ETV Bharat / briefs

‘ଓଡିଶାକୁ ଅର୍ଥ ଦେଲେ CSR ଭାବେ ବିବେଚନା କରାଯିବ’

author img

By

Published : May 7, 2019, 4:50 PM IST

ଓଡିଶାକୁ ଦାନ ଅର୍ଥ CSR ବୋଲି ବିବେଚନା କରାଯିବ

ଫାଇଲ ଫଟୋ

ଭୁବନେଶ୍ବର: ସାମୁଦ୍ରିକ ଝଡ ଫନିରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିବା ଓଡିଶାକୁ ପୁଣିଥରେ ପୁନଃର୍ଗଠନ କରିବା ପାଇଁ ସବୁ ସ୍ତରରୁ ଉଦ୍ୟମ ହେଉଛି । ଯାହା ରାଜ୍ୟ ବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ବିଷୟ । କେନ୍ଦ୍ର ସରକାରଙ୍କ ସମସ୍ତ ସହାୟତା ଘୋଷଣା ପରେ ଆଜି ଆଜି କେନ୍ଦ୍ର ସରକାର ପୁଣି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଯେଉଁ ଘରୋଇ କମ୍ପାନୀ ମାନେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷକୁ ପାଣ୍ଠି ଦାନ କରିବେ ତାହା CSR ପାଣ୍ଠି ବୋଲି ବିବେଚନା କରାଯିବା ନେଇ କେନ୍ଦ୍ର କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଘୋଷଣା କରିଛି ।

ଯେହେତୁ ସାମୁଦ୍ରିକ ଝଡ ‘ଫନି’ରେ ଓଡିଶା ବ୍ୟାପକ କ୍ଷତିର ସମ୍ମୁଖିନ ହୋଇଛି ତେଣୁ ବର୍ତ୍ତମାନ ପରିସ୍ଥିତିରେ ଯାହା ଅର୍ଥ ରାଜ୍ୟକୁ ପ୍ରଦାନ କରିବେ କମ୍ପାନୀ ମାନେ ତାହା ସିଏସଆର ବୋଲି ବିବେଚନା କରାଯିବ ବୋଲି ମନ୍ତ୍ରଣାଳୟ କହିଛି ।

ମନ୍ତ୍ରଣାଳୟର ଏହି ଘୋଷଣାରେ ରାଜ୍ୟ ସରକାର ଖୁସି ବ୍ୟକ୍ତ କରିବା ସହ ଓଡିଶାକୁ ବିଶେଷ ସହାୟକ ହେବ ବୋଲି ରିଲିଫ କମିଶନର କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.