ETV Bharat / business

ରୁଗ୍ଣ ଅର୍ଥବ୍ୟବସ୍ଥାକୁ ସୁସ୍ଥ କରିବ ନିର୍ମଳାଙ୍କ ମହୌଷଧି!

author img

By

Published : Sep 18, 2019, 8:57 AM IST

Updated : Sep 18, 2019, 9:37 AM IST

ଦେଶର ଦୁର୍ବଳ ଆର୍ଥିକ ମେରୁଦଣ୍ଡକୁ ପୁଣି ଥରେ ମଜବୁତିର ସହ ସୁଦୃଢ କରିବାକୁ ସରକାରଙ୍କ ମାଷ୍ଟର ପ୍ଲାନ। ପୂରା ବିଭାଗର ମାନସମନ୍ଥର ପରେ ପ୍ରସ୍ତୁତ ହେଉଛି ନୂଆ ରଣନୀତି । ଏ ନେଇ ଗତ କିଛି ଦିନରେ ସରକାର ବଡ ବଡ ଘୋଷଣା କରିଛନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ରୁଗ୍ଣ ଅର୍ଥବ୍ୟବସ୍ଥାକୁ ସୁସ୍ଥ ପାଇଁ ଉପାୟ ଖୋଜୁଛନ୍ତି ସରକାର । ମହୋଷଧି ସ୍ବରୂପ ଅର୍ଥମନ୍ତ୍ରୀ ଆଣୁଛନ୍ତି ଭଳିକି ଭଳି ସଂସ୍କାର । ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ କରୁଛନ୍ତି ମୋଗା ପ୍ୟାକେଜ ଘୋଷଣା । ତେବେ ଆସନ୍ତା କିଛିଦିନରେ ଦେଶ ରାଜସ୍ବର ବଡ ଉତ୍ସ ବୋଲାଉଥିବା 3ଟି କ୍ଷେତ୍ରରେ ହୋଇପାରେ ବଡ ଘୋଷଣା । ତେବେ ଜାଣନ୍ତୁ କେଉଁ 3ଟି ସେକ୍ଟରକୁ ମିଳିବ ସରକାରଙ୍କ ଆର୍ଥିକ ବୁଷ୍ଟର।

ଦିନକୁ ଦିନ ହ୍ରାସ ପାଉଛି ଅଭିବୃଦ୍ଧି ହାର । ବେକାରୀ ବଢୁଛନ୍ତି ନିଯୁକ୍ତି କମୁଛି । ଜିଏସଟି ମାଡରେ ଅଣନିଶ୍ବାସୀ ବଡ ବଡ ଆର୍ଥିକ ସେକ୍ଟର। ଚାହିଦା ବଢୁଥିବା ବେଳେ ଯୋଗାଣ ଖସୁଛି । ଫଳରେ ଦରଦାମ ଆକାଶଛୁଆଁ । ଯେଉଁଥିପାଇଁ ଚଳିତ ବର୍ଷର ପ୍ରଥମ ତ୍ରୟମାସରେ ଦେଶ ମୋଟ ଘରୋଇ ଉତ୍ପାଦ (ଜିଡିପି) 5 ପ୍ରତିଶତକୁ ହ୍ରାସ ପାଇଁ 6 ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏଥିଯୋଗୁଁ ଥୁକୁ ଥୁଆ ସାମ୍ବାଦିକ ସମ୍ମିଳନୀରେ ନୂଆ ଯୋଜନାର ନିଅ ପକାଉଛି ଅର୍ଥମନ୍ତ୍ରଣାଳୟ । ତେବେ ବହୁ ମାନସମନ୍ଥନ ପରେ ଅର୍ଥବ୍ୟବସ୍ଥାକୁ ଗତିଶୀଳ ପାଇଁ ସରକାର 3ଟି ସେକ୍ଟର ପାଇଁ ବଡ ପଦକ୍ଷେପ ଗ୍ରହଣ କରିପାରନ୍ତି । ଏ ନେଇ ବିଭାଗୀୟ ମନ୍ତ୍ରାଣଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ପୂର୍ବରୁ ସରକାର 3ଟି ପର୍ଯ୍ୟାୟରେ ନୂଆ ଉପାୟ ପ୍ରସ୍ତୁତ କରୁଛନ୍ତି । ଏଥିରେ ରିୟଲଇଷ୍ଟେଟ ପାଇଁ ନୂଆ କୋଷ ତିଆରି, ରପ୍ତାନୀ କ୍ଷେତ୍ରକୁ ପ୍ରୋତ୍ସାହନ, ବ୍ୟାଙ୍କ ସମ୍ମିଶ୍ରଣ, କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଇ) ଓ ଟ୍ରାନ୍ସପୋର୍ଟକୁ ଆଶ୍ବସ୍ତି ଆଦି ଘୋଷଣା ସାମିଲ ରହିଛି । ଏ ନେଇ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ମଧ୍ୟ ସରକାରଙ୍କ ଯୋଜନାର ସଙ୍କେତ ଦେଇଥିଲେ ।

ପ୍ରକାଶ ଥାଉ ଯେ, ଚଳିତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ଅଧ୍ୟକ୍ଷତାରେ 37ତମ ଜିଏସଟି ପରିଷଦ ବସିବ । ଏଥିରେ ଯାନବାହନ, ଏଫଏମସିଜି ଓ ହୋଟେଲ ସମେତ ବହୁ କ୍ଷେତ୍ରରେ ଜିଏସଟି ସଂଶୋଧନ ନେଇ ଆଶା ରହିଛି ।

Intro:Body:

BLANK


Conclusion:
Last Updated : Sep 18, 2019, 9:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.