ETV Bharat / business

କୋରୋନା ସଙ୍କଟ, ଅକ୍ସିଜେନ ଟ୍ୟାଙ୍କର ଆମଦାନୀ କଲା ଟାଟା ଗ୍ରୁପ

author img

By

Published : Apr 24, 2021, 11:00 PM IST

କୋଭିଡ-19 ହସ୍ପିଟାଲକୁ ଅମ୍ଲଜାନ ଯୋଗାଇବ ଟାଟା ଗ୍ରୁପ । ଲିକ୍ୟୁଡ ଅକ୍ସିଜେନ ପରିବନ ପାଇଁ 24 କ୍ରାୟୋଜେନିକି କଣ୍ଟେନର ଆମଦାନୀ କଲା କମ୍ପାନୀ । ଅଧିକ ପଢନ୍ତୁ...

କୋରୋନା ସଙ୍କଟ,  ଅକ୍ସିନଜେନ ଟ୍ୟାଙ୍କର  ଆମଦାନୀ କଲା ଟାଟା ଗ୍ରୁପ
କୋରୋନା ସଙ୍କଟ, ଅକ୍ସିନଜେନ ଟ୍ୟାଙ୍କର ଆମଦାନୀ କଲା ଟାଟା ଗ୍ରୁପ

ନୂଆଦିଲ୍ଲୀ: ଭାରତରେ କୋଭିଡ -19 ମହାମାରୀ ବିରୋଧୀ ଲଢେଇରେ ପୁଣି ଆଗକୁ ଆସିଲା ଟାଟା ଗ୍ରୁପ । ସଙ୍କଟ ସମୟରେ ସହଯୋଗ ପାଇଁ ଲିଣ୍ଡେ ଏବଂ ଟାଟା ଗ୍ରୁପ୍ 24 କ୍ରାୟୋଜେନିକ୍ ଅମ୍ଳଜାନ ଟ୍ୟାଙ୍କ ଅଧିଗ୍ରହଣ କରିଛନ୍ତି । ଜର୍ମାନୀ ସ୍ଥିତ ଲିଣ୍ଡେ ଗ୍ରୁପର ଭାରତୀୟ ୟୁନିଟ୍ ଏକ ବିବୃତ୍ତିରେ ଏ ନେଇ କହିଛି ।

ବିବୃତ୍ତିରେ ଦର୍ଶାଯାଇଛି କି, ଦେଶରେ ଏହି ଜରୁରୀ ସ୍ଥିତିରେ ସହଯୋଗ କରିବାକୁ ଲିଣ୍ଡେ ଇଣ୍ଡିଆ ଟାଟା ଗ୍ରୁପ ଏବଂ ଭାରତ ସରକାରଙ୍କ ହାତ ମିଳାଇଛି । ଯେପରି ସାରା ଦେଶରେ ଲିକ୍ୟୁଡି ମେଡିକାଲ ଅକ୍ସିଜେନ (LMO) ଉପଲବ୍ଧତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇପାରିବ ।

ମେଡିକାଲ ଅକ୍ସିଜେନର ଯୋଗାଣ ବଢାଇବା ପାଇଁ ଲିଣ୍ଡେ ଇଣ୍ଡିଆ ଟାଟା ଗ୍ରୁପ ସହ ବୁଝାମଣାରେ ଅନ୍ତରାଷ୍ଟ୍ରୀୟ ସୂତ୍ରରୁ 24 କ୍ରାୟୋଜେନିକ ଟ୍ୟାଙ୍କ ହାସଲ କରିଛି । ଯାହା ଫଳରେ ମେଡିକାଲ ଅକ୍ସିଜେନର ପରିବହନ ସୁନିଶ୍ଚିତ କରାଯାଇପାରିବ ।

ଏହି କଣ୍ଟେନର ବାୟୁମାର୍ଗରେ ଭାରତର ପୂର୍ବ ଭାଗରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.