ETV Bharat / bharat

କୋଭିଡ ସୁନାମୀ, ଫୋନରେ ମାମୁଁଙ୍କୁ ଶୁଭେଚ୍ଛା ଜଣାଇଲେ ହାରିସ

author img

By

Published : May 7, 2021, 8:23 PM IST

Updated : May 7, 2021, 8:56 PM IST

କୋରୋନା ସଙ୍କଟରେ ଜୁଝୁଥିବା ଭାରତରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ପରିବାର । ହାରିସଙ୍କ ମାମୁଁଙ୍କୁ ଜନ୍ମଦିନ ଅବସରରେ ହାରିସ ମେସେଜ ପଠାଇ ଦେଇଛନ୍ତି ଶୁଭେଚ୍ଛା ।

ଭାରତରେ କୋଭିଡ ସୁନାମୀ, ଫସିଲେ କମଲା ହାରିସଙ୍କ ପରିବାର
ଭାରତରେ କୋଭିଡ ସୁନାମୀ, ଫସିଲେ କମଲା ହାରିସଙ୍କ ପରିବାର

ୱାଶିଂଟନ: ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ମାମୁଁ ଜି ବାଲାଚନ୍ଦ୍ରନ ଗୋପାଳନ କିଛି ଦିନ ତଳେ 80 ବର୍ଷରେ ପାଦ ଥାପିଛନ୍ତି । ଏନେଇ ବାଲାଚନ୍ଦ୍ରନ କହିଛନ୍ତି କି, ଯଦି ମହାମାରୀ କୋରୋନା ଆସିନଥାନ୍ତା , ସେ ନିଜ ପରିବାର ସଦସ୍ୟଙ୍କ ସହିତ ବର୍ତ୍ତମାନ ସମୟ ବିତାଉଥାନ୍ତେ । ଆଉ ସେମାନଙ୍କ ସହ ଜନ୍ମଦିନ ପାଳନ କରିଥାନ୍ତେ । ହେଲେ ଭାରତରେ ଭାଇରସ ପ୍ରକୋପ ଯୋଗୁଁ ଏଥର ବାଲାଚନ୍ଦ୍ରନ କେବଳ ଫୋନରେ ଜନ୍ମଦିନ ଶୁଭେଚ୍ଛା ପାଇଛନ୍ତି । ଆଉ ଏଥିରେ ତାଙ୍କର ସବୁଠୁ ପ୍ରିୟ ଭାଣଜୀ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ଶୁଭେଚ୍ଛା ମଧ୍ୟ ରହିଛି ।

ନୂଆଦିଲ୍ଲୀ ସ୍ଥିତ ନିଜ ଘରେ ଜୁମରେ ହୋଇଥିବା ଏକ ସାକ୍ଷାତକାରରେ ହାସିରଙ୍କ ମାମୁଁ କହିଛନ୍ତି କି, ଦୁର୍ଭାଗ୍ୟ ଯେ, କୋଭିଡ ଯୋଗୁଁ ମୁଁ ବଡ କାର୍ଯ୍ୟକ୍ରମ କରିପାରୁନାହିଁ । ସେ ହାରିସ ଓ ତାଙ୍କ ସ୍ବାମୀ ଡଗ ଏମହଫଙ୍କ ସହ କିଛି ସମୟ କଥା ହୋଇଥିଲେ । କଥାବାର୍ତ୍ତା ଶେଷରେ ହାରିସ ବାଲାଚନ୍ଦ୍ରନଙ୍କୁ ଆଶ୍ବସନା ଦେଇଛନ୍ତି କି, ୱାଂଶିଟନରେ ରହୁଥିବା ତାଙ୍କ ଝିଅଙ୍କ ଧ୍ୟାନ ରଖିବେ ।

ସେହିଭଳି ମାର୍ଚ୍ଚ ମାସରେ କଥାବାର୍ତ୍ତାକୁ ମନେପକଇ ବାଲାଚନ୍ଦ୍ରନ କହିଛନ୍ତି କି, ‘‘ଚିନ୍ତା କରନ୍ତୁ ନାହିଁ ମାମୁଁ , ମୁଁ ତୁମ ଝିଅର ଧ୍ୟାନ ରଖିବି । ମୁଁ ମଝିରେ ମଝିରେ ତା ସହ କଥା ହେଉଥିବି ।’’ ବୋଲି କହିଥିଲେ ହାରିସ । ବାଲାଚନ୍ଦ୍ରନ ଓ ହାରିସଙ୍କ ମଧ୍ୟରେ ଏହା ଥିବା ଶେଷ ବାର୍ତ୍ତାଳପ । ଏହା ପରେ କୋରୋନା ଭାଇରସ ଭାରତରେ ଅନିୟନ୍ତ୍ରିତ ହୋଇଯାଇଛି ।

ଭାରତରେ ଏହି ସଙ୍କଟ ବାଇଡେନ ପ୍ରଶାସନ ପାଇଁ କୁଟନୈତିକ ଏବଂ ମାନବୀୟ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ହେଲେ ହାରିସଙ୍କ ପାଇଁ ଏହା ଘରୋଇ ମଧ୍ୟ । କାରଣ ତାଙ୍କ ମା ଭାରତୀୟ । ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଦ୍ବିତୀୟ ଶକ୍ତିଶାଳୀ ପଦବୀରେ ବସିଥିବା କମଲା ଭାରତୀୟ ବଂଶୋଦ୍ଭବ । ଏଣୁ ସେ ନିଜ ରାଜନୈତିକ କ୍ୟାରିଅରରେ ଭାରତରେ ବିତାଇଥିବା ଅନେକ ଯାତ୍ରା ମୁହୂର୍ତ୍ତକୁ ବୟାନ କରିଛନ୍ତି ।

Last Updated : May 7, 2021, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.