ETV Bharat / business

IT ବିଭାଗରେ ବଡ ଅଦଳବଦଳ, 19 ବରିଷ୍ଠ IRS ଅଫିସରଙ୍କୁ ମିଳିଲା ନୂଆ ଦାୟିତ୍ବ

author img

By

Published : Jul 1, 2021, 6:54 PM IST

ଭାରତୀୟ ରାଜସ୍ବ ସେବା (ଆଇଆରଏସ)ର 1 ଡର୍ଜନରୁ ଅଧିକ ଶୀର୍ଷ ଅଧିକାରୀଙ୍କୁ ସ୍ଥାନାନ୍ତରଣ ଓ ନୂଆ ନିଯୁକ୍ତି ଆଦେଶ ଦିଆଯାଇଛି । ଅଧିକ ପଢନ୍ତୁ..

IT ବିଭାଗରେ ବଡ ଅଦଳବଦଳ
IT ବିଭାଗରେ ବଡ ଅଦଳବଦଳ

ନୂଆଦିଲ୍ଲୀ: ଆୟକର ବିଭାଗରେ ବଡ ଧରଣର ଅଦଳବଦଳ । ଭାରତୀୟ ରାଜସ୍ବ ସେବା (ଆଇଆରଏସ)ର 1 ଡର୍ଜନରୁ ଅଧିକ ଶୀର୍ଷ ଅଧିକାରୀଙ୍କୁ ସ୍ଥାନାନ୍ତରଣ ଓ ନୂଆ ନିଯୁକ୍ତି ଆଦେଶ ଦିଆଯାଇଛି । ଏହା ଅଧିନରେ ସେମାନଙ୍କୁ ସମଗ୍ର ଦେଶରେ ଆୟକର ବିଭାଗର ବିଭିନ୍ନ ମୂଲ୍ୟାଙ୍କନ ରେଞ୍ଜ ଓ ବିଶେଷ ପ୍ରଭାବର ପ୍ରମୁଖ କରାଯାଇଛି ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (Central Board of Direct Taxes ) (ସିବିଡିଟି) ବିଳମ୍ବିତ ରାତିରେ ମୁଖ୍ୟ ଆୟକର କମିଶନର ଓ ଆୟକରର ପ୍ରମୁଖ ମହାନିର୍ଦ୍ଦେଶକ ଭଳି ବରିଷ୍ଠ ରାଙ୍କର ମୋଟ 19 ଜଣ ଅଧିକାରୀଙ୍କ ଅଦଳବଦଳ ନିର୍ଦ୍ଦେଶ ଜାରି କରିଛି ।

ସିବିଡିଟି ଆୟକର ବିଭାଗ ପାଇଁ ନୀତି ପ୍ରସ୍ତୁତ କରିଥାଏ । ଏହି ଆଦେଶ ଭାରତୀୟ ରାଜସ୍ବ ସେବାର 1984 (କେବଳ ଜଣେ ଅଧିକାରୀ ), 1986 (9) ଆଉ 1987 (9) ବ୍ୟାଚର ଅଧିକାରୀଙ୍କ ପାଇଁ ରହିଛି । ଏଥିମଧ୍ୟରୁ 14ଜଣଙ୍କ ପଦନ୍ନୋତି ଉପରେ ନୂଆ ପୋଷ୍ଟିଂ ଦିଆଯାଇଛି । ଯେତେବେଳେ କି ବାକିଙ୍କୁ ସ୍ଥାନାନ୍ତରଣ କରିଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.