ETV Bharat / bharat

ମୋଦିଙ୍କୁ ଫୋନ କଲେ କମଲା ହାରିସ, ଭ୍ୟାକ୍ସିନ-ଅର୍ଥନୀତି ନେଇ ଆଲୋଚନା

author img

By

Published : Jun 3, 2021, 9:54 PM IST

ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଛି । ଦୁଇ ନେତାଙ୍କ ମଧ୍ୟରେ ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ହୋଇଛି । ଅଧିକ ପଢନ୍ତୁ...

ପିଏମ ମୋଦିଙ୍କୁ ଫୋନ କଲେ କମଲା ହାରିସ, ଭ୍ୟାକ୍ସିନ ଉପରେ ହୋଇଛି ଆଲୋଚନା
ପିଏମ ମୋଦିଙ୍କୁ ଫୋନ କଲେ କମଲା ହାରିସ, ଭ୍ୟାକ୍ସିନ ଉପରେ ହୋଇଛି ଆଲୋଚନା

ନୂଆଦିଲ୍ଲୀ: ମହାମାରୀ ସଙ୍କଟ ସମୟରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଛି । ଦୁଇ ନେତାଙ୍କ ମଧ୍ୟରେ ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ହୋଇଛି ।

  • Spoke to @VP Kamala Harris a short while ago. I deeply appreciate the assurance of vaccine supplies to India as part of the US Strategy for Global Vaccine Sharing. I also thanked her for the all the support and solidarity from the US government, businesses and Indian diaspora.

    — Narendra Modi (@narendramodi) June 3, 2021 " class="align-text-top noRightClick twitterSection" data=" ">

ଉଭୟ ଦେଶର ନେତାଙ୍କ ମଧ୍ୟରେ ଫୋନରେ ଆଲୋଚନା ପରେ ଭାରତରେ ଭ୍ୟାକ୍ସିନ ଅଭାବ ଦୂର ହେବା ନେଇ ଅନୁମାନ କରାଯାଉଛି ।

ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ, ଏହି ଫୋନ କଲ କମଲା ହାରିସଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରାଯାଇଛି । ଦୁଇ ନେତାଙ୍କ ମଧ୍ୟରେ ଭାରତ-ଆମେରିକା ସହଯୋଗକୁ ନେଇ ହୋଇଛି ଆଲୋଚନା । ଏହା ସହିତ ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ହେବାର କଥା ମଧ୍ୟ ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.