରୟମାସର ଅଗ୍ରିମ ଟିକସ ସଂଗ୍ରହ ସମେତ କେନ୍ଦ୍ର ସରକାରଙ୍କ ମୋଟ କର ସଂଗ୍ରହ ଚଳିତ ଆର୍ଥିକ ବର୍ଷ ସେପ୍ଟେମ୍ବର 15 ଯାଏଁ 2,53,532.3 କୋଟି ଟଙ୍କା ରହିଛି । ଯାହାକି 1 ବର୍ଷ ପୂର୍ବରୁ ସମାନ ଅବଧି ତୁଳନାରେ 22.5 ପ୍ରତିଶତ କମ ରହିଛି । ଏ ନେଇ ଆୟକର ବିଭାଗର ଏକ ସୂତ୍ରରୁ ସୂଚନା ମିଳିଛି ।

ମୁମ୍ବାଇ ଜୋନର ଆୟକର ବିଭାଗ ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି କି, 2019 ସେପ୍ଟେମ୍ବର ଶେଷ ସୁଦ୍ଧା ମୋଟ ଟିକସ ସଂଗ୍ରହ 3,27,320.2 କୋଟି ଟଙ୍କା ଥିଲା । ତେବେ ସେ ଚଳିତ ତ୍ରୟମାସ ପାଇଁ ଅଗ୍ରିମ କରର ତଥ୍ୟ ଅଲଗା ଭାବେ ଦେବାକୁ ମନା କରିଛନ୍ତି । ସୂତ୍ର ଅନୁସାରେ ହିସାବ ଏବେ ସୁଦ୍ଧା ସରିନି । କାରଣ ବ୍ୟାଙ୍କ ଦିନର ଶେଷ ଯାଏଁ ଏଥିରେ ପରିବର୍ତ୍ତନ କରିପାରେ ।

ଜୁନରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ମଧ୍ୟରେ ମୋଟ କର ସଂଗ୍ରହ 31 ପ୍ରତିଶତ ହ୍ରାସ ହୋଇଥିଲା । ଏହି ସମୟରେ ଅଗ୍ରିମ କର ସଂଗ୍ରହରେ 76 ପ୍ରତିଶତର ଭାରୀ ହ୍ରାସ ଦେଖିବାକୁ ମିଳିଛି । କୋରୋନା ଭାଇରସ ମହାମାରୀ ପ୍ରତିହିତ ପାଇଁ ସମଗ୍ର ଦେଶରେ ଲାଗୁ ପୂର୍ଣ୍ଣ ଲକଡାଉନ ଯୋଗୁଁ ଏହି ହ୍ରାସ ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.