ETV Bharat / bharat

TOP NEWS 11AM,ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 19, 2022, 11:05 AM IST

ନଜର ପକାନ୍ତୁ NEWS 11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11AM,ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 11AM,ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ CBI ରେଡ୍

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ । ନିଜେ ଟ୍ବିଟ୍ କରି ସୂଚନା ଦେଲେ ସିସୋଦିଆ

2.ଆଜି ଗୋଆରେ ହର ଘର ଜଳ ଉତ୍ସବକୁ ସମ୍ବୋଧିତ କରିବେ ମୋଦି

ଆଜି ଭିଡିଓ କନଫରେସିଂ ଜରିଆରେ ପାନାଜୀର ଇନଷ୍ଟିଚ୍ୟୁଟ୍ ମେନେଜେସ୍ ବ୍ରାଗାଞ୍ଜା(IMB) ଠାରେ ହର ଘର ଜଳ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

3.India Corona, ଦିନକରେ 15 ହଜାରରୁ ଅଧିକ ସଂକ୍ରମିତ

ଦେଶରେ ଉପରମୁହାଁ କୋରୋନା ଗ୍ରାଫ୍ । ଦିନକରେ 15,754 ଜଣ ନୂଆ ସଂକ୍ରମିତ ଚିହ୍ନଟ ।

4.Odisha Corona Cases, ଦିନକରେ 385 ସଂକ୍ରମିତ

ରାଜ୍ୟରେ ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 385 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

5.ପତ୍ନୀଙ୍କ ସହ ଜନ୍ମାଷ୍ଟମୀ ପାଳିଲେ ଋଷି ସୁନକ

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ପତ୍ନୀଙ୍କ ସହ ମିଶି ଜନ୍ମାଷ୍ଟମୀ ଉତ୍ସବ ପାଳନ କରିଛନ୍ତି ।

6.ଅବପାତ ରୂପ ନେଲା ଲଘୁଚାପ, ଆଜି ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଅବପାତ । ଏହା ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତର ପରିଣତ ହେବା ସମ୍ଭାବନା । ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ।

7.ଜୀବନକୁ ବାଜି ଲଗାଇ ଉଛୁଳା ନାଳ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲା

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ସ୍ଥିତି ଖୁବ୍ ଖରାପ ରହିଛି । ବର୍ଷା ଯୋଗୁଁ ସପ୍ତାହେ ହେଲା କେତେକ ରାସ୍ତା ବନ୍ଦ ପଡିଛି । ଯେଉଁ କାରଣରୁ ଲୋକଙ୍କୁ ଆଖପାଖ ଅଞ୍ଚଳକୁ ସମସ୍ୟା ହେଉଛି ।

8.ଏମିତି ଚାଲିଛି ବନ୍ୟା ପରିଚାଳନା, ଶିଶୁକୁ କାନ୍ଧରେ ବୋହି ମେଡିକାଲ ଗଲେ ସମ୍ପର୍କୀୟ

ବନ୍ୟା ପ୍ରଭାବିତ କେନ୍ଦ୍ରାପଡା ମାର୍ଶାଘାଇ ଅଞ୍ଚଳରେ ଅଭାବନୀୟ ଘଟଣା । ପାଣିରେ ଶିଶୁକୁ କାନ୍ଧରେ ବୋହି ମେଡିକାଲ ପହଞ୍ଚିଲେ ସମ୍ପର୍କୀୟ ।

9.ଆର୍ମି କ୍ୟାଣ୍ଟିନର ଟିଭି କହି ଠକୁଥିଲେ ଠକ, କାବୁ କଲା କମିଶନରେଟ ପୋଲିସ

ଆର୍ମି କ୍ୟାଣ୍ଟିନ ଟିଭି କହି ଲୋକଙ୍କୁ ଠକୁଥିବା ନକଲି ଆର୍ମି ଅଫିସର ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ବର କମିଶନରେଟ ପୋଲିସ ।

10.ମୃତଦେହ ଛୁଇଁଲେନି ଗ୍ରାମବାସୀ, ମାଆର କୋକେଇକୁ ଘୋଷାଡି ଘୋଷାଡି ନେଲା ପୁଅ

ଜାତିଆଣ ମନୋଭାବରୁ ମୃତଦେହକୁ ମିଳିଲାନି ଚାରି କାନ୍ଧ, ଶେଷରେ ମାଆର କୋକେଇକୁ ଘୋଷାଡି ଘୋଷାଡି ଶ୍ମଶାନକୁ ନେଲା ପୁଅ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.