ETV Bharat / bharat

ଗଣେଶ ବିସର୍ଜନରେ ହିଜାବ ପିନ୍ଧି ନାଚିବା ପଡ଼ିଲା ମହଙ୍ଗା, ଜେଲ ଗଲେ ଯୁବକ

author img

By ETV Bharat Odisha Team

Published : Sep 24, 2023, 9:28 AM IST

Updated : Sep 24, 2023, 10:06 AM IST

ଗଣେଶ ବିସର୍ଜନ ଶୋଭାଯାତ୍ରାରେ ହିଜାବ(ମୁସଲମାନ ମହିଳାମାନଙ୍କ ଏକପ୍ରକାର ପୋଷାକ) ପିନ୍ଧି ଫିଲ୍ମ ଗୀତରେ ନୃତ୍ୟ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଛି । ଏଭଳି କାର୍ଯ୍ୟ ପାଇଁ ସେ ଗିରଫ ହୋଇଛନ୍ତି । ପୋଲିସର ତଦନ୍ତ ଜାରି । ଅଧିକ ପଢ଼ନ୍ତୁ

ଗଣେଶ ବିସର୍ଜନରେ ହିଜାବ ପିନ୍ଧି ନାଚିବା ପଡିଲା ମହଙ୍ଗା, ଜେଲ ଗଲେ ଯୁବକ
ଗଣେଶ ବିସର୍ଜନରେ ହିଜାବ ପିନ୍ଧି ନାଚିବା ପଡିଲା ମହଙ୍ଗା, ଜେଲ ଗଲେ ଯୁବକ

ଚେନ୍ନାଇ: ଗଣେଶ ବିସର୍ଜନ ଶୋଭାଯାତ୍ରାରେ ହିଜାବ(ମୁସଲମାନ ସମ୍ପ୍ରଦାୟ ମହିଳାମାନଙ୍କ ପୋଷାକ) ପିନ୍ଧି ଫିଲ୍ମି ଗୀତରେ ନୃତ୍ୟ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ଗିରଫ ହେଲେ ସମ୍ପୃକ୍ତ ଯୁବକ । ପୋଲିସର ତଦନ୍ତ ଜାରି ।

ତାମିଲନାଡୁର ଭେଲୋର ଜିଲ୍ଲା ବିରୁଥାମ୍ପତ୍ତୁ ଥାନା ଅନ୍ତର୍ଗତ କାଲିଞ୍ଜୁର ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସାରା ଦେଶରେ ଗଣେଶ ଚତୁର୍ଥୀ ଧୁମଧାମରେ ପାଳନ ହେଉଥିବା ବେଳେ ଗତ ଗୁରୁବାର (ସେପ୍ଟେମ୍ୱର 21 ତାରିଖ) ଦିନ ତାମିଲନାଡୁର ଭେଲୋର ଜିଲ୍ଲା ବିରୁଥାମ୍ପତ୍ତୁ ଥାନା ଅନ୍ତର୍ଗତ କାଲିଞ୍ଜୁର ଅଞ୍ଚଳରେ ଏକ ଗଣେଶ ବିସର୍ଜନ ଶୋଭାଯାତ୍ରା ବାହାରିଥିଲା । ଏହି ସମୟରେ ଜଣେ ଯୁବକ ହିଜାବ ପିନ୍ଧି ନାଚରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା । ନିଜ ବନ୍ଧୁମାନଙ୍କ ସହ ମିଶି ଫିଲ୍ମି ଗୀତରେ ଝୁମୁଥିଲେ ଯୁବକ ଜଣକ ।

ତେବେ ଏନେଇ ସୂଚନା ପାଇବା ପରେ କାଲିଞ୍ଜୁର ପ୍ରଶାସନ ଅଧିକାରୀ ଆସିର ଥଙ୍ଗରାଜ କଡ଼ା ବିରୋଧ କରିଥିଲେ । ପରେ ବିରୁଥାମ୍ପତ୍ତୁ ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ସହ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏଭଳି କାର୍ଯ୍ୟ ମୁସଲମାନ ମହିଳାମାନଙ୍କ ପାଇଁ ଅପମାନ ସଦୃଶ୍ୟ ଅଟେ ଓ ଏଭଳି କାର୍ଯ୍ୟ ଦ୍ୱାରା ଦଙ୍ଗା ଓ ହିଂସା ସୃଷ୍ଟି ହୋଇପାରେ ବୋଲି ଅଭିଯୋଗ କରିଥିଲେ ଆସିର ଥଙ୍ଗରାଜ ।

ଏହାମଧ୍ୟ ପଢନ୍ତୁ.. ଇଏ ଗୁରୁ ନା ରାକ୍ଷସ ! ପରୀକ୍ଷାରେ ଫେଲ୍ କରିବାକୁ ଧମକାଇ ଛାତ୍ରୀଙ୍କୁ ୫ ବର୍ଷ ଧରି ଗଣଦୁଷ୍କର୍ମ

ଏହାମଧ୍ୟ ପଢନ୍ତୁ.. ଗଣେଶ ପୂଜା ପାର୍ଟିରେ ଫୁଟିଲା ଗୁଳି, ଆଖି ବୁଜିଲେ କଲେଜ ଛାତ୍ରୀ

ତେବେ ଅଭିଯୋଗ ଆଧାରରେ ବିରୁଥାମ୍ପତ୍ତୁ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଚିହ୍ନଟ କରି ଗିରଫ କରିଛି ବିରୁଥାମ୍ପତ୍ତୁ ଥାନା ପୋଲିସ । ବ୍ୟକ୍ତି ଜଣକ କାଲିଞ୍ଜୁର ଅଞ୍ଚଳର ଅରୁଣ କୁମାର ହୋଇଥିବା ସୂଚନା ରହିଛି । ତେବେ ଅରୁଣ କୁମାରଙ୍କ ସହ ଆଉ ଯେଉଁମାନେ ଏଭଳି କାର୍ଯ୍ୟ କରୁଥିଲେ ସେମାନଙ୍କୁ ଖୋଜୁଛି ପୋଲିସ । ଅନ୍ୟପଟେ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନିଭନ୍ନନ ଉପ ଆରକ୍ଷୀ ଅଧିକାରୀ । ଏଭଳି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମନିଭନ୍ନନ ଡିଏସପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 24, 2023, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.