ETV Bharat / business

ଜିଏସଟି କ୍ଷତିପୂରଣ, ସମସ୍ତ ରାଜ୍ୟ ଏବଂ UTକୁ ମିଳିଲା 30 ହଜାର କୋଟି

author img

By

Published : Mar 31, 2021, 6:12 PM IST

ଜିଏସଟି କ୍ଷତିପୂରଣ ବାବଦକୁ 30 ହଜାର କୋଟି ଜାରି କରିଛି କେନ୍ଦ୍ର । ମାର୍ଚ୍ଚ 27ରେ ଏହି ଅର୍ଥରାଶିକୁ ଜାରି କରିଥିଲା ଅର୍ଥ ମନ୍ତ୍ରଣାଳୟ । ଯେଉଁଥିରେ କେନ୍ଦ୍ର ପକ୍ଷରୁ ଇଣ୍ଟିଗ୍ରେଟେଡ ଜିଏସଟି ବାବଦ କିସ୍ତିରେ 28 ହଜାର କୋଟି ମଧ୍ୟ ଜାରି ହୋଇଛି । ଅଧିକ ପଢନ୍ତୁ...

37 ରାଜ୍ୟ ତଥା ୟୁଟିକୁ 44 ହଜାର କୋଟି ଜାରି
37 ରାଜ୍ୟ ତଥା ୟୁଟିକୁ 44 ହଜାର କୋଟି ଜାରି

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦ୍ରବ୍ୟ ଓ ସେବାକର (ଜିଏସଟି) କ୍ଷତିପୂରଣ ବାବଦକୁ 30 ହଜାର କୋଟି ଜାରି କରିଛି କେନ୍ଦ୍ର । ମାର୍ଚ୍ଚ 27ରେ ଏହି ଅର୍ଥରାଶିକୁ ଜାରି କରିଥିଲା ଅର୍ଥ ମନ୍ତ୍ରଣାଳୟ । ଯେଉଁଥିରେ କେନ୍ଦ୍ର ପକ୍ଷରୁ ଇଣ୍ଟିଗ୍ରେଟେଡ ଜିଏସଟି ବାବଦ କିସ୍ତିରେ 28 ହଜାର କୋଟି ଜାରି କରିଛି ଅର୍ଥ ମନ୍ତ୍ରଣାଳୟ । ଯାହାକୁ ସମାନ ଭାଗରେ ବିଭକ୍ତ କରି (14 ହଜାର କୋଟି) ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ବଣ୍ଟା ହୋଇଛି ।

ଗତକାଲି (ମଙ୍ଗଳବାର) ଜାରି କରାଯାଇଥିବା ଅର୍ଥରାଶିରେ ପାଞ୍ଚଟି ରାଜ୍ୟକୁ ପାଖାପାଖି 1 ହଜାର କୋଟିରୁ ଅଧିକ ଟଙ୍କା ଜାରି କରାଯାଇଛି। ଯେଉଁଥିରେ ମହାରାଷ୍ଟ୍ର 2,115 କୋଟି, କର୍ଣ୍ଣାଟକ 1,263 କୋଟି, ଉତ୍ତରପ୍ରଦେଶ 1,167 କୋଟି, ତାମିଲନାଡୁ 1,041 କୋଟି ଏବଂ ଗୁଜରାଟକୁ 1,009 କୋଟି ଜାରି କରାଯାଇଛି ।

ଗତବର୍ଷ ଆର୍ଥିକବର୍ଷ (2020-21) ଶେଷ ଅର୍ଥାତ (ମାର୍ଚ୍ଚ 31) ସୁଦ୍ଧା ଏପର୍ଯନ୍ତ ମୋଟ ଜିଏସଟି ବାବଦ କ୍ଷତିପୂରଣ ଅର୍ଥରାଶି 70 ହଜାର କୋଟି ଜାରି କରାଯାଇଥିବା ନିଜ ବିବୃତିରେ ସୂଚନା ଦେଇଛି ଅର୍ଥମନ୍ତ୍ରଣାଳୟ । ଏହାବାଦ କେନ୍ଦ୍ର ଉପରେ ଆହୁରି 63 ହଜାର କୋଟି ବାକି ରହିଥିବା ଗତକାଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଜିଏସଟି ଲାଗୁ କରାଯିବା ପରେ ରାଜସ୍ବରେ 1.10 ଲକ୍ଷ କୋଟି ଟଙ୍କାର ଆନୁମାନିକ ହ୍ରାସ ଦେଖାଦେଇଛି । ଏହାକୁ ପୂରଣ କରିବା ପାଇଁ କେନ୍ଦ୍ର 2020 ଅକ୍ଟୋବରରେ ଏକ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥା ଆରମ୍ଭ କରିଥିଲା । ଯାହାକୁ ଗୋଟେ ଗୋଟେ କିସ୍ତି ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରାଯାଉଛି ।

5 ବର୍ଷ ପାଇଁ ରାଜ୍ୟଗୁଡିକୁ କ୍ଷତିପୂରଣ ଦେବାକୁ କେନ୍ଦ୍ର :

ଜିଏସଟି (କ୍ଷତିପୂରଣ ପାଇଁ ରାଜ୍ୟ) ଅଧିନିୟମ 2017 ଅନୁଯାୟୀ, କେନ୍ଦ୍ର ସରକାର ଆଇନଗତ ଭାବରେ ଜିଏସଟି ରାଜସ୍ବ ସଂଗ୍ରହର ଅଭାବ ଦେଖାଦେଲେ, ଏହାକୁ ପୂରଣ କରିବା ପାଇଁ ରାଜ୍ୟ ମାନଙ୍କୁ ଆସନ୍ତା 5 ବର୍ଷ ଯାଏଁ କେନ୍ଦ୍ର କ୍ଷତିପୂରଣ ଦେବାକୁ ବାଧ୍ୟ । ଯାହାକୁ ଜୁଲାଇ 2017 ମସିହାରେ କାର୍ଯ୍ୟକାରୀ କରାଯାଇଛି । ଏକ ରାଜ୍ୟର ରାଜସ୍ବ ସଂଗ୍ରହରେ ବର୍ଷକୁ 14% ହିସାବରେ ଆର୍ଥିକ ଅଭିବୃଦ୍ଧି ଅନୁମାନ କରି କ୍ଷତିପୂରଣର ପରିମାଣ ସ୍ଥିର କରାଯାଏ ।

ତେବେ ଚଳିତବର୍ଷ କୋଭିଡ ମହାମାରୀ ଯୋଗୁଁ କେନ୍ଦ୍ର ଜିଏସଟି କ୍ଷତିପୂରଣ ସେସ ସଂଗ୍ରହ ସମେତ ରାଜସ୍ବ ସଂଗ୍ରହ ରାଜ୍ୟକୁ ଜିଏସଟି କ୍ଷତିପୂରଣ ଦେୟ ପ୍ରଦାନ କରିବାରେ ଅସମର୍ଥତା ପ୍ରକାଶ କରିଛି। ଯେଉଁଥିପାଇଁ ଚଳିତ ଆର୍ଥିକବର୍ଷରେ ଦେଶର ଜିଡିପି 8% ହ୍ରାସ ପାଇଛି ଏବଂ ଚଳିତବର୍ଷ ରାଜସ୍ବ ସଂଗ୍ରହ 30-35% ହ୍ରାସ ପାଇଛି ।

ଜିଏସଟି ପରିଷଦର ନିଷ୍ପତ୍ତି ଅନୁଯାୟୀ, ଚଳିତ ଆର୍ଥିକବର୍ଷ ପାଇଁ ଜିଏସଟି କ୍ଷତିପୂରଣ ବାବଦ ଅଭାବ ଦୂର ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 1,10,208 କୋଟି ଟଙ୍କା ଋଣ ଫେରସ୍ତ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି ।

କୃଷ୍ଣାନନ୍ଦ ତ୍ରିପାଠୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.