ETV Bharat / bharat

ହରିୟାଣାରେ ନିର୍ଭୟା କାଣ୍ଡ: ମହିଳାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପାଇପ୍ ଭର୍ତ୍ତି, ପାର୍କରୁ ମିଳିଲା ମୃତଦେହ

author img

By

Published : Nov 10, 2022, 10:04 AM IST

Updated : Nov 10, 2022, 10:10 AM IST

ହରିୟାଣାର ଫରିଦାବାଦରେ ଲୋମହର୍ଷଣକାରୀ କାଣ୍ଡ । ମହିଳାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପାଇପ ଭର୍ତ୍ତି କରି ହତ୍ୟା । ପାର୍କରୁ ମିଳିଲା ପୀଡିତାଙ୍କ ଅର୍ଦ୍ଧନଗ୍ନ ମୃତଦେହ । ଅଧିକ ପଢନ୍ତୁ

ହରିୟାଣାରେ ନିର୍ଭୟା କାଣ୍ଡ: ମହିଳାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପାଇପ ଭର୍ତ୍ତି
ହରିୟାଣାରେ ନିର୍ଭୟା କାଣ୍ଡ: ମହିଳାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପାଇପ ଭର୍ତ୍ତି

ଚଣ୍ଡୀଗଡ: ହରିୟାଣାରେ ନିର୍ଭୟାକାଣ୍ଡର ପୁନରାବୃତ୍ତି । ଦିଲ୍ଲୀ ଦୁଷ୍କର୍ମ ପୀଡିତା ଠାରୁ ବଳିଗଲା ବର୍ବରତା । ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଗୁପ୍ତାଙ୍ଗରେ ପାଇପ୍ ଭର୍ତ୍ତି କଲେ ଜହ୍ଲାଦ । ଆଜି ସକାଳୁ ହରିୟାଣାର ଫରିଦାବାଦରୁ ଏଭଳି ଛାତି ଥରାଇବା ଭଳି ନୃଶଂସତା ସାମ୍ନାକୁ ଆସିଛି । ସକାଳ ପ୍ରାୟ ୮ଟା ସମୟରେ ଫରିଦାବାଦ ସ୍ଥିତ ଏକ ପାର୍କରୁ ଜଣେ ମହିଳାଙ୍କୁ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ହୋଇଛି(Woman Murdered After Raped In Faridabad) । ମୃତକଙ୍କ ଗୁପ୍ତାଙ୍ଗରେ ଏକାଧିକ ଆଘାତ କରାଯାଇଛି । ପୀଡିତାଙ୍କୁ ଦୁଷ୍କର୍ମ କରିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

ସୂଚନା ମୁତାବକ, ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ପାର୍କରେ ଫିଙ୍ଗି ଦେଇଥିଲା । ଆଜି ସକାଳେ ପାର୍କରେ ମୃତଦେହ ପଡିଥିବାର ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତ ମହିଳାଙ୍କ ବୟସ ପାଖାପାଖି ୩୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ତାଙ୍କର ପରିଚୟ ମିଳିପାରି ନାହିଁ । ତେବେ ମହିଳାଙ୍କୁ ଦୁଇ ତିନି ଦିନ ପୂର୍ବରୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ତାଙ୍କ ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ତାଙ୍କର ଗୁପ୍ତାଙ୍ଗରେ ଏକାଧିକ ଆଘାତ କରାଯାଇଛି । ଏହାସହିତ ମୃତ ମହିଳାଙ୍କ ଦୁଇ ହାତରେ ଓମ୍ ଲେଖା ହୋଇଥିବାବେଳେ, ଗୋଟିଏ ହାତରେ RM ଲେଖାଥିବାର ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ: ଅନ୍ୟ ଜାତିର ପୁଅକୁ ପ୍ରେମ କରିବାରୁ ଝିଅକୁ ହତ୍ୟା କଲା ବାପା

ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଦଶାହ ଖାନ ସିଭିଲ ହସ୍ପିଟାଲକୁ(Badshah Khan Civil Hospital Faridabad) ପଠାଇଛି । ଏହାସହିତ ଏହି ଘଟଣାରେ ହତ୍ୟା ଓ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି(Rape In Faridabad) । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Last Updated : Nov 10, 2022, 10:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.