ETV Bharat / business

ମାର୍ଚ୍ଚ ସୁଦ୍ଧା 3 ହଜାର କୋଟି ପୁଞ୍ଜି ପାଇବେ ବୀମା କମ୍ପାନୀ

author img

By

Published : Feb 15, 2021, 10:33 PM IST

ସରକାରୀ କ୍ଷେତ୍ରର ସାଧାରଣ ବୀମା କମ୍ପାନୀକୁ ଅର୍ଥ ମନ୍ତ୍ରାଳୟ 3000 କୋଟି ଟଙ୍କାର ପୁଞ୍ଜି ଯୋଗାଇବ ଅର୍ଥ ମନ୍ତ୍ରାଳୟ । ଫଳରେ ସାଧାରଣ ବୀମା କମ୍ପାନୀର ଆର୍ଥିକ ସ୍ଥିତିକୁ ସୁଦୃଢ ହେବ । ଅଧିକ ପଢନ୍ତୁ..

ମାର୍ଚ୍ଚ ସୁଦ୍ଧା 3 ହଜାର କୋଟି ପୁଞ୍ଜି ପାଇବେ ବୀମା କମ୍ପାନୀ
ମାର୍ଚ୍ଚ ସୁଦ୍ଧା 3 ହଜାର କୋଟି ପୁଞ୍ଜି ପାଇବେ ବୀମା କମ୍ପାନୀ

ନୂଆଦିଲ୍ଲୀ: ଚଳିତ ତ୍ରୟମାସରେ ସରକାରୀ କ୍ଷେତ୍ରର ସାଧାରଣ ବୀମା କମ୍ପାନୀକୁ ଅର୍ଥ ମନ୍ତ୍ରାଳୟ 3000 କୋଟି ଟଙ୍କାର ପୁଞ୍ଜି ଯୋଗାଇବ । ଏହା ଦ୍ବାରା ବୀମା କମ୍ପାନୀର ସ୍ଥିତିରେ ଉନ୍ନତି ହୋଇପାରିବ ।

କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଗତ ବର୍ଷ ସାର୍ବଜନୀକ ବୀମା କମ୍ପାନୀ ନ୍ୟାସନାଲ ଇନ୍ସୁରାନ୍ସ , ଓରିଏଣ୍ଟାଲ ଇନ୍ସୁରାନ୍ସ ଓ ୟୁନାଇଟେଡ ଇଣ୍ଡିଆ ଇନ୍ସୁରାନ୍ସକୁ ପୁଞ୍ଜିଗତ ସହାୟତା ଦେବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା । ମନ୍ତ୍ରୀମଣ୍ଡଳ ନ୍ୟାସନାଲ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡର ଅଧିକୃତ ପୁଞ୍ଜି ବଢାଇ 7500 କୋଟି ଟଙ୍କା କରିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଥିଲା । ଏଥିସହ ୟୁନାଇଟେଡ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ ଏବଂ ଓରିଏଣ୍ଟାଲ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ ଉଭୟ ଅଧିକୃତ ପୁଞ୍ଜି ମଧ୍ୟ ବଢାଇ 5000-5000 କୋଟି ଟଙ୍କା କରିବା ନେଇ ନିର୍ଣ୍ଣୟ କରାଯାଇଥିଲା ।

ସରକାର ଚଳିତ ଆର୍ଥିକ ବର୍ଷରେ 6 ଲକ୍ଷ 28 ହଜାର କୋଟି ଟଙ୍କାର ମୋଟ ଅତିରିକ୍ତ ଖର୍ଚ୍ଚ ପାଇଁ ଅନୁଦାନ ଦାବିର ଦ୍ବିତୀୟ ଓ ଅନ୍ତିମ ସୂଚୀ ପ୍ରସ୍ତୁତ କରିଛନ୍ତି । ଏଥିରେ ଏସବୁ ବୀମା କମ୍ପାନୀର ପୁନଃପୁଞ୍ଜିକରଣ ପାଇଁ 3000 କୋଟି ଟଙ୍କା ରହିଛି ।

ସଂସଦର ବର୍ତ୍ତମାନର ଅଧିବେଶନରେ ଅନୁଦାନ ପାଇଁ ସପ୍ଲିମେଣ୍ଟାରୀ ଡିମାଣ୍ଡ ପାରିତ ହେବା ପରେ କମ୍ପାନୀଗୁଡିକ ଏହି ଟଙ୍କା ପାଇବେ। ମାର୍ଚ୍ଚ 8 ତାରିଖରୁ ଦ୍ବିତୀୟ ଅଧିବେଶନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।

ଅତିରିକ୍ତ ପୁଞ୍ଜି ମିଳିଲେ ଏହି ତିନୋଟି ଜାତୀୟକରଣ ସାଧାରଣ ବୀମା କମ୍ପାନୀର ଆର୍ଥିକ ସ୍ଥିତିକୁ ସୁଦୃଢ କରିବ । ସେମାନଙ୍କର ଋଣ ଦେବା କ୍ଷମତା ମଜବୁତ ହେବ ଓ ଅର୍ଥନୀତିରେ ବୀମା ଆବଶ୍ୟକତାକୁ ଭଲ ଭାବରେ ପୂରଣ କରିବାକୁ ସକ୍ଷମ ହେବେ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ମାସ ଆରମ୍ଭରେ2021-22 ବଜେଟ ଆଗତ ବେଳେ 2 ସରକାରୀ ବ୍ୟାଙ୍କ ଓ ଗୋଟିଏ ବୀମା କମ୍ପାନୀରେ ବିନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.