ETV Bharat / business

23 କୋଟି ଭାରତୀୟଙ୍କୁ ଦରିଦ୍ର କଲା କୋଭିଡ୍

author img

By

Published : May 6, 2021, 8:37 PM IST

ଗତ ଏକ ବର୍ଷ ମଧ୍ୟରେ 23 କୋଟି ଭାରତୀୟ ଦାରିଦ୍ର୍ୟକୁ ଠେଲି ହୋଇଯାଇଛନ୍ତି । ଏନେଇ ଆଜିମ ପ୍ରେମଜୀ ବିଶ୍ବବିଦ୍ୟାଳୟର ଏକ ରିପୋର୍ଟରେ ଦର୍ଶାଯାଇଛି । ଅଧିକ ପଢନ୍ତୁ..

23 କୋଟି ଭାରତୀୟଙ୍କୁ ଦରିଦ୍ର କଲା କୋଭିଡ
23 କୋଟି ଭାରତୀୟଙ୍କୁ ଦରିଦ୍ର କଲା କୋଭିଡ

ନୂଆଦିଲ୍ଲୀ: ଗମ୍ଭୀର ଗୁରୁତର ରୂପ ନେଲାଣି ଭାରତରେ କୋରୋନା ସଙ୍କଟର ଦ୍ବିତୀୟ ଲହର । ଆଉ ଏହାକୁ ପ୍ରତିହିତ ପାଇଁ ବହୁ ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ଲକଡାଉନ, ସପ୍ତାହନ୍ତ ସଟଡାଉନ ଓ ନାଇଟକର୍ଫ୍ୟୁ ଭଳି କଟକଣା ଲାଗୁ ହେଉଛି । ଆଉ ଏହାର ପ୍ରଭାବରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବା ସହ ଅର୍ଥନୀତି ତଳମୁହାଁ ହେଉଛି ।

ଗତ ଏକ ବର୍ଷ ମଧ୍ୟରେ 23 କୋଟି ଭାରତୀୟ ଦାରିଦ୍ର୍ୟକୁ ଠେଲି ହୋଇଯାଇଛନ୍ତି । ଏନେଇ ଆଜିମ ପ୍ରେମଜୀ ବିଶ୍ବବିଦ୍ୟାଳୟର ଏକ ରିପୋର୍ଟରେ ଦର୍ଶାଯାଇଛି । ଏଥିରେ କୁହାଯାଇଛି କି ଗ୍ରାମୀଣ ଦାରିଦ୍ର୍ୟ 15 ପ୍ରତିଶକୁ ବଢିଥିବା ବେଳେ ସହାରଞ୍ଚଳ ଦାରିଦ୍ର୍ୟ ହାର 20 ପ୍ରତିଶତ ନିକଟତର ହେଲାଣି ।

ଜାତୀୟ ସର୍ବନିମ୍ନ ଦରମା ତଥ୍ୟ ହିସାବରେ କୋରୋନା ମହାମାରୀ ଅବଧିରେ 23 କୋଟି ଲୋକ ସର୍ବନିମ୍ନ ଶ୍ରମ ସୀମା ତଳକୁ ଖସିପାରନ୍ତି । ଅନୁପ ସତ୍ୟଥୀ ସମିତି ସୁପାରିଶ କରିଛି କି, ଦେଶରେ 375 ଟଙ୍କାରୁ କମ କମାଉଥିବା ଲୋକ ନ୍ୟାସନାଲ ମିନିମମ ୱେଜ ସୀମା ତଳେ ଆସୁଥିବା କୁହାଯାଇପାରେ । ଯଦି କୋରୋନା ଭାଇରସ ସଙ୍କଟ ହୋଇନଥାନ୍ତା , ତେବେ ଦେଶରେ ଗ୍ରାମାଞ୍ଚଳର ଗରିବୀରେ 5 ପ୍ରତିଶତ ପଏଣ୍ଟ ହ୍ରାସ ହୋଇଥାନ୍ତା । ଏଥିସହ ସହରାଞ୍ଚଳରେ ଗରିବୀରେ 1.5 ପ୍ରତିଶତ ପଏଣ୍ଟ ଆସିବା ଆଶା ରହିଥିଲା । ଏହି ରିପୋର୍ଟ ମୁତାବକ 2019ରୁ 20 ମଧ୍ୟରେ ସାଧାର ସ୍ଥିତିରେ 5 କୋଟି ଲୋକଙ୍କୁ ଗରିବ ରେଖା ଉପରୁ ଆଣିବାରେ ସହଯୋଗ ମିଳିପାରେ ।

ଏପ୍ରିଲ ଏବଂ ମେ ମାସରେ ଗରିବୀ 20 ପ୍ରତିଶତ ପରିବାର ସେମାନଙ୍କର ସମସ୍ତ ଆୟ ହରାଇଛନ୍ତି । ଅପରପକ୍ଷେ, ଧନୀ ପରିବାରମାନେ ସେମାନଙ୍କର ପୂର୍ବ-ମହାମାରୀ ଆୟର ଏକ ଚତୁର୍ଥାଂଶରୁ କମ୍ କ୍ଷତି ସହିଛନ୍ତି ।

ମୋଟ ଆଠ ମାସର ଅବଧି ମଧ୍ୟରେ (ମାର୍ଚ୍ଚରୁ ଅକ୍ଟୋବର) ହାରାହାରି 10 ପ୍ରତିଶତ ପରିବାର 15,700 ଟଙ୍କା ବା ସେମାନଙ୍କ 2 ମାସର ପୂରା ଦରମା ହରାଇଛନ୍ତି । ଆହୁରି ମଧ୍ୟ, ରିପୋର୍ଟ ଅନୁଯାୟୀ 2020 ଶେଷ ସୁଦ୍ଧା ପ୍ରାୟ 1.5 କୋଟି କର୍ମଚାରୀ କାମ ବାହାରେ କରିଛନ୍ତି । ଦେଶବ୍ୟାପୀ 2020 ଏପ୍ରିଲ-ମେ ଲକଡାଉନ ସମୟରେ ପ୍ରାୟ 10 କୋଟି ଲୋକ ଚାକିରି ହରାଇଥିଲେ । 2020 ଜୁନ ସୁଦ୍ଧା ବହୁତ ଲୋକ ସେମାନଙ୍କ ଘରକୁ ଫେରିଯାଇଥିଲେ । ରିପୋର୍ଟ ମୁତାବକ 2020 ଶେଷ ମାସ ସୁଦ୍ଧା ବି ଦେଶରେ ଦେଢ କୋଟିରୁ ଅଧିକ ଲୋକଙ୍କୁ ଜୀବନଯାପନ ପାଇଁ କାମଧନ୍ଦା ମିଳିନାହିଁ ।

କୋରୋନା ସଂକ୍ରମଣ ଅବଧିରେ ଲୋକଙ୍କ ଆମଦାନୀ ପ୍ରଭାବିତ ହୋଇଛି । ଏହି ରିପୋର୍ଟ 2020 ରେ କୋରୋନା ଭାଇରସ ଲକଡାଉନ ସ୍ଥିତିରେ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଅନୁସାରେ 2020 ଅକ୍ଟୋବରରେ 4 ଲୋକଙ୍କ ପରିବାର ମାସିକ ମୁଣ୍ଡପିଛା ଆୟ ହ୍ରାସ ହୋଇ 4979 ଟଙ୍କା ରହିଛି । ଏହା ଜାନୁଆରୀ 2020 ରେ 5989 ଟଙ୍କା ଥିଲା । ଏହି ରିପୋର୍ଟ ସେଣ୍ଟର ଫର ମନିଟାରିଙ୍ଗ ଇଣ୍ଡିଆନ ଇକୋନୋମି କଞ୍ଜୁମର ପିରାମିଡ ହାଉସହୋଲ୍ଡ ସର୍ଭେ ସହଯୋଗରେ ପ୍ରସ୍ତୁତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.