ETV Bharat / business

ପାକ୍‌ରେ ମହଙ୍ଗା ନିଆଁ, 86 ହଜାର ଟପିଲା ସୁନା

author img

By

Published : Aug 8, 2019, 4:13 PM IST

ପାକ୍‌ ମୁଣ୍ଡରେ ଆର୍ଥିକ ଚଡକ । ଭାରତ ସହ ସମ୍ପର୍କ ଛିନ୍ନ ପରେ ବିଗିଡିଯାଇଛି ଇମ୍ରାନ ଖାନଙ୍କ ରଣନୀତି । ଏବେ ଦେଶରେ ମୁଦ୍ରାସ୍ପୀତି ଆକାଶଛୁଆଁ । 10 ଗ୍ରାମ ସୁନା 86 ହଜାର ଟପିଲାଣି ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦକୁ ନେଇ ବିଳିବିଳେଉଥିବା ପାକିସ୍ତାନ ଏବେ ଦରଦାମ ବୋଝରେ ଅଣନିଶ୍ବାସୀ । ଗରମ ହୋଇ ହୋସ ହରାଇବା ପରେ ରୋଗାଗ୍ରସ୍ଥ ରାଜକୋଷ । ଭାରତ ସହ ରାଜନୈତିକ, କୂଟନୈତିକ ଓ ଆର୍ଥିକ ସମ୍ପର୍କ ଛିନ୍ନ କରି ନିଜ ଗୋଡରେ କୁରାଢି ମାରିଛନ୍ତି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

ପାକ୍‌ ଅବସ୍ଥା ଏବେ ଭେନଜୁଆଲା ଓ ଜିମ୍ବାୱେ ଭଳି । ଦରଦାମ ଆକାଶଛୁଆଁ । ଲୋକେ ଖାଇବାକୁ ପାଉନାହାନ୍ତି । ପେଟ୍ରୋଲ ଡିଜେଲ ଦାମ ପରେ ସୁନା ସର୍ବୋଚ୍ଚ ସ୍ତରରେ । ଭାରତ ତୁଳନାରେ ଡବଲ ରହିଥିବା ସୁନା 10 ଗ୍ରାମ ପିଛା 86,250ରେ ପହଞ୍ଚିଲାଣି । ବୋଝ ଉପରେ ନଳିତା ବିଡା ପରି ପାକ ମୁଣ୍ଡରେ କୋଟି କୋଟିର ଋଣ ଭାର ଦେଶ ମେରୁଦଣ୍ଡକୁ ସଙ୍କୁଚିତ କରିଦେଲାଣି ।


ପୁଲୱାମା ଆକ୍ରମଣ ପରେ ପାକ ଉପରୁ 'ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର (ଏମଏଫଏନ) ମାନ୍ୟତା ପ୍ରତ୍ୟାହାର କରିଥିଲା ଭାରତ । ଏହା ଦ୍ବାରା ପାକିସ୍ତାନ ରପ୍ତାନି କରୁଥିବା ସବୁ ପ୍ରକାର ସାମଗ୍ରୀ ଉପରେ 200 %ର ସୀମା ଶୁଳ୍କ ଲାଗୁଥିଲା । ଫଳରେ ପାକକୁ ପ୍ରବଳ ମାତ୍ରାରେ କ୍ଷତି ସହିବାକୁ ପଡୁଥିଲା । ଏବେ ପୁଣି ଭାରତ ସହ ଦ୍ବିପାକ୍ଷୀକ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରି ପାକ ବର୍ଦ୍ଧିତ ମୁଦ୍ରାସ୍ପୀତିକୁ ନିମନ୍ତ୍ରିତ କରିଛି ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.