ETV Bharat / business

କୋରୋନା ମାଡ, ମହଙ୍ଗା ସୁନା

author img

By

Published : Apr 3, 2020, 4:52 PM IST

ନ୍ୟୁୟର୍କ ବଜାରରେ ସୁନା ଦାମ ହ୍ରାସ ସତ୍ତ୍ବେ ଘରୋଇ ବଜାରରେ ସୁନା ଦାମ ବଢିଚାଲିଛି । 10 ଗ୍ରମ ସୁନା ଦାମ 448 ଟଙ୍କା ବଢି 43,688 ଟଙ୍କାରେ ପହଞ୍ଚିଛି ।

Gold futures rise Rs 448 to Rs 43,688 per 10 gm
କୋରୋନା ମାଡ, ମହଙ୍ଗା ସୁନା

ନୂଆଦିଲ୍ଲୀ. କୋରୋନା ମାଡରେ ପ୍ରଭାବିତ ବଜାରରେ ବଢୁଛି ସୁନାର ଚାହିଦା । ଫଳରେ ଶୁକ୍ରବାର ସୁନା ଦାମ ବୃଦ୍ଧି ପାଇଛି । ନ୍ୟୁୟର୍କ ବଜାରରେ ସୁନା ଦାମ ହ୍ରାସ ସତ୍ତ୍ବେ ଘରୋଇ ବଜାରରେ ସୁନା ଦାମ ବଢିଚାଲିଛି । 10 ଗ୍ରମ ସୁନା ଦାମ 448 ଟଙ୍କା ବଢି 43,688 ଟଙ୍କାରେ ପହଞ୍ଚିଛି । ସେହିଭଳି ରୂପା ଦାମ 1 କିଲୋ ପିଛା 41,135 ଟଙ୍କାକୁ ବୃଦ୍ଧି ପାଇଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଜୁନ ଡେଲିଭରି ସୁନା ଦାମ 448 ଟଙ୍କା ବଢି 43,688 ଟଙ୍କା ଛୁଇଁଛି । ଏଥିରୁ 16,935 ଲଟ୍ ପାଇଁ କାରବାର ହୋଇଛି । ସେହିଭଳି ସୁନାର ଅଗଷ୍ଟ ଡେଲିଭରି 460 ଟଙ୍କା ବା 1.06 ପ୍ରତିଶତ ବୃଦ୍ଧି ହୋଇ 10 ଗ୍ରାମ ପିଛା 43,840 ଟଙ୍କା ହୋଇଛି।

ନ୍ୟୁୟର୍କରେ ସୁନା ମୂଲ୍ୟ 3.50 ପ୍ରତିଶତ ହ୍ରାସ ହୋଇ ଆଉନ୍ସ ପିଛା 1,634.20 ଡଲାର ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.