ETV Bharat / briefs

ଦ୍ବିତୀୟ ଲହରରେ ପ୍ରାଣ ହରାଇଲେଣି 270 ଡାକ୍ତର: ଆଇଏମଏ

author img

By

Published : May 18, 2021, 4:54 PM IST

ଦେଶରେ ଦ୍ବିତୀୟ ଲହରରେ ପ୍ରାଣ ହରାଇଲେଣି 270 ଡାକ୍ତର । ସୂଚନା ଦେଲା ଭାରତୀୟ ମେଡିକାଲ ସଂଘ । ଅଧିକ ପଢନ୍ତୁ...

ଦ୍ବିତୀୟ ଲହରରେ ପ୍ରାଣ ହରାଇଲେଣି 270 ଡାକ୍ତର   ଆଇଏମଏ
ଦ୍ବିତୀୟ ଲହରରେ ପ୍ରାଣ ହରାଇଲେଣି 270 ଡାକ୍ତର ଆଇଏମଏ

ନୂଆଦିଲ୍ଲୀ: ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟରେ କୋଭିଡର ଦ୍ବିତୀୟ ସଂକ୍ରମଣରେ ଦେଶରେ ପ୍ରାଣ ହରାଇଲେଣି 270 ଡାକ୍ତର । ମଙ୍ଗଳବାର ଆଇଏମ୍ଏ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମୃତ ଡାକ୍ତରଙ୍କ ତାଲିକାରେ ପୂର୍ବତନ ଆଇଏମଏ ସଭାପତି ଡାକ୍ତର କେ ଅଗ୍ରୱାଲ ମଧ୍ୟ ରହିଥିବା ମେଡିକାଲ ଆସୋସିଏସନ କହିଛି । ଗତ ସୋମବାର ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।

ମୃତ ଡାକ୍ତରଙ୍କ ମଧ୍ୟରେ ସର୍ବାଧିକ ଡାକ୍ତର କେବଳ ବିହାରରୁ ରହିଥିବା ମଧ୍ୟ ଜଣାପଡିଛି । କେବଳ ବିହାରରେ 78 ଜଣ ଚିକିତ୍ସକଙ୍କ ମୃତ୍ୟୁ ଘଟିଛି, ତାପଛକୁ ଉତ୍ତରପ୍ରଦେଶର 37 ଡାକ୍ତର , ଦିଲ୍ଲୀର 29 ଏବଂ ଆନ୍ଧ୍ରପ୍ରଦେଶ 22 ଡାକ୍ତର ପ୍ରାଣ ହରାଇଥିବା ତଥ୍ୟରୁ ଜଣାପଡିଛି ।

ଆଇଏମଏରେ ପଞ୍ଜୀକୃତ ହୋଇଥିବା ତଥ୍ୟ ଆଧାରରେ ମହାମାରୀର ପ୍ରଥମ ଲହରରେ 748 ଡାକ୍ତର କୋଭିଡ ଆକ୍ରାନ୍ତ ହୋଇଥିଲେ । ଦ୍ବିତୀୟ ଲହରରେ ଅପେକ୍ଷାକୃତ କମ ଡାକ୍ତର କୋଭିଡ ଆକ୍ରାନ୍ତ ହୋଇଛନ୍ତି । ତେବେ ଗତ ଲହର ଠାରୁ ଚଳିତ ଥର ମୃତ୍ୟୁ ହାର ଅଧିକ ରହିଛି, ଯାହା ଚିନ୍ତାଜନକ ବିଷୟ ବୋଲ ମେଡିକାଲ ଆସୋସିଏସନ କହିଛି । ବର୍ତ୍ତମାନ ଦେଖାଯାଇଥିବା ଦ୍ବିତୀୟ ଲହରରେ ଖୁବ କମ ଦିନ ମଧ୍ୟରେ ଆମେ 270 ଡାକ୍ତରଙ୍କୁ ହରାଇଛୁ ବୋଲି ଆଇଏମଏ କହିଛି । ମହାମାରୀର ଦ୍ୱିତୀୟ ତରଙ୍ଗ ସମସ୍ତଙ୍କ ପାଇଁ ତଥା ବିଶେଷ ଭାବରେ ଆଗରେ ଥିବା ସ୍ୱାସ୍ଥ୍ୟସେବା ସହ ସମ୍ପୃକ୍ତ ବ୍ୟକ୍ତି ବିିଶେଷଙ୍କ ପାଇଁ ବେସ ଆହ୍ୱାନପୂର୍ଣ୍ଣ ବୋଲି ଆଇଏମଏ ସଭାପତି ଡାକ୍ତର ଜେଏ ଜୟଲାଲ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.