ETV Bharat / bharat

ତ୍ରିପୁରା: ମାସ୍କ ନପିନ୍ଧିଲେ ୨୦୦ ଟଙ୍କା ଫାଇନ !

author img

By

Published : Jul 17, 2022, 3:47 PM IST

ତ୍ରିପୁରାରେ କୋରୋନା ସଂକ୍ରମଣ ବୃଦ୍ଧି ହେବାରୁ କୋରୋନା ନିୟମକୁ କଡାକଡି କରିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି(ସୋମବାର)ଠୁ ରାଜ୍ୟରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଅଧିକ ପଢନ୍ତୁ

ତ୍ରିପୁରାରେ କୋରୋନା କଟକଣା, ମାସ୍କ ନପିନ୍ଧିଲେ ୨୦୦ ଟଙ୍କା ଫାଇନ
ତ୍ରିପୁରାରେ କୋରୋନା କଟକଣା, ମାସ୍କ ନପିନ୍ଧିଲେ ୨୦୦ ଟଙ୍କା ଫାଇନ

ଅଗରତାଲା: ଦେଶରେ ପୁଣି ମାଡିଲାଣି ମହାମାରୀ କୋରୋନା(Covid-19) । ଦେଶରେ ଦୈନିକ ସଂକ୍ରମଣ ୨୦ ହଜାର ପାର କରୁଥିବା ବେଳେ ରାଜ୍ୟରେ ଗୁଡିକରେ ମଧ୍ୟ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଏବେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି।

ତ୍ରିପୁରାରେ କୋରୋନା ସଂକ୍ରମଣ ବୃଦ୍ଧି ହେବାରୁ କୋରୋନା ନିୟମକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି(ସୋମବାର)ଠୁ ରାଜ୍ୟରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ନିୟମ ଉଲଙ୍ଘନକାରୀଙ୍କ ଠାରୁ ୨୦୦ ଟଙ୍କା ଜୋରିମାନା ଆଦାୟ କରାଯିବା ବୋଲି ସରକାରୀ ନିୟମ ହୋଇଛି ।

ଏନେଇ ରାଜ୍ୟର ଜଣେ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ''କୋରୋନା ସଂକ୍ରମଣ ଏବେ ବୃଦ୍ଧି ହେଉଛି, ଏହାକୁ ଦୃଷ୍ଟିରେ ରଖି ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯାଇଛି । ଆସନ୍ତାକାଲି ଠାରୁ ଏହି ନିୟମକୁ କଡାକଡି କରାଯିବ । ରାଜ୍ୟର ସମସ୍ତ ବଜାର, ମଲ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଯଦି କେହି ଏହି ନିୟମର ଉଲଙ୍ଘନ କଲେ ତେବେ ୨୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ସେ କହିଛନ୍ତି'' ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୦ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତ୍ରିପୁରାରେ ସଂକ୍ରମଣ ୧୦.୯୨ ପ୍ରତିଶତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.