ETV Bharat / business

ଚୀନ ସହ ଭାରତର ବ୍ୟାପାର ଘାଟା, 48.66 ଅରବ ଡଲାରକୁ ଖସିଲା

author img

By

Published : Jul 3, 2020, 1:59 PM IST

2019-20 ମସିହାରେ ଚୀନ ଠାରୁ ଭାରତକୁ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫଡିଆଇ) ହ୍ରାସ ପାଇ 16.37 କୋଟି ଡଲାର ରହିଛି । ଯାହାକି ଏହା ପୂର୍ବର ଆର୍ଥିକ ବର୍ଷରେ 22.9 କୋଟି ଡଲାର ଥିଲା । ଅଧିକ ପଢନ୍ତୁ..

Indias trade deficit with China reduces to USD 48.66 bn in FY20
Indias trade deficit with China reduces to USD 48.66 bn in FY20

ନୂଆଦିଲ୍ଲୀ:ଗତ ଆର୍ଥିକ ବର୍ଷ 2019-20ରେ ଚୀନ ସହ ଭାରତ ବ୍ୟାପାର ଘାଟା (trade deficit)48.66 ଅରବ ଡଲାରକୁ ହ୍ରାସ ପାଇଛି । ଏହି ତଥ୍ୟ ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି ।

ତଥ୍ୟ ଅନୁଯାୟୀ, ଗତ ଆର୍ଥିକ ବର୍ଷରେ ଚାଇନାରୁ ଆମଦାନୀ 65.26 ଅରବ ଡଲାର ଥିବାବେଳେ ରପ୍ତାନି 16.6 ଅରବ ଡଲାର ରହିଛି। ଏହାପୂର୍ବରୁ ଚୀନ ସହିତ ଭାରତର ବ୍ୟାପର ଘାଟା 2018-19 ରେ 53.56 ଅରବ ଡଲାର ଏବଂ 2017-18 ରେ 63 ଅରବ ଡଲାର ଥିଲା।

ଭାରତ ମୁଖ୍ୟତଃ ଚୀନରୁ ଘଣ୍ଟା, ବାଦ୍ୟଯନ୍ତ୍ର, ଖେଳନା, ଖେଳନା ସାମଗ୍ରୀ, ଆସାବପତ୍ର, ପ୍ଲାଷ୍ଟିକ, ଇଲେକ୍ଟ୍ରୋନିକ ଯନ୍ତ୍ର, ଇଲେକ୍ଟ୍ରୋନିକ୍ ଉପାଦାନ, ରାସାୟନିକ ପଦାର୍ଥ, ଲୁହା ଏବଂ ଇସ୍ପାତ ସାମଗ୍ରୀ, ସାର, ଖଣିଜ ଇନ୍ଧନ ଏବଂ ଧାତୁ ଆମଦାନୀ କରିଥାଏ । ଭାରତ ସମୟକ୍ରମେ ଚୀନ ସହିତ ଉଚ୍ଚ ବ୍ୟାପାର ଘାଟା ପ୍ରସଙ୍ଗ ଉଠାଇ ଆସୁଛି । ଚୀନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସରକାର ବୈଷୟିକ ନିୟମାବଳୀ ଏବଂ ଗୁଣାତ୍ମକ ନିୟମାବଳୀ ପ୍ରସ୍ତୁତ କରୁଛନ୍ତି।

ଭାରତର ମୋଟ ଆମଦାନୀରେ ଚାଇନାର ଭାଗ 14 ପ୍ରତିଶତ ଅଟେ। ମୋବାଇଲ ଫୋନ୍, ଟେଲି ଯୋଗାଯୋଗ, ବିଦ୍ୟୁତ, ପ୍ଲାଷ୍ଟିକ ଖେଳନା ଏବଂ ଗୁରୁତ୍ୱପୂର୍ଣ୍ଣ ଫାର୍ମା ସାମଗ୍ରୀ ବଜାରରେ ଚୀନ ଅଗ୍ରଣୀ ଯୋଗାଣକାରୀ ଅଟେ।

ତଥ୍ୟ ଅନୁଯାୟୀ, 2019-20 ମସିହାରେ ଚୀନ ଠାରୁ ଭାରତକୁ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫଡିଆଇ) ହ୍ରାସ ପାଇ 16.37 କୋଟି ଡଲାର ରହିଛି । ଯାହାକି ଏହା ପୂର୍ବର ଆର୍ଥିକ ବର୍ଷରେ 22.9 କୋଟି ଡଲାର ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.