ETV Bharat / business

ପାଖଉଛି ପାର୍ବଣ, ଖସିଲା ସୁନା-ରୂପା ଦାମ

author img

By

Published : Oct 5, 2020, 8:46 PM IST

ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ ଦୁର୍ବଳ ବୈଶ୍ବିକ ସଙ୍କେତ ଯୋଗୁଁ ବହୁମୂଲ୍ୟ ଧାତୁର ଦାମରେ ହ୍ରାସ ଦେଖାଦେଉଛି । ଅଧିକ ପଢନ୍ତୁ..

ପାଖଉଛି ପାର୍ବଣ, ଖସିଲା ସୁନା-ରୂପା ଦାମ
ପାଖଉଛି ପାର୍ବଣ, ଖସିଲା ସୁନା-ରୂପା ଦାମ

ନୂଆଦିଲ୍ଲୀ: ପାର୍ବଣ ପାଖେଇ ଆସୁଥିଲା ବେଳେ ହ୍ରାସ ହୋଇଛି ସୁନା ଓ ରୂପା ଦାମ । ସୋମବାର ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପ୍ରତି 389 ଟଙ୍କା କମି 51,192 ଟଙ୍କା ରହିଛି ।

ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ ଦୁର୍ବଳ ବୈଶ୍ବିକ ସଙ୍କେତ ଯୋଗୁଁ ବହୁମୂଲ୍ୟ ଧାତୁର ଦାମରେ ହ୍ରାସ ଦେଖାଦେଉଛି । ଏଭଳି ଭାବେ ସରଫରା ବଜାରରେ ରୂପା ଦାମ ମଧ୍ୟ କିଲୋ ପିଛା 466 ଟଙ୍କା କମି 61,902 ଟଙ୍କା ରହିଛି ।

ଗତ କାରବାର ଦିବସରେ ସୁନା ଦାମ 10 ଗ୍ରାମ ପ୍ରତି 51,581 ଟଙ୍କା ରହିଥିଲା ବେଳେ କିଲୋ ରୂପା ଦାମ 62,368 ଟଙ୍କାରେ ବନ୍ଦ ହୋଇଥିଲା ।

ତେବେ ଅନ୍ତରାଷ୍ଟ୍ରୀୟ ବଜାରରେ ଆଉନ୍ସ ପ୍ରତି ସୁନା ଦାମ 1,892 ଡଲାର ଓ ରୂପା 23.81 ଡଲାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.