ETV Bharat / business

ଗତ 6 ବର୍ଷରେ ତେଲରୁ କର ସଂଗ୍ରହ 300% ବଢିଛି

author img

By

Published : Mar 22, 2021, 10:17 PM IST

ଗତ 6 ବର୍ଷରେ ପେଟ୍ରୋଲ ଓ ଡିଜେଲ ଉପରୁ କର ସଂଗ୍ରହ 300 ପ୍ରତିଶତ ବୃଦ୍ଧି ହୋଇଛି । ସୋମବାର ସରକାର ଏ ନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

ଗତ 6 ବର୍ଷରେ ତେଲରୁ  କର ସଂଗ୍ରହ 300% ବଢିଛି
ଗତ 6 ବର୍ଷରେ ତେଲରୁ କର ସଂଗ୍ରହ 300% ବଢିଛି

ନୂଆଦିଲ୍ଲୀ: ତେଲ ଉପରୁ ଆଦାୟ ହେଉଛି ଅଧିକ କର । ଗତ 6 ବର୍ଷରେ ପେଟ୍ରୋଲ ଓ ଡିଜେଲ ଉପରୁ କର ସଂଗ୍ରହ 300 ପ୍ରତିଶତ ବୃଦ୍ଧି ହୋଇଛି । ସୋମବାର ସରକାର ଏ ନେଇ ସୂଚନା ଦେଇଛନ୍ତି ।

ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି କି, ମୋଦି ସରକାରଙ୍କ ଆସିବା ପୂର୍ବରୁ କେନ୍ଦ୍ର ସରକାର 2014-15 ମଧ୍ୟରେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ବାବଦରେ 29,279 କୋଟି ଟଙ୍କା କମେଇଛନ୍ତି । ସେହିଭଳି ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବାବଦକୁ 42,881 କୋଟି ଟଙ୍କା କମେଇଛନ୍ତି ।

ସେ କହିଛନ୍ତି କି ବର୍ତ୍ତମାନ ଆର୍ଥିକ ବର୍ଷ 2020-21ର ପ୍ରଥମ 10 ମାସ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ କର ସଂଗ୍ରହ ବୃଦ୍ଧି ହୋଇ 2.94 ଲକ୍ଷ କୋଟି ଟଙ୍କା ହୋଇଛି ।

ପ୍ରକାଶ ଯେ, ନିକଟରେ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ଯୋଗୁଁ ଦେଶରେ ଜନ ଅସନ୍ତୋଷ ବଢାଇଛି । ବହୁ ସ୍ଥାନରେ ପେଟ୍ରୋଲ ଦାମ ଲିଟର ପ୍ରତି 100 ଟଙ୍କା ପାର କରିବା କାରଣରୁ ମୁଦ୍ରାସ୍ପୀତି ଆକାଶଛୁଆଁ ହୋଇଛି । ତେବେ ଗତ 23 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.