ETV Bharat / bharat

ସ୍ବାମୀ ପାଇଁ ସୁପାରି: ପରକୀୟା ପ୍ରୀତିରେ ଉବୁଟୁବୁ ସ୍ତ୍ରୀ, ନିଜେ ପୋଛି ଦେଲା ମଥା ସିନ୍ଦୁର

author img

By

Published : Apr 23, 2022, 7:26 AM IST

ପ୍ରେମିକ ସହ ମିଶି ସ୍ବାମୀକୁ ମାରିଦେଲା ସ୍ତ୍ରୀ । ତିନି ମାସ ପରେ ହତ୍ୟାର ପର୍ଦ୍ଦାଫାସ କଲା ପୋଲିସ । ଅଧିକ ପଢନ୍ତୁ

ପରକୀୟା ପ୍ରିତିର କରୁଣ ଚିତ୍ର, ପ୍ରେମିକ ସହ ମିଶି ସ୍ବାମୀକୁ ମାରିଦେଲା ସ୍ତ୍ରୀ
ପରକୀୟା ପ୍ରିତିର କରୁଣ ଚିତ୍ର, ପ୍ରେମିକ ସହ ମିଶି ସ୍ବାମୀକୁ ମାରିଦେଲା ସ୍ତ୍ରୀ

ହାଇଦ୍ରାବାଦ: ତିନି ମାସ ପରେ ସାମ୍ନାକୁ ଆସିଲା ସ୍ବାମୀ ହତ୍ୟାର ସତ । ପ୍ରେମିକକୁ ସୁପାରି ଦେଇ ପତ୍ନୀ, ସ୍ବାମୀକୁ ମାରିଦେଇଥିବା ଜଣାପଡିଛି । ଏପରି ଘଟଣା ଘଟିଛି ତେଲେଙ୍ଗାନାର ୱାନାପାର୍ଥୀ ଜିଲ୍ଲାରେ ।

ସୂଚନା ଅନୁଯାୟୀ, ୱାନାପାର୍ଥୀ ଜିଲ୍ଲାର ବାଲାଶ୍ବାମୀ(39) 10 ବର୍ଷ ତଳେ ଲାବନ୍ୟା ନାମ୍ନୀ ଏକ ଝିଅକୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ଅଛି । ବାଲାଶ୍ବାମୀ ଜଣେ ଦିନ ମଜୁରିଆ ହୋଇଥିବାବେଳେ ତାଙ୍କର ଜଣେ ବନ୍ଧୁ ନବୀନ ଅଧିକାଂଶ ସମୟରେ ତାଙ୍କ ଘରକୁ ଆସିଥାନ୍ତି । ଲକଡାଉନ ସମୟରେ ନିୟମିତ ଭାବେ ବାଲାଶ୍ବାମୀଙ୍କ ଘରକୁ ଆସିଥିଲେ । ଏହି ସମୟରେ ଲାବନ୍ୟା(ବାଲାଶ୍ବାମୀଙ୍କ ପତ୍ନୀ)ଙ୍କ ସହ ନବୀନଙ୍କର ସମ୍ପର୍କ ଘନିଷ୍ଠ ହୋଇଥିଲା ।

5 ମାସ ପୂର୍ବେ ବାଲାଶ୍ବାମୀ 20 ଲକ୍ଷ ପାଇଥିଲେ । ଏତେ ଟଙ୍କା ଦେଖି ସ୍ବାମୀକୁ ହତ୍ୟା କରି ପ୍ରେମିକ ସହ ରହିବାକୁ ମନସ୍ଥ କରିଥିଲେ ଲାବନ୍ୟା । ଏହାପରେ ପ୍ରେମିକକୁ 60 ହଜାର ଟଙ୍କା ଦେଇ ସ୍ବାମୀକୁ ରାସ୍ତାରୁ ହଟାଇ ଦେବାକୁ କହିଥିଲେ । ମନ୍ଦିରରେ ପୂଜା କଲେ ଅଧିକ ଲାଭ ହେବ କହି ଗତ ଜାନୁଆରୀ ମାସରେ ନିକଟସ୍ଥ ଏକ ମନ୍ଦିରକୁ ନେଇଥିଲେ ଲାବନ୍ୟା । ସେଠାରେ ପୂର୍ବ ପ୍ରସ୍ତୁତି ଅନୁସାରେ ଲାବନ୍ୟା, ନବୀନ ଏବଂ ତାଙ୍କର ଜଣେ ବନ୍ଧୁ ମିଶି ତାଙ୍କୁ ଗାଡିରୁ ଠେଲି ହତ୍ୟା କରିଥିଲେ ।

ଏନେଇ ଜାନୁଆରୀ 21ରେ ବାଲାଶ୍ବାମୀଙ୍କ ଭାଇ ଥାନାରେ ଏକ ଅଭିଯୋଗ କରିଥିଲେ । ହତ୍ୟା ପରଦିନ ଠାରୁ ଲାବନ୍ୟାଙ୍କ ନିଖୋଜକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଶେଷରେ ଘଟଣାର ପର୍ଦ୍ଦାଫାସ କରିଛି । ଲାବନ୍ୟା, ନବୀନ, କୁରୁମୂର୍ତ୍ତି, ଗଣେସ ଏବଂ ବଙ୍ଗାରିଙ୍କ ନାମରେ ଏକ ମାମଲା ରୁଜୁ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.