ETV Bharat / bharat

ଉଲଫା ସହ କେନ୍ଦ୍ର ଓ ଆସାମର ତ୍ରିପାକ୍ଷିକ ଚୁକ୍ତି , ପୂର୍ବାଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ନୂଆ ଅଧ୍ୟାୟ

author img

By ETV Bharat Odisha Team

Published : Dec 29, 2023, 6:22 PM IST

Updated : Dec 29, 2023, 6:34 PM IST

Tripartite Settlement: ପୂର୍ବାଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ବଡ଼ ପଦକ୍ଷେପ । ଉଲଫା ସହ ଚୁକ୍ତି ସ୍ବାକ୍ଷର କଲେ କେନ୍ଦ୍ର ଏବଂ ଆସାମ ସରକାର । କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବୁଝାମଣା ସ୍ବାକ୍ଷରିତ । ଅଧିକ ପଢ଼ନ୍ତୁ,

Etv Bharଉଲଫା ସହ କେନ୍ଦ୍ର ଓ ଆସାମର ତ୍ରିପାକ୍ଷିକ ଚୁକ୍ତି , ପୂର୍ବାଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ନୂଆ ଅଧ୍ୟାୟat
Etv Bharatଉଲଫା ସହ କେନ୍ଦ୍ର ଓ ଆସାମର ତ୍ରିପାକ୍ଷିକ ଚୁକ୍ତି , ପୂର୍ବାଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ନୂଆ ଅଧ୍ୟାୟ

ନୂଆଦିଲ୍ଲୀ: ଆସାମ ସମେତ ପୂର୍ବାଞ୍ଚଳ ରାଜ୍ୟ ସମୂହରେ ଶାନ୍ତି ପ୍ରତିଷ୍ଠା ଦିଗରେ ଆଉ ଏକ ବଡ଼ ପଦକ୍ଷେପ । ୟୁନାଇଟେଡ୍ ଲିଗରେସନ ଫ୍ରଣ୍ଟ ଅଫ୍ ଆସାମ (ULFA) ସ୍ବାକ୍ଷରିତ ହୋଇଛି ଚୁକ୍ତି । କେନ୍ଦ୍ର ସରକାର, ଆସାମ ସରକାର ଏବଂ ଉଲଫା ମଧ୍ୟରେ ଆଜି ଦିଲ୍ଲୀରେ ସ୍ବାକ୍ଷରିତ ହୋଇଛି ତ୍ରିପାକ୍ଷିକ ଚୁକ୍ତିନାମା । ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ଶାନ୍ତି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏବଂ ଉଲଫା ନେତା ଅରୋବିନ୍ଦ ରାଜଖୋୱା ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସୋନିଆ ଓ ଖଡ଼ଗେଙ୍କୁ ନିମନ୍ତ୍ରଣ

  • #WATCH | On United Liberation Front of Assam (ULFA) signing a tripartite Memorandum of Settlement with the Centre and the Assam government, Union Home Minister Amit Shah says, " This is a new start of a period of peace for the whole Northeast especially Assam. I want to assure… pic.twitter.com/Pv3rX3lseZ

    — ANI (@ANI) December 29, 2023 " class="align-text-top noRightClick twitterSection" data=" ">

ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ' ସମଗ୍ର ଉତ୍ତର-ପୂର୍ବ ବିଶେଷତଃ ଆସାମରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହି ଚୁକ୍ତିନାମା ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି । ULFA ପ୍ରତିନିଧିମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ, ଗୃହ ମନ୍ତ୍ରଣାଳୟ (MHA) ପକ୍ଷରୁ ଆପଣ ଭାରତ ସରକାରଙ୍କ ଉପରେ ଯେଉଁ ବିଶ୍ବାସ ରଖିଛନ୍ତି, ସେ ସବୁକୁ ପୂରଣ କରିବା ପାଇଁ ଏକ ସମୟସୀମା ନିର୍ଦ୍ଧାରଣ କରାଯିବ । MHA ଅଧୀନରେ ଏକ କମିଟି ଗଠନ କରାଯିବ, ଯାହା ଆସାମ ସରକାରଙ୍କ ସହ ଏହି ଚୁକ୍ତିନାମା ପୂରଣ ପାଇଁ କାର୍ଯ୍ୟ କରିବ ।' ଶାହା ଆହୁରି ମଧ୍ୟ କହିଛନ୍ତି ଯେ ଦୀର୍ଘ ଦିନ ଧରି ଆସାମ, ଉତ୍ତର-ପୂର୍ବ ହିଂସାର ସମ୍ମୁଖୀନ ହୋଇ ଆସୁଥିଲା । 2014ରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦିଲ୍ଲୀ ଏବଂ ଉତ୍ତର ପୂର୍ବ ମଧ୍ୟରେ ବ୍ୟବଧାନ ହ୍ରାସ କରିବାକୁ ଉଦ୍ୟମ କରାଯାଇଥିଲା।

ଏହା ମଧ୍ୟ ପଢ଼ନ୍ତୁ: ଜେଡିୟୁରେ ନେତୃତ୍ବ ପରିବର୍ତ୍ତନ: ଲଲନ ଆଉଟ୍, ନୀତିଶ ଇନ୍

ଏହି ଶାନ୍ତି ଚୁକ୍ତି ଆସାମରେ ଦଶନ୍ଧି ଧରି ଜାରି ରହିଥିବା ବିଦ୍ରୋହର ସମାପ୍ତ କରିବାର ସମ୍ବାବନା ସୃଷ୍ଟି କରିଛି । ତେବେ, ପରେଶ ବାରୁଆଙ୍କ ନେତୃତ୍ୱରେ ULFA ର ହାର୍ଡଲାଇନ ଗୋଷ୍ଠୀ ଏହି ଚୁକ୍ତିନାମାର ଅଂଶ ନେଇନାହିଁ । ବାରୁଆ ଏବେ ଚୀନ୍-ମିଆଁମାର ସୀମାରେ ଏକ ସ୍ଥାନରେ ରହୁଥିବା ଜଣାପଡିଛି। 1979 ରେ ULFA ସଂଗଠନ ଗଠିତ ହୋଇଥିଲା । । ସେବେଠାରୁ ଏହା ବିଦ୍ରୋହୀ କାର୍ଯ୍ୟକଳାପରେ ଜଡିତ ଥିଲା । 1990 ମସିହାରେ କେନ୍ଦ୍ର ସରକାର ଏହାକୁ ନିଷିଦ୍ଧ ଘୋଷଣା କରିଥିଲେ। ୨୦୧୧ ସେପ୍ଟେମ୍ବର ୩ରେ ରାଜଖୋୱାଙ୍କ ଗୋଷ୍ଠୀ, ତତକାଳୀନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଏକ ଚୁକ୍ତି ସ୍ବାକ୍ଷରିତ କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 29, 2023, 6:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.