ETV Bharat / business

କୋରୋନା ଯୁଦ୍ଧ: CSR ଫଣ୍ଡରୁ ତିଆରି ହେବ ଅସ୍ଥାୟୀ ହସ୍ପିଟାଲ

author img

By

Published : Apr 23, 2021, 6:46 AM IST

ଏଣିକି ଦେଶରେ ଅସ୍ଥାୟୀ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ନିର୍ମାଣ ପାଇଁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) ଫଣ୍ଡ ହେବ ବ୍ୟବହାର । ଅଧିକ ପଢନ୍ତୁ..

କୋରୋନା ଯୁଦ୍ଧ : CSR ଫଣ୍ଡରୁ ତିଆରି ହେବ ଅସ୍ଥାୟୀ ହସ୍ପିଟାଲ
କୋରୋନା ଯୁଦ୍ଧ : CSR ଫଣ୍ଡରୁ ତିଆରି ହେବ ଅସ୍ଥାୟୀ ହସ୍ପିଟାଲ

ନୂଆଦିଲ୍ଲୀ: କୋରୋନା ଲଢେଇରେ ସାମିଲ ହେବ କର୍ପୋରେଟ । ବଡ ବଡ କର୍ପୋରେଟ ସଂସ୍ଥା କୋରୋନା ସଙ୍କଟ ମଧ୍ୟରେ ସହଯୋଗ ପାଇଁ ବଢାଇଛନ୍ତି ହାତ । ଏହି କ୍ରମରେ ଏଣିକି ଦେଶରେ ଅସ୍ଥାୟୀ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ନିର୍ମାଣ ପାଇଁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) ଫଣ୍ଡ ହେବ ବ୍ୟବହାର ।

ସିଏସଆର ଗତିବିଧିରେ କୋରୋନା ଲଢେଇ ପାଇଁ ଆବଶ୍ୟକୀୟ ଅସ୍ଥାୟୀ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ନିର୍ମାଣକୁ ସାମିଲ ପାଇଁ ମଞ୍ଜୁରୀ ଦେଇଛି କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ । ଏ ନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଟ୍ବିଟ କରି ସୂଚନା ଦିଆଯାଇଛି ।

କୋରୋନା ଯୁଦ୍ଧ : CSR ଫଣ୍ଡରୁ ତିଆରି ହେବ ଅସ୍ଥାୟୀ ହସ୍ପିଟାଲ
କୋରୋନା ଯୁଦ୍ଧ : CSR ଫଣ୍ଡରୁ ତିଆରି ହେବ ଅସ୍ଥାୟୀ ହସ୍ପିଟାଲ

ଅର୍ଥମନ୍ତ୍ରାଳୟ ଟ୍ବିଟ କରି କହିଛି ଯେ, କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଛି କି ଅସ୍ଥାୟୀ ହସ୍ପିଟାଲ ଓ ଅସ୍ଥାୟୀ କୋଭିଡ ରକ୍ଷଣାବେକ୍ଷଣା ସୁବିଧା ଲାଗି ଖର୍ଚ୍ଚ କରାଯାଇଥିବା ପାଣ୍ଠିକୁ ସିଏସଆର ଗତିବିଧି ମନାଯିବ ।

ଏହା ପୂର୍ବରୁ କୋଭିଡ-19ର ନୂଆ ଟିକା , ଔଷଧର ବିକାଶ ଓ ଚିକିତ୍ସା ଉପକରଣ ଉତ୍ପାଦନ ବଢାଇବାକୁ ଅଧିକ ପାଣ୍ଠି ଉପଲବ୍ଧ ପାଇଁ ସିଏସଆର ନିୟମ ସଂଶୋଧନ ହୋଇଥିଲା ।

କଣ ଏଇ ସିଏସଆର ?

କମ୍ପାନୀ ନିୟମ ଅନୁଯାୟୀ, ଲାଭକାରୀ ସଂସ୍ଥାର ଏକ ନିଶ୍ଚିତ ବର୍ଗକୁ କର୍ପୋରେଟ ସାମାଜିକ ଦାୟିତ୍ବବୋଧ (CSR) ପାଇଁ ସେମାନଙ୍କର ତିନି ବର୍ଷର ବାର୍ଷିକ ହାରାହାରୀ ଲାଭର ସର୍ବନିମ୍ନ 2 ପ୍ରତିଶତ ଖର୍ଚ୍ଚ କରିବାକୁ ପଡିବ |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.