ETV Bharat / business

ସଂସଦରେ ସାଧାରଣ ବଜେଟକୁ ଗ୍ରୀନ ସିଗନାଲ

author img

By

Published : Mar 24, 2021, 8:44 PM IST

ସଂସଦରେ ସାଧାରଣ ବଜେଟକୁ ମଞ୍ଜୁରୀ ମିଳିବା ପ୍ରକ୍ରିୟା ପୂରଣ ହୋଇଛି । ଲୋକସଭାରେ ଅର୍ଥ ବିଧେୟକକୁ ମଙ୍ଗଳବାର ମଞ୍ଜୁରୀ ମିଳିସାରିଛି । ଅଧିକ ପଢନ୍ତୁ..

ସଂସଦରେ ସାଧାରଣ ବଜେଟକୁ ଗ୍ରୀନ ସିଗନାଲ
ସଂସଦରେ ସାଧାରଣ ବଜେଟକୁ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ: ରାଜ୍ୟସଭାରେ ବୁଧବାର ଅର୍ଥ ବିଧେୟକ 2021-22 ଚର୍ଚ୍ଚା ପରେ ଫେରସ୍ତ କରାଯାଇଛି । ଏଥିସହ ସଂସଦରେ ସାଧାରଣ ବଜେଟକୁ ମଞ୍ଜୁରୀ ମିଳିବା ପ୍ରକ୍ରିୟା ପୂରଣ ହୋଇଛି । ଲୋକସଭାରେ ଅର୍ଥ ବିଧେୟକକୁ ମଙ୍ଗଳବାର ମଞ୍ଜୁରୀ ମିଳିସାରିଛି ।

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଚ୍ଚ ସଦରେ ଅର୍ଥ ବିଧେୟକ ଉପରେ ହୋଇଥିବା ଚର୍ଚ୍ଚାର ଜବାବରେ କହିଛନ୍ତି କି , ସୀମା ଶୁଳ୍କକୁ ତର୍କସଙ୍ଗତ କରାଯିବ । ଯେପରି ଘରୋଇ ବ୍ୟବସାୟୀଙ୍କୁ ବିଶେଷ କରି ଏମଏସଏମଇ ଶ୍ରେଣୀର ଉଦ୍ୟୋଗଙ୍କୁ ସୁବିଧା ମିଳିପାରିବ । ଏଥିସହ କର ଆଧାରକୁ ବି ବ୍ୟାପକ କରାଯିବ । ସେ ଆହୁରୀ ବି ଜଣାଇଛନ୍ତି କି ଭାରତର ଏକ ନିବେଶ ଗ୍ରେଡ ରେଟିଂ ରହିଛି । ଆଉ ଭଲ ନିବେଶ ମଧ୍ୟରେ ତାଙ୍କୁ ମନେ ହେଉଥି ଏହା ହ୍ରାସ ହେବ ।

କର ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରାଯାଇଛି । ଏହାର ଲକ୍ଷ୍ୟ ହେଉଛି କାରବାର କରିବା ସୁଗମତାକୁ ବଢାଇବା । ସୀମା ଶୁଳ୍କ ଢାଞ୍ଚାକୁ ତର୍କସଙ୍ଗତ କରାଯିବ , ଫଳରେ ଘରୋଇ କାରୋବାରୀଙ୍କୁ ବିଶେଷ କରି ଏମଏସଏମଇ ଶ୍ରେଣୀର ଉଦ୍ୟୋଗୀଙ୍କୁ ସୁବିଧା ମିଳିପାରିବ । ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ନିଆଯାଇଥିବା ପଦକ୍ଷେପର ଫଳାଫଳ ହେଉଛି କୋରୋନା ସଙ୍କଟ କାଳରେ ଅର୍ଥବ୍ୟବସ୍ଥା ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିନାହିଁ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ 80 କୋଟି ଲୋକଙ୍କୁ 8 ମାସ ଯାଏଁ ମାଗଣା ରାସନ ଦିଆଯାଇଛି । ଆଉ ଏହା ବଡ କଥା ..

ଅର୍ଥମନ୍ତ୍ରୀ କହିଛନ୍ତି କି ବ୍ୟାଙ୍କର ଅନାଦେୟ ଋଣ ଭାର ହ୍ରାସ ହୋଇ 2020 ମାର୍ଚ୍ଚରେ 8.99 ଲକ୍ଷ କୋଟି ଟଙ୍କା ରହିଛି । 2014ରୁ 2019 ମଧ୍ୟରେ ମୋଟ ଘରୋଇ ଉତ୍ପାଦର ବୃଦ୍ଧି ହାର 7.5 ପ୍ରତିଶତ ଥିଲା । ଯାହାକି 2009 ସମୟରେ 6.7 ପ୍ରତିଶତ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.