ETV Bharat / business

ସରକାରୀ କମ୍ପାନୀ ବିକ୍ରି ଓ ବଜେଟ ନେଇ ଏଭଳି କହିଲେ ପିଏମ

author img

By

Published : Feb 24, 2021, 7:35 PM IST

ଲୋକଙ୍କ ଜୀବନରେ ସରକାରଙ୍କ ଅଭାବ ନ ରହୁ, ତାସହ ପ୍ରଭାବ ମଧ୍ୟ ନ ରହୁ । ଏଥିସହ ସରକାର ନିଜେ ଉଦ୍ୟୋଗ ଚଲାଇବା କି ତାହାର ମାଲିକ ରହିବା ଜରୁରୀ ନୁହେଁ, ବରଂ ଉଦ୍ୟୋଗ ଓ ବ୍ୟବସାୟୀଙ୍କୁ ପୁରା ସମର୍ଥନ ଦେବା ଆବଶ୍ୟକ । ଅଧିକ ପଢନ୍ତୁ..

ସରକାରୀ କମ୍ପାନୀ ବିକ୍ରି ଓ ବଜେଟ ନେଇ  ଏଭଳି କହିଲେ ପିଏମ
ସରକାରୀ କମ୍ପାନୀ ବିକ୍ରି ଓ ବଜେଟ ନେଇ ଏଭଳି କହିଲେ ପିଏମ

ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ ଆଗତ ହୋଇଥିବା 2021-22 ସାଧାରଣ ବଜେଟ ଭାରତକୁ ପୁଣି ସର୍ବୋଚ୍ଚ ଅଭିବୃଦ୍ଧି ସ୍ତରକୁ ନେଇଯିବାକୁ ରୋଡମ୍ୟାପ ସାମ୍ନାରେ ରଖିଛି । ବଜେଟରେ ଭାରତର ବିକାଶ ପାଇଁ ପ୍ରାଇଭେଟ ସେକ୍ଟରର ସୁଦୃଢ ପାର୍ଟନରସିପ ଉପରେ ମଧ୍ୟ ଫୋକସ କରାଯାଇଛି । ଏଥିରେ ପବ୍ଲିକ ଓ ପ୍ରାଇଭେଟ ସହଭାଗୀତା ସମ୍ଭାବନା ଓ ଲକ୍ଷ୍ୟକୁ ସ୍ପଷ୍ଟ କରାଯାଇଛି । ବଜେଟ ଲାଗୁ ନେଇ ବୁଧବାର ଆୟୋଜିତ ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ କହିଛନ୍ତି ।

ଡିଜିଟାଲ ମାଧ୍ୟମରେ ଦେଶକୁ ସମ୍ବୋଧିତ କରି ପିଏମ କହିଛନ୍ତି କି ସରକାର ‘ ମନିଟାଇଜେସନ (ମୁଦ୍ରାକରଣ ) ଓ ମର୍ଡନାଇଜ (ଆଧୁନିକରଣ) ଭଳି 2ଟି ମନ୍ତ୍ରକୁ ନେଇ ଆଗକୁ ବଢିଛନ୍ତି । ଯେବେ ସରକାର ମୁଦ୍ରାକରଣ କରନ୍ତି, ତେବେ ଏହି ସ୍ଥାନ ଦେଶର ଘରୋଇ କ୍ଷେତ୍ର ଦ୍ବାରା ଭରାଯାଇଥାଏ । ଘରୋଇ କ୍ଷେତ୍ର ନିଜ ସହ ନିବେଶ ଓ ଦୁନିଆର ସର୍ବଶ୍ରେଷ୍ଠ ବ୍ୟବସ୍ଥା ଆଣିଥାଏ ।

ପିଏମ ମୋଦି କହିଛନ୍ତି କି ସେହି ସମୟ ଅଲଗା ଥିଲା ଯେ ସାର୍ବଜନୀକ କ୍ଷେତ୍ରର କମ୍ପାନୀ ସ୍ଥାପନ କରାଯାଇଥିଲା । ଆଉ ସେତେବେଳେ ଆବଶ୍ୟକତା ମଧ୍ୟ ଏବେ ଠାରୁ ଅଲଗା ଥିଲା । ଏଭଳି କୌଣସି ପଲିସି ନାହିଁ, ଯାହା 50ରୁ 60 ବର୍ଷ ତଳେ ଭଲ ହେଉଥିଲା , ହେଲେ ସେଥିରେ ସୁଧାର ଆବଶ୍ୟକତା ରହିଛି । ଏବେ ଯେତେବେଳେ ଆମେ ସୁଧାର କରୁଛୁ , ଆମର ଲକ୍ଷ୍ୟ ଜନତାଙ୍କ ଟଙ୍କାର ଉପଯୋଗ ସଚ୍ଚୋଟତା ସହ କରିବା ।

ଏହା ବାଦ ସରକାରଙ୍କ ଦାୟିତ୍ବ ରହିଛି କି ସେ ଉଦ୍ୟୋଗ ଓ ବ୍ୟବସାୟୀଙ୍କୁ ପୁରା ସମର୍ଥନ ଦେବେ । କିନ୍ତୁ ସରକାର ନିଜେ ଉଦ୍ୟୋଗ ଚଲାଇବେ, ଆଉ ତାହାର ମାଲିକ ରହିବା ଆବଶ୍ୟକ ନୁହେଁ । ଏଣୁ ମୋଦି କହିଛନ୍ତି କି, ସରକାରଙ୍କ ବିଜେସନରେ ରହିବା କୌଣସି ବିଜନେସ ନୁହେଁ । ଆମ ପ୍ରୟାସ , ଲୋକଙ୍କ ଜୀବନ ସ୍ଥରକୁ ସୁଧାରିବା ସହ ସେମାନଙ୍କ ଜୀବନରେ ସରକାରଙ୍କ ଅଦରକାରୀ ଦଖଲକୁ କମ କରିବା ରହିଛି । ଏହାର ଅର୍ଥ କି ଜୀବନରେ ସରକାରଙ୍କ ଅଭାବ ନ ରହିବା ସହ ପ୍ରଭାବ ନ ରହୁ । ଏହା ଦ୍ବାରା ସ୍ଥିତି ଆହୁରି ଆଧୁନିକ ହୋଇଥାଏ । ସମ୍ପୂର୍ଣ୍ଣ ସେକ୍ଟରରେ ଆଧୁନିକତା ଆସିଥାଏ । ସେକ୍ଟରର ଦ୍ରୁତ ଗତିରେ ବିସ୍ତାର ହୋଇଥାଏ , ଆଉ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହୁଏ । ଏହି ସମଗ୍ର ପ୍ରକ୍ରିୟା ସ୍ବଚ୍ଛ ହେବା ଉଚିତ, ନିୟମ ଅନୁଯାୟୀ ରୁହନ୍ତୁ, କାରଣ ଏହି ମନିଟରିଂ ସମାନ ଭାବରେ ଆବଶ୍ୟକ ବୋଲି ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.