ETV Bharat / bharat

ଭାଇରାଲ ଜ୍ବରରେ କମ୍ପୁଛି ଅଧା ଭାରତ, ସ୍ବାସ୍ଥ୍ୟ ବିଶେଷଜ୍ଞ ଦେଲେ ପରାମର୍ଶ

author img

By

Published : Sep 10, 2021, 10:12 PM IST

ଗୋଟିଏ ପକ୍ଷେ ଉତ୍ତରପ୍ରଦେଶ ଡେଙ୍ଗୁ ସହ ସଂଘର୍ଷ କରୁଥିବାବେଳେ ଅନ୍ୟପକ୍ଷେ ବିହାର, ନୋଏଡା, ଦିଲ୍ଲୀ ଆଦି ସହର ଭାଇରାଲ ଜ୍ବରରେ କମ୍ପୁଛି । ଅଧିକ ପଢନ୍ତୁ...

ଭାଇରାଲ ଜ୍ବରରେ କମ୍ପୁଛି ଅଧା ଭାରତ, ସ୍ବାସ୍ଥ୍ୟ ବିଶେଷଜ୍ଞ ଦେଲେ ପରାମର୍ଶ
ଭାଇରାଲ ଜ୍ବରରେ କମ୍ପୁଛି ଅଧା ଭାରତ, ସ୍ବାସ୍ଥ୍ୟ ବିଶେଷଜ୍ଞ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ଶିଶୁଙ୍କୁ ଭାଇରାଲ ଜ୍ବର ମାମଲା ଦ୍ରୁତ ଗତିରେ ବଢୁଥିବା ନଜର ଆସୁଛି । ଗୋଟିଏ ପକ୍ଷେ ଉତ୍ତରପ୍ରଦେଶ ଡେଙ୍ଗୁ ସହ ସଂଘର୍ଷ କରୁଥିବାବେଳେ ଅନ୍ୟପକ୍ଷେ ବିହାର, ନୋଏଡା, ଦିଲ୍ଲୀ ଆଦି ସହର ଭାଇରାଲ ଜ୍ବରରେ କମ୍ପୁଛି । ଦିଲ୍ଲୀର ଏମ୍ସରେ ନିମୋନିଆ ମାମଲା ମଧ୍ୟ ଚିହ୍ନଟ କରିଛନ୍ତି ଶିଶୁ ରୋଗ ବିଶେଷଜ୍ଞ । ସେହିପରି ଉତ୍ତରପ୍ରଦେଶରେ ସ୍କ୍ରବ ଟାଇଫସ ଓ ଲେପ୍ଟୋସିରୋସିସ ଭଳି ବ୍ୟାକ୍ଟେରିଆ ସଂକ୍ରମଣ ମାମଲା ମଧ୍ୟ ମିଳିଛି ।

ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ରୋଗ ନବଜାତ ଓ କମ ରୋଗ ପ୍ରତିରୋଧକ ଥିବା ଶିଶୁଙ୍କଠାରେ ଦେଖିବାକୁ ମିଳୁଛି । କିଛି ଜଣଙ୍କୁ ଔଷଧର ପ୍ରଭାବରେ ଜ୍ବର ଦୁଇରୁ ୪ ଦିନରେ ଭଲ ମଧ୍ୟ ହୋଇଯାଉଛି । ପାଣିପାଗ ବଦଳୁଥିବାରୁ ମଶାଜନିତ ଜ୍ବର କାୟା ମେଲାଉଛି । ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପାଲ କହିଛନ୍ତି, କୋରୋନା ସମେତ ଡେଙ୍ଗୁ ଓ ମେଲେରିଆର ମୁକବିଲା ପାଇଁ ମଧ୍ୟ ଆମକୁ ପ୍ରସ୍ତୁତ ହେବାକୁ ପଡିବ । ଏଥିପାଇଁ ମଶାଧୂପ ବ୍ୟବହାର ସହ ହାତଗୋଡକୁ ଘୋଡାଇ ରଖିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ଶୁକ୍ରବାର ୟୁପିର ଅନେକ ଜିଲ୍ଲାରେ ସଂଗ୍ରୃହିତ ନମୁନାରୁ ଡେଙ୍ଗୁର D2 ଷ୍ଟ୍ରେନ ମିଳିଛି । ଏହି ଷ୍ଟ୍ରେନ ହେମରେଜ ଭଳି ଘାତକ କାରଣ ସାଜିପାରେ । ଏହାସହିତ ସଂକ୍ରମଣରେ ପ୍ଲେଟଲେଟ ସଂଖ୍ୟା ମଧ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ଆଇସିଏମଆର ମରାମର୍ଶ ଦେଇଛି ଯେ ଏହାର ଏକମାତ୍ର ଉପାୟ ହେଉଛି, ଆଖପାଖରେ ମଶା ଜନ୍ମ ହେବାକୁ ନଦେବା । କାରଣ ଡେଙ୍ଗୁ ମଧ୍ୟ ଏକ ଘାତକ ରୋଗ । ଅନେକ ସ୍ଥାନରେ ଡେଙ୍ଗୁ ଅଣାୟତ ହେଉଥିବା ଖବର ସାମ୍ନାକୁ ଆସୁଛି ।

ସେପଟେ ବିହାରରେ ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ, ସାଧାରଣ ଭାଇରାଲ ଜ୍ବର ମାମଲା ସାମ୍ନାକୁ ଆସୁଛି । ଭାଇରାଲ ଜ୍ବର ଅଣାୟତ ହେବା କାରଣରୁ ଅନେକ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡୁଥିବା ଡାକ୍ତରମାନେ କହୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.