ETV Bharat / business

ଜିଏସଟି କ୍ଷତିପୂରଣ: ରାଜ୍ୟ ଓ ୟୁଟିକୁ ମିଳିଲାଣି 90 ହଜାର କୋଟି

author img

By

Published : Feb 12, 2021, 9:42 PM IST

କେନ୍ଦ୍ର ସରକାର ଏବେ ସୁଦ୍ଧା ସ୍ପେଶାଲ ୱିଣ୍ଡୋ ମାଧ୍ୟମରେ ହାରାହାରି 4.7921 ପ୍ରତିଶତ ସୁଧ ହାରରେ 90,000 କୋଟି ଟଙ୍କା ଋଣ କରି ରାଜ୍ୟ ଓ ୟୁଟିକୁ ଜାରି କରିଛନ୍ତି । ଅଧିକ ପଢନ୍ତୁ..

ଜିଏସଟି କ୍ଷତିପୂରଣ: ରାଜ୍ୟ ଓ ୟୁଟିକୁ ମିଳିଲାଣି 90 ହଜାର କୋଟି
ଜିଏସଟି କ୍ଷତିପୂରଣ: ରାଜ୍ୟ ଓ ୟୁଟିକୁ ମିଳିଲାଣି 90 ହଜାର କୋଟି

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦ୍ରବ୍ୟ ଓ ସେବା କର (ଜିଏସଟି) କ୍ଷତିପୂରଣର 15 ତମ ସାପ୍ତାହିକ କିସ୍ତି ଜାରି କଲା ଅର୍ଥ ମନ୍ତ୍ରଣାଳୟ । ଶୁକ୍ରବାର ମନ୍ତ୍ରାଳୟ ରାଜ୍ୟ ଓ ୟୁଟିକୁ 6,000 କୋଟି ଟଙ୍କା ପ୍ରଦାନ କରିଛି ।

ଏଥରକ କ୍ଷତିପୂରଣ ରାଶି ମଧ୍ୟରେ 23 ରାଜ୍ୟକୁ 5,516.60 କୋଟି ଟଙ୍କା ଓ 3 କେନ୍ଦ୍ର ଶାସିତ ଅଞ୍ଚଳ ( ଦିଲ୍ଲୀ, ଜାମ୍ମୁ ଏବଂ କାଶ୍ମୂର ଓ ପଣ୍ଡିଚେରୀ) କୁ 483.40 କୋଟି ଟଙ୍କା ଜାରି ହୋଇଛି । ଏହି 3 ଟି ୟୁଟି ଜିଏସଟି ପରିଷଦର ମଧ୍ୟ ସଦସ୍ୟ ରହିଛି । ବାକି 5ଟି ରାଜ୍ୟ- ଅରୁଣାଞ୍ଚଳ ପ୍ରଦେଶ , ମଣିପୁର, ମିଜୋରାମ , ନାଗାଲାଣ୍ଡ ଏବଂ ସିକ୍କିମରେ ଜିଏସଟି ଲାଗୁ ପରେ ରାଜସ୍ବ ଆଦାୟରେ ସେହିଭଳି କୌଣସି ବଡ ପାର୍ଥକ୍ୟ ଦେଖିବାକୁ ମିଳିନି ।

ଏବେ ସୁଦ୍ଧା ମୋଟ ଆନୁମାନିକ ଜିଏସଟି ହ୍ରାସର 81 ପ୍ରତିଶତ ଅଂଶ ରାଜ୍ୟ ତଥା 3 କେନ୍ଦ୍ର ଶାସିତ ଅଞ୍ଚଳକୁ ଦିଆଯାଇଛି । ଏଥିସହ ମୋଟି ସାପ୍ତାହିକ ଜିଏସଟି କ୍ଷତିପୂରଣର 15 ଟି କିସ୍ତି ବାବଦରେ ରାଜ୍ୟକୁ ମୋଟ 82,132.76 କୋଟି ଟଙ୍କା ଓ କେନ୍ଦ୍ର ଶାସିତ ଅଞ୍ଚଳକୁ 7,867.24 କୋଟି ଟଙ୍କା ଜାରି ହୋଇଛି ।

ଜିଏସଟି ଲାଗୁ କରାଯିବା ପରେ ରାଜସ୍ବରେ 1.10 ଲକ୍ଷ କୋଟି ଟଙ୍କାର ଆନୁମାନିକ ହ୍ରାସ ଦେଖାଦେଇଛି । ଏହାକୁ ପୂରଣ କରିବା ପାଇଁ କେନ୍ଦ୍ର 2020 ଅକ୍ଟୋବରରେ ଏକ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥା ଆରମ୍ଭ କରିଥିଲା । ଚଳିତ ସପ୍ତାହରେ ଜିଏସଟି କ୍ଷତିପୂରଣ ପ୍ରଦାନ ପାଇଁ କେନ୍ଦ୍ର ସରକାର 5.5288 ପ୍ରତିଶତ ସୁଧ ହାରରେ ଋଣ କରିଛନ୍ତି । କେନ୍ଦ୍ର ସରକାର ଏବେ ସୁଦ୍ଧା ସ୍ପେଶାଲ ୱିଣ୍ଡୋ ମାଧ୍ୟମରେ ହାରାହାରି 4.7921 ପ୍ରତିଶତ ସୁଧ ହାରରେ 90,000 କୋଟି ଟଙ୍କା ଋଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.