ETV Bharat / business

ଗୁଜବରୁ ସତର୍କ ! କୋରୋନା ସଂକ୍ରମଣ ବଢାଉନି 5G ଟେକନିକ

author img

By

Published : May 7, 2021, 10:32 PM IST

5ଜି ସ୍ପେକ୍ଟ୍ରମ ଟ୍ରାଏଲ ଯୋଗୁଁ ଦେଶରେ କୋଭିଡ-19 ମାମଲା ବଢୁଥିବା ଗୁଜବର କୌଣସି ସତ୍ୟତା ନାହିଁ । ଏଣୁ ଲୋକଙ୍କମାନେ ଏଭଳି ଆଧାରହୀନ ଭୁଲ ସୂଚନାକୁ ମାନନ୍ତୁ ନାହିଁ ବୋଲି ଅପିଲ କରିଛନ୍ତି COAI ମହାନିର୍ଦ୍ଦେଶକ ଏସ. ପି କୋଚର କହିଛନ୍ତି । ଅଧିକ ପଢନ୍ତୁ..

ଗୁଜବରୁ ସତର୍କ !  କୋରୋନା ସଂକ୍ରମଣ ବଢାଉନି 5G ଟେକନିକ
ଗୁଜବରୁ ସତର୍କ ! କୋରୋନା ସଂକ୍ରମଣ ବଢାଉନି 5G ଟେକନିକ

ନୂଆଦିଲ୍ଲୀ: କୋଭିଡ -19 ର ଦ୍ବିତୀୟ ତରଙ୍ଗ ପଛରେ 5G ଦୂରସଞ୍ଚାର ଟେକନିକ ରହିଛି ବୋଲି ସୃଷ୍ଟି ହୋଇଥିବା ଗୁଜବକୁ ଖଣ୍ଡନ କରିଛନ୍ତି ଟେଲିକମ୍ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ଶିଳ୍ପ । ଏଭଳି ଭୁଲ ତଥ୍ୟର ଶିକାର ନହେବା ପାଇଁ ଶିଳ୍ପ ସଂସ୍ଥା ଜନସାଧାରଣଙ୍କୁ ଚେତାବନୀ ଦେଇଛନ୍ତି ।

ଶୁକ୍ରବାର ମିଶ୍ରିତ ବିବୃତ୍ତିରେ ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI) ଏବଂ ଟାୱାର ଏବଂ ଭିତ୍ତିଭୂମି ପ୍ରଦାନକାରୀ ସଂଘ (TAIPA) କୋଭିଡ -19 ବିସ୍ତାର ସହିତ 5G ଟେକ୍ନୋଲୋଜିକୁ ସଂଯୋଗ ସମ୍ପୁର୍ଣ୍ଣ ମିଥ୍ୟ ବୋଲି କହିଛନ୍ତି । ଆଉ ଏହି ଗୁଜବକୁ ନେଇ ସେମାନେ ଉଦବେଗ ପ୍ରକାଶ କରିଛନ୍ତି ।

COAI ଶୁକ୍ରବାର କହିଛି କି, ସୋସିଆଲ ମିଡିଆ ପ୍ଲାର୍ଟଫର୍ମରେ ଏଭଳି ଅନେକ ମେସେଜ ଓ କିଛି ଆଞ୍ଚଳିକ ମିଡିଆ ପ୍ରକାଶନରେ ବି ଏଭଳି ଖବର ଆସୁଛି କି , 5ଜି ସ୍ପେକ୍ଟ୍ରମ ଟ୍ରାଏଲ ଯୋଗୁଁ ଦେଶରେ କୋଭିଡ-19 ମାମଲା ବଢୁଛି । ତେବେ ଏହି ଗୁଜବର କୌଣସି ସତ୍ୟତା ନାହିଁ । ଏଣୁ ଲୋକଙ୍କମାନେ ଏଭଳି ଆଧାରହୀନ ଭୁଲ ସୂଚନାକୁ ମାନନ୍ତୁ ନାହିଁ ବୋଲି ଅପିଲ କରିଛନ୍ତି COAI ମହାନିର୍ଦ୍ଦେଶକ ଏସ. ପି କୋଚର କହିଛନ୍ତି ।

ଦୁନିଆର ଅନେକ ଦେଶରେ 5ଜି ନେଟୱର୍କ ଆରମ୍ଭ ହୋଇସାରିଛି । ଆଉ ଲୋକ ସୁରକ୍ଷା ସହ ଏହି ସେବାର ବ୍ୟବହାର କରୁଛନ୍ତି । ଏପରିକି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସ୍ପଷ୍ଟ କରିଛନ୍ତି କି 5ଜି ଟେକନିକ ଓ କୋଭିଡ-19 ମଧ୍ୟରେ କୌଣସି ସଂଯୋଗ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.