ETV Bharat / bharat

ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇପାରିବ ଭାରତ: ବିଶ୍ୱ ମୁସଲିମ ଲିଗ ମୁଖ୍ୟ

author img

By

Published : Jul 11, 2023, 5:10 PM IST

ଭାରତୀୟ ସମାଜର ବିବିଧତା ସମଗ୍ର ବିଶ୍ବ ପାଇଁ ସାମ୍ପ୍ରଦାୟିକ ସଦଭାବନାର ଏକ ମହାନ ମଡେଲ । ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଇପାରିବ ଭାରତ କହିଲେ ବିଶ୍ବ ମୁସଲିମ ଲିଗ ମୁଖ୍ଯ । ଅଧିକ ପଢନ୍ତୁ

ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଇପାରିବ ଭାରତ: ବିଶ୍ବ ମୁସଲିମ ଲିଗ ମୁଖ୍ଯ
ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଇପାରିବ ଭାରତ: ବିଶ୍ବ ମୁସଲିମ ଲିଗ ମୁଖ୍ଯ

ହାଇଦ୍ରାବାଦ: ଭାରତୀୟ ସାମାଜର ବିବିଧତା ସାମ୍ପ୍ରଦାୟିକ ସହଭାଗିତାର ଏକ ମହାନ ମଡେଲ । ଭାରତ ସମଗ୍ର ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଇପାରିବ ବୋଲି କହିଛନ୍ତି ସାଉଦି ଆରବର ପୂର୍ବତନ ନ୍ୟାୟ ମନ୍ତ୍ରୀ ତଥା ବିଶ୍ବ ମୁସଲିମ ଲିଗର ମୁଖ୍ୟ ଅଲ-ଇସା (al-Issa) । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅଲ-ଇସା କହିଛନ୍ତି, ‘‘ଆମେ କିଛି ସମୟ ପୂର୍ବରୁ ଭାରତୀୟ ସମାଜର ବିଭିନ୍ନ ଉପାଦାନ ବିଷୟରେ ଆଲୋଚନା କରିଥିଲୁ । ଅତୀତରେ ଆମେ ସେମାନଙ୍କ ସହ ମଧ୍ୟ କଥା ହୋଇଛୁ । ଏହା ସ୍ପଷ୍ଟ ଯେ ଭାରତୀୟ ସମାଜର ମୁସଲମାନ ସମ୍ପ୍ରଦାୟ ସେମାନଙ୍କର ସମ୍ବିଧାନ ପାଇଁ ଗର୍ବିତ ଏବଂ ସେମାନେ ସେମାନଙ୍କର ରାଷ୍ଟ୍ର ଏବଂ ସେମାନେ ଅନ୍ୟ ଭାରତୀୟ ସମ୍ପ୍ରଦାୟ ସହ ସହଭାଗୀତା ପାଇଁ ଗର୍ବିତ ମଧ୍ୟ ।’’

ସମଗ୍ର ବିଶ୍ୱରେ ମୁସଲମାନମାନଙ୍କ ପ୍ରତିନିଧିତ୍ୱ କରୁଥିବା ସାଉଦି ଆରବରୁ ସଞ୍ଚାଳିତ ହେଉଥିବା ଅନ୍ତର୍ଜାତୀୟ ସଂଗଠନ ‘ମୁସଲିମ୍ ୱାର୍ଲ୍ଡ ଲିଗ’ (MWL) ର ବର୍ତ୍ତମାନ ମହାସଚିବ (ସେକ୍ରେଟେରୀ ଜେନେରାଲ୍) ହେଉଛନ୍ତି ଅଲ୍-ଇସା । ସେ ସମଗ୍ର ବିଶ୍ବରେ ଇସଲାମକୁ ପ୍ରତିନିଧିତ୍ବ ମଧ୍ୟ କରୁଛନ୍ତି । ଦିଲ୍ଲୀ ସ୍ଥିତ ଭାରତ-ଇସଲାମିକ୍ ସାଂସ୍କୃତିକ କେନ୍ଦ୍ରରେ ଖୁସ୍ରୋଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଅତିଥି ଭାବେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଆସିଛନ୍ତି । ଗତକାଲି (ଜୁଲାଇ 10) ରୁ ଏହି ସାଉଦି ଇସଲାମୀୟ ନେତା ଭାରତ ଗସ୍ତରେ ଅଛନ୍ତି । ସେ ଗତକାଲି ବିଦେଶ ମନ୍ତ୍ରୀ ଜୟଶଙ୍କର ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।

ଆଜି ସେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସୟୟରେ ଭାରତୀୟ ସମାଜରେ ସାମ୍ପ୍ରଦାୟିକ ସଦଭାବନା ଓ ଭାଇଚାରା ସମ୍ପର୍କରେ ଉଲ୍ଲେଖ କରିବା ସହ ଭାରତୀୟ ବିବିଧତାକୁ ଏକ ମଡେଲ ଭାବେ ଦର୍ଶାଇଛନ୍ତି । ଭାରତ ଚାହିଁଲେ ବିଶ୍ବକୁ ଶାନ୍ତିର ବାର୍ତ୍ତା ମଧ୍ୟ ଦେଇପାରିବ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି, ଆମେ ବିଶ୍ବବ୍ୟାପୀ ସାମ୍ପ୍ରଦାୟିକ ସଦଭାବନା ଓ ସ୍ଥିରତା ସମ୍ପର୍କର କାର୍ଯ୍ୟକ୍ରମ ଜାରି ରଖିଛୁ । ବଶ୍ବର ସାମ୍ପ୍ରଦାୟିକ ସ୍ଥିରତା କ୍ଷେତ୍ରରେ ବିବିଧତାରେ ଭରା ଭାରତୀୟ ସମାଜ ଏକ ମହାନ ମଡେଲ ପରି । ଯାହା ଅନ୍ୟ ରାଷ୍ଟ୍ର ପାଇଁ ଉଦାହରଣ ମଧ୍ୟ ।

ଏହା ମଧ୍ୟ ପଢନ୍ତୁ :Uniform Civil Code: ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଜରୁରୀ ବୈଠକ ଡାକିଲା ମୁସଲିମ ପର୍ସନାଲ ଲ’ ବୋର୍ଡ

ଗତକାଲି (ସୋମବାର) ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଭେଟି ଆଲୋଚନା କରିଥିଲେ ଅଲ-ଇସା । ପରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ମଧ୍ୟ ସାକ୍ଷାତ କରି ଆଲୋଚନା କରିଥିଲେ । ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି । ପରେ ସେ ଆଗ୍ରର ତାଜମହଲ ମଧ୍ୟ ପରିଦର୍ଶନ କରିବାର ସୂଚନା ମିଳିଛି । ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ସେ ସାଉଦି ଆରବ ଫେରିଯିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.