ETV Bharat / bharat

ଦିଲ୍ଲୀ ଏମ୍ସରୁ ଡିସଟାର୍ଜ ହେଲେ ନିର୍ମଳା ସୀତାରମଣ

author img

By

Published : Dec 29, 2022, 5:29 PM IST

ହସ୍ପିଟାଲରୁ ଡିସଚାର୍ଜ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗତକାଲି ଭାଇରାଲ ଫିଭର ଓ ପାକସ୍ତଳୀ ସଂକ୍ରମଣ ସମସ୍ୟା କାରଣରୁ ଏମ୍ସରେ ହୋଇଥିଲେ ଭର୍ତ୍ତି (Nirmala Sitharaman discharged from AIIMS) । ଅଧିକ ପଢନ୍ତୁ

Nirmala Sitharaman has been discharged
ଦିଲ୍ଲୀ ଏମ୍ସରୁ ଡିସଟାର୍ଜ ହେଲେ ନିର୍ମଳା ସୀତାରମଣ

ହାଇଦ୍ରାବାଦ: ଦିଲ୍ଲୀ ଏମ୍ସରୁ ଡିସଚାର୍ଡ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗତକାଲି (ବୁଧବାର) ତାଙ୍କ ଠାରେ ପାକସ୍ତଳୀ ସଂକ୍ରମଣ ଜନିତ ସମସ୍ୟା ଓ ଭାଇରାଲ ଫିଭର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା (Nirmala Sitharaman discharged from AIIMS)। ତେବେ ବର୍ତ୍ତମାନ 63ବର୍ଷୀୟା ସୀତାରମଣଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ଓ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିବା ଜଣାପଡିଛି ।

ଗତକାଲି ସୀତାରମଣ ପାକସ୍ତଳୀ ସଂକ୍ରମଣ କାରଣରୁ ସମସ୍ୟା ଅନୁଭବ କରିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସର ଏକ ପ୍ରାଇଭେଟ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା । ଏକ ଡାକ୍ତରୀ ଟିମ ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିଲେ । ତେବେ ତାଙ୍କଠାରେ ପ୍ରକାଶ ପାଇଥିବା ପାକସ୍ତଳୀ ସଂକ୍ରମଣ ଲକ୍ଷଣ ସାମାନ୍ୟ ଧରଣର ହୋଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି । ଏବେ ତାଙ୍କ ଠାରେ କୌଣସି ଜଟିଳତା ନଥିବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.