ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 5, 2022, 7:08 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.ତାଳଧ୍ଵଜ ଓ ଦର୍ପଦଳନ ରଥ ଚକ ମରାମତି ସରିଲା, ବୁଧବାର ତିନିରଥ ନେବ ଦକ୍ଷିଣ ମୋଡ

ତାଳଧ୍ଵଜ ରଥର ପଡିନାହାକା ଚକ ଏବଂ ଦର୍ପଦଳନ ରଥର ବଡ ଉଛୁଳା ଚକରେ ଫାଟ ଥିବା ଜଣାପଡିବା ପରେ ମରାମତି କାର୍ଯ୍ୟ ଶେଷ ହୋଇଛି । ଆସନ୍ତାକାଲି(ବୁଧବାର) ତିନି ରଥ ନେବ ଦକ୍ଷିଣ ମୋଡ଼ ।

୨.ସ୍ୱାସ୍ଥ୍ୟ ବିଭାଗର ଗୁମର ଖୋଲିଲେ ବିଜେଡି ବିଧାୟକ

ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ଗୃହରେ ସ୍ବାସ୍ଥ୍ୟ ବିଭାଗକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଭାଗୀରଥି ସେଠୀ ।

୩.ସାମ୍ବାଦିକଙ୍କ ଗିରଫକୁ କଳାହାଣ୍ଡିରେ ବିରୋଧ

ବରିଷ୍ଠ ସାମ୍ବାଦିକ ତଥା ଏକ ଘରୋଇ ଚାନେଲର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀକୁ କଳାହାଣ୍ଡିର ବିଭିନ୍ନ ସଙ୍ଗଠନ ତରଫରୁ ବିରୋଧ କରାଯାଇଛି ।

୪.ମ୍ୟାଲେରିଆ ନିୟନ୍ତ୍ରଣରେ ରାଜ୍ୟର ସଫଳତା ସମୀକ୍ଷା କରିବ WHO ଟିମ୍

ରାଜ୍ୟରେ WHO ଟିମ, ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶାର ସଫଳତା ଦେଖିବାକୁ ଆସିଛନ୍ତି WHO ଟିମ ।

୫.ରାଜଧାନୀରେ MCA ଛାତ୍ରୀଙ୍କ ଆତ୍ମହତ୍ୟା: ଝୁଲନ୍ତା ମୃତଦେହ ଉଦ୍ଧାର !

ଭୁବନେଶ୍ବର ଆଚାର୍ଯ୍ୟ ବିହାରର ଏକ ଭଡ଼ା ଘରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଫାଶୀ ଲଗାଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ।

୬.ସମ୍ବଲପୁରରେ ସଡକ ଦୁର୍ଘଟଣା: ୨ ମୃତ ଜଣେ ଗୁରୁତର

ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ୨ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଆହତ ହୋଇଛନ୍ତି ।

୭.Odisha Assembly: ବୁକ ସର୍କୁଲାର ୪୭ର ଖୋଲା ଉଲ୍ଲଙ୍ଘନ ହେଉଛି କହିଲେ ନରସିଂହ

ବିଧାନସଭାରେ ବିଧାୟକମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି । କୌଣସି ବିଲ ଆଲୋଚନା ପୂର୍ବରୁ ବିଧାୟକମାନଙ୍କୁ ସେଇ ବିଲର ତଥ୍ୟ ଦିଆଯାଉ ନାହିଁ । ଏନେଇ କଣ କହୁଛନ୍ତି ନରସିଂହ ଦେଖନ୍ତୁ ।

୮.Vice President Election: ପ୍ରକାଶ ପାଇଲା ବିଜ୍ଞପ୍ତି, ନାମାଙ୍କନ ଆରମ୍ଭ

ଜୁଲାଇ 19 ରହିଛି ନାମାଙ୍କନ ଦାଖଲର ଶେଷ ଦିନ। ଜୁଲାଇ 20 ରେ ହେବ ପ୍ରାର୍ଥୀ ପତ୍ର ଯାଞ୍ଚ । ଜୁଲାଇ 22 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ଦିନ ରହିଛି ।

୯.ଜୋତା ପିନ୍ଧିବ ହାତୀ

ମନ୍ଦିରରେ 39 ବର୍ଷ ହେବ ରହୁଥିବା ଏକ ହାତୀକୁ ଜୋତା ଉପହାର ଦେଲେ ଭକ୍ତ ।

୧୦.India-England 5th Test: ରେକର୍ଡ ରନ ଚେସ୍ କଲା ଇଂଲଣ୍ଡ, ସିରିଜ 2-2ରେ ବରାବର

ପ୍ରଥମ ଇନିଂସରେ 132 ରନର ଲିଡ ହାତେଇବା ପରେ ମଧ୍ୟ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହେବା ସହିତ ବ୍ୟାଟରମାନେ ଅଧିକ ସମୟ କ୍ରିଜରେ ତିଷ୍ଠିବାରେ ବିଫଳ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.