ETV Bharat / business

11ତମ ଚୁକ୍ତି, ଜିଓରେ 11,367 କୋଟି ଟଙ୍କା ନିବେଶ କରିବ ସାଉଦି ଆରବର PIF

author img

By

Published : Jun 18, 2020, 6:46 PM IST

saudi arabias pif to invest rs 11367 crore in jio platform
ଜିଓରେ 11,367 କୋଟି ଟଙ୍କା ନିବେଶ କରିବ ସାଉଦି ଆରବର PIF

ନବମ ସପ୍ତାହରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଐତିହାସିକ ଏକାଦଶ ଚୁକ୍ତି । ଜିଓ ପ୍ଲାର୍ଟଫର୍ମରେ ସାଉଦି ଆରବର ପିଆଇଏଫ(Public Investment Fund)11,367 କୋଟି ଟଙ୍କ ନିବେଶ କରିବ । ଅଧିକ ପଢନ୍ତୁ..

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓକୁ ମିଳିଲା 11ତମ ନିବେଶକ । ଜିଓ ପ୍ଲାର୍ଟଫର୍ମରେ ସାଉଦି ଆରବର ପିଆଇଏଫ(Public Investment Fund)11,367 କୋଟି ଟଙ୍କ ନିବେଶ କରିବ । ନବମ ସପ୍ତାହରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏହା ଐତିହାସିକ ଏକାଦଶ ଚୁକ୍ତି ।

ଜିଓ ପ୍ଲାର୍ଟଫର୍ମର 2.32 ପ୍ରତିଶତ ଅଂଶଧନ ପାଇଁ ପିଆଇଏଫ ଏହି ନିବେଶ କରିଛି । କମ୍ପାନୀ ଏକ ବିବୃତ୍ତିରେ ଏନେଇ ଘୋଷଣା କରିଛି । ଏହି ନିବେଶ ଜିଓ ପ୍ଲାର୍ଟଫର୍ମର 4.91 ଲକ୍ଷ କୋଟିର ଇକ୍ୟୁଟି ମୂଲ୍ୟ ଓ 5.16 ଲକ୍ଷ କୋଟିର ଉଦ୍ୟୋଗ ମୂଲ୍ୟ ଉପରେ ନିର୍ଭର କରିବ ।

ଏହି ନିବେଶ ସହ ଜିଓ ପ୍ଲାର୍ଟଫର୍ମ 2020 ଏପ୍ରିଲରୁ ଫେସବୁକ, ସିଲଭର ଲେକ, ଭିସ୍ତା ଇକ୍ୟୁଟି ପାର୍ଟନର୍ସ, ଜେନେରାଲ ଆଣ୍ଟଲାଟିକ, କେକେଆର, ମୁବାଡାଲା, ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟି , ଟିପିଜି, ଏଲ କ୍ୟାଟର୍ଟନ ସମେତ ପ୍ରମୁଖ ବୈଶ୍ବିକ ନିବେଶ ଠାରୁ 1,15,693.95 ଟଙ୍କା ଏକଜୁଟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.