ETV Bharat / business

କେନ୍ଦ୍ର କର୍ମଚାରୀଙ୍କ ଲାଗିଲା ଲଟେରୀ, 5ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

author img

By

Published : Aug 5, 2019, 11:00 PM IST

ସପ୍ତମ ବେତନ ଆୟୋଗ ନିଷ୍ପତ୍ତି କ୍ରମେ କେନ୍ଦ୍ର କର୍ମଚାରୀ ଓ ବେତନଭୋଗୀଙ୍କ ବଢିବ ମହଙ୍ଗା ଭତ୍ତା । 2019 ଜୁନ ମାସରେ ମୁଦ୍ରାସ୍ପୀତି ହାର ପ୍ରକାଶ ପାଇବା ପରେ ମହଙ୍ଗା ଭତ୍ତା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି ।

ପ୍ରତିକାତ୍ମକ ଫଟୋ


ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଭିତରେ କେନ୍ଦ୍ର କର୍ମଚାରୀ ଓ ବେତନଭୋଗୀଙ୍କ ପାଇଁ ଖୁସିଖବର । ସପ୍ତମ ବେତନ ଆୟୋଗ ନିଷ୍ପତ୍ତି କ୍ରମେ ବଢିବ ମହଙ୍ଗା ଭତ୍ତା । ଉଦ୍ୟୋଗ ଶ୍ରମିକଙ୍କ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ 2 ପଏଣ୍ଟ ସହ ମହଙ୍ଗା ଭତ୍ତା (Dearness Allowance) 5 ପ୍ରତିଶତ ବଢିବ । ସରକାରଙ୍କ ଏହି ପଦକ୍ଷେପ ଦ୍ବାରା କେନ୍ଦ୍ରୀୟ କର୍ମଚାରୀ ଓ ବେତଭୋଗୀ ଅଧିକ ମାତ୍ରାରେ ଲାଭବାନ ହେବେ ।

ବର୍ତ୍ତମାନ ସମୟରେ ମହଙ୍ଗା ଭତ୍ତା ଦର 12 ପ୍ରତିଶତ ରହିଛି । ଏବେ ଏହା 5 ପ୍ରତିଶତ ବୃଦ୍ଧି ପାଇ 17 ପ୍ରତିଶତ ହୋଇଛି ।

2019 ଜୁନ ମାସରେ ମୁଦ୍ରାସ୍ପୀତି ହାର ପ୍ରକାଶ ପାଇବା ପରେ ମହଙ୍ଗା ଭତ୍ତା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ସପ୍ତମ ବେତନ ଆୟୋଗର ସୁପାରିସରେ ଲାଗୁ ମହଙ୍ଗା ଭତ୍ତା ସର୍ବୋଚ୍ଚ ରେକର୍ଡ କରିଛି । ସୂଚନା ଅନୁଯାୟୀ, 2016 ଜୁଲାଇରେ 2%, 2017 ଜାନୁଆରୀ ଓ ଜୁଲାଇ ରେ 2% ଲେଖାଏଁ, 2018 ଜାନୁଆରୀରେ ଓ ଜୁଲାଇରେ 2% ଲେଖାଏଁ ଏବଂ 2019 ଜାନୁଆରୀରେ 3 ପ୍ରତିଶତ ବୃଦ୍ଧି କରି 12 ପ୍ରତିଶତ ଦରରେ ମହଙ୍ଗା ଭତ୍ତା ମିଳୁଥିଲା । ଯାହାକି 2019 ଜୁଲାଇରେ 5 ପ୍ରତିଶତ ବୃଦ୍ଧି ପାଇ 17 ପ୍ରତିଶତ ହୋଇଛି ।

ନିୟମ ଅନୁଯାୟୀ ଜୁଲାଇରେ ଲାଗୁ ବର୍ଦ୍ଧିତ ମହଙ୍ଗା ଭତ୍ତା କ୍ୟାବିନେଟ ଦ୍ବାରା ସେପ୍ଟେମ୍ବରର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ମଞ୍ଜୁର କରାଯାଏ । ହେଲେ ଏବେ କେତେକ ଆର୍ଥିକ ପ୍ରଭାବ ଓ ନିର୍ବାଚନ ଆଚାର ସହିଂତା ଯୋଗୁଁ ଏହାକୁ କେତେବେଳେ ବି ଗ୍ରୀନ ସିଗନାଲ ମିଳିଯିବ । ତେବେ 2019 ସେପ୍ଟମ୍ବରରେ ହିଁ ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ଦରମାରେ ଯୋଡି ଦିଆଯିବ ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.