ETV Bharat / business

ଜିଏସଟି କ୍ଷତିପୂରଣ: ରାଜ୍ୟ ଓ ୟୁଟିକୁ 16 ତମ କିସ୍ତି ଜାରି

author img

By

Published : Feb 16, 2021, 4:58 PM IST

କେନ୍ଦ୍ର ସରକାର ଏବେ ସୁଦ୍ଧା ସ୍ପେଶାଲ ୱିଣ୍ଡୋ ମାଧ୍ୟମରେ ହାରାହାରି 4.7831 ପ୍ରତିଶତ ସୁଧ ହାରରେ 95,000 କୋଟି ଟଙ୍କା ଋଣ କରି ରାଜ୍ୟ ଓ ୟୁଟିକୁ ଜାରି କରିଛନ୍ତି । ଅଧିକ ପଢନ୍ତୁ..

ଜିଏସଟି କ୍ଷତିପୂରଣ: ରାଜ୍ୟ ଓ ୟୁଟିକୁ 16 ତମ କିସ୍ତି ଜାରି
ଜିଏସଟି କ୍ଷତିପୂରଣ: ରାଜ୍ୟ ଓ ୟୁଟିକୁ 16 ତମ କିସ୍ତି ଜାରି

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦ୍ରବ୍ୟ ଓ ସେବା କର (ଜିଏସଟି) କ୍ଷତିପୂରଣର 16 ତମ ସାପ୍ତାହିକ କିସ୍ତି ଜାରି କଲା ଅର୍ଥ ମନ୍ତ୍ରଣାଳୟ । ସୋମବାର ମନ୍ତ୍ରାଳୟ ରାଜ୍ୟ ଓ ୟୁଟିକୁ 6,000 କୋଟି ଟଙ୍କା ପ୍ରଦାନ କରିଛି । ଏଥିସହ କେନ୍ଦ୍ର ଏବେ ସୁଦ୍ଧା ମୋଟ 95000 କୋଟି ଟଙ୍କା ଜାରି କରିସାରିଛି ।

ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ ଏବେ ସୁଦ୍ଧା ଜିଏସଟି ସଂଗ୍ରହରେ ହ୍ରାସକୁ ନେଇ ଆନୁମାନିକ କ୍ଷତିପୂରଣର 86 ପ୍ରତିଶତ ରାଜ୍ୟ ଓ ବିଧାନସଭା ଥିବା କେନ୍ଦ୍ରଶାସିତ ଅଞ୍ଚଳକୁ ଜାରି କରାଯାଇଛି । ଏଥିରୁ 86,729.93 କୋଟି ଟଙ୍କା ରାଜ୍ୟକୁ ତଥା 8,270.07 କୋଟି ଟଙ୍କା ବିଧାନସଭା ଥିବା 3 କେନ୍ଦ୍ରଶାସିତ ଅଞ୍ଚଳ ( ଦିଲ୍ଲା, ଜାମ୍ମୁକାଶ୍ମୀର ଓ ପୁଡୁଚେରୀ) କୁ ଜାରି କରାଯାଇଛି । ବାକି 5ଟି ରାଜ୍ୟ- ଅରୁଣାଞ୍ଚଳ ପ୍ରଦେଶ , ମଣିପୁର, ମିଜୋରାମ , ନାଗାଲାଣ୍ଡ ଏବଂ ସିକ୍କିମରେ ଜିଏସଟି ଲାଗୁ ପରେ ରାଜସ୍ବ ଆଦାୟରେ ସେହିଭଳି କୌଣସି ବଡ ପାର୍ଥକ୍ୟ ଦେଖିବାକୁ ମିଳିନି ।

ଜିଏସଟି ଲାଗୁ କରାଯିବା ପରେ ରାଜସ୍ବରେ 1.10 ଲକ୍ଷ କୋଟି ଟଙ୍କାର ଆନୁମାନିକ ହ୍ରାସ ଦେଖାଦେଇଛି । ଏହାକୁ ପୂରଣ କରିବା ପାଇଁ କେନ୍ଦ୍ର 2020 ଅକ୍ଟୋବରରେ ଏକ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥା ଆରମ୍ଭ କରିଥିଲା । ଚଳିତ ସପ୍ତାହରେ ଜିଏସଟି କ୍ଷତିପୂରଣ ପ୍ରଦାନ ପାଇଁ କେନ୍ଦ୍ର ସରକାର 4.64 ପ୍ରତିଶତ ସୁଧ ହାରରେ ଋଣ କରିଛି ।

ବିବୃତ୍ତି ଅନୁସାରେ ‘‘ ଏବେ ସୁଦ୍ଧା କେନ୍ଦ୍ର ସରକାର ବିଶେଷ ବ୍ୟବସ୍ଥା ଅଧିନରେ 95,000 କୋଟି ଟଙ୍କାର ଋଣ ନେଇଛି । ଏହି ଟଙ୍କା 4.7831 ପ୍ରତିଶତ ସୁଧରେ ନିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.