ETV Bharat / business

‘ସୁଦୃଢ ଭାରତ ଗଠନ ପାଇଁ ଶିଳ୍ପକୁ ସାମାଜିକ କାମରେ ଖର୍ଚ୍ଚ କରିବା ଜରୁରୀ’

author img

By

Published : Jul 27, 2020, 8:46 PM IST

ସିଏସଆର କାର୍ଯ୍ୟକଳାପରେ ଉଦ୍ୟୋଗକୁ ଅଧିକ ଖର୍ଚ୍ଚ କରିବାକୁ ହେବ । ଯାହା ଫଳରେ ଏକ ସୁଦୃଢ , ଉନ୍ନତ ଭାରତ ଗଠନ ହୋଇପାରିବ । ଅଧିକ ପଢନ୍ତୁ..

ସୁଦୃଢ ଭାରତ ଗଠନ ପାଇଁ ଶିଳ୍ପକୁ ସାମାଜିକ କାମରେ  ଖର୍ଚ୍ଚ କରିବା ଜରୁରୀ
ସୁଦୃଢ ଭାରତ ଗଠନ ପାଇଁ ଶିଳ୍ପକୁ ସାମାଜିକ କାମରେ ଖର୍ଚ୍ଚ କରିବା ଜରୁରୀ

ନୂଆଦିଲ୍ଲୀ: କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) ପାଣ୍ଠିର ଖର୍ଚ୍ଚକୁ ନେଇ କୌଣସି ପ୍ରକାର ସଙ୍କୋଚ ଠିକ ନୁହେଁ । ଏହା ଦ୍ବାରା ଦେଶର ବର୍ତ୍ତମାନ ଓ ଆଗାମୀ ପିଢୀ ପାଇଁ ସୁଦୃଢ ସ୍ଥାନ ନିର୍ମାଣରେ ସାହାଯ୍ୟ ମିଳିବ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଏ ନେଇ ଆହ୍ବାନ ଦେଇଛନ୍ତି ।

ଅର୍ଥ ରାଷ୍ଟ୍ର ମନ୍ତ୍ରୀ ସହ କର୍ପୋରେଟ ବ୍ୟାପର ମନ୍ତ୍ରାଳୟ ଦାୟିତ୍ବ ବହନ କରୁଥିବା ଠାକୁର ଏହା ମଧ୍ୟ କହିଛନ୍ତି କି, କିଛି ବ୍ୟବସ୍ଥାକୁ ଅପରାଧିକ ଶ୍ରେଣୀରୁ ହଟାଇବା ପାଇଁ ସରକାର ଆଶା ଠାରୁ ଅନେକ ପରିବର୍ତ୍ତନ କରିଛନ୍ତି ।

ସେ କାହାର ନାଁ ନ ନେଇ କହିଛନ୍ତି ଯେ, CSR କାର୍ଯ୍ୟକଳାପ ଅଧୀନରେ ବହୁରାଷ୍ଟ୍ରୀୟ କମ୍ପାନୀ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ 500 କୋଟି ଟଙ୍କା ଖର୍ଚ୍ଚ କରିନାହାଁନ୍ତି। ଏହା ପରେ ତାଙ୍କୁ ଏକ ନୋଟିସ ଜାରି କରାଯାଇଥିଲା। ଏହା ପରେ ସେ ଏଥିରେ ଟଙ୍କା ଖର୍ଚ୍ଚ କରିବା ପରେ ‘ଖୁସି’ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଯେତେବେଳେ ସରକାର ଅପରାଧିକ ତ୍ରୁଟି ବର୍ଗରୁ କିଛି ବ୍ୟବସ୍ଥା ହଟାଇ ଦେଇଛନ୍ତି, ସେତେବେଳେ ସେ ସେହି ଅର୍ଥ ଖର୍ଚ୍ଚରୁ ଦୂରେଇ ଯାଉଛନ୍ତି।

ଶିଳ୍ପ ସଂଘର ଫିକ୍କିର ସିଏସଆର ଉପରେ ଆୟୋଜିତ ଏକ ୱେବିନାରରେ କହିଛନ୍ତି ତି, ‘‘ ଗୋଟିଏ ପଟେ ଆମେ କମ୍ପାନୀର ସହାଯ୍ୟ କରୁଛୁ । ଯେପରି ସେମାନଙ୍କୁ ଅପରାଧିକ ବ୍ୟବସ୍ଥାର ସାମ୍ନା କରିବାକୁ ପଡିବ ନାହିଁ । ଅନ୍ୟପଟେ କମ୍ପାନୀ ଯଦି କୋଟି କୋଟି ଟଙ୍କା କମାଉଛି , ତେବେ ବି ତାହାର ଗୋଟିଏ ଅଂଶ ସିଏସଆର ଗତିବିଧିରେ , ଭାରତୀୟଙ୍କ ଉପରେ ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରୁଛି । ’’

ନଦୀର ପ୍ରଦୂଷଣକୁ ବନ୍ଦ କରିବା ପାଇଁ ଆହୁରୀ ସଚେତନତା ସୃଷ୍ଟି ତଥା କୋରୋନା ଭାଇରସ ବିରୋଧ ଅଭିଯାନରେ ସରକାରଙ୍କ ସହଯୋଗ କରିବାରୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଲକଡାଉନ ମଧ୍ୟରେ ଯମୁନା ଏବଂ ଗଙ୍ଗା ଭଳି ନଦୀରେ ପ୍ରଦୂଷଣ ସ୍ତର କମିଛି । ଏହାର ଅର୍ଥ ପ୍ରଦୂଷଣର ମୁଖ୍ୟ କାରଣ ଶିଳ୍ପ । ଏଣୁ ଏହା ପ୍ରକୃତିର ସଙ୍କେତ ବୋଲି ଠାକୁର କହିଛନ୍ତି । ସେଥିଲାଗି ଧ୍ୟାନ କେବଳ ଲାଭ ଉପରେ ନୁହେଁ ବରଂ ବିଭିନ୍ନ ଉପାୟରେ ସମାଜର ଯୋଗଦାନ ଉପରେ ମଧ୍ୟ ରହିବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.