ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 3, 2022, 7:04 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.ଅଡୁଆରେ ସିରାଜୁଦ୍ଦିନ ଖଣି ମାଲିକ, ଖୁବଶୀଘ୍ର ବାନ୍ଧିପାରେ ଇଡି

ଖୁବ ଶୀଘ୍ର ବନ୍ଧା ହୋଇପାରନ୍ତି ସିରାଜୁଦ୍ଦିନ ଖଣି ମାଲିକ । ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

୨.ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: ଦୃଢ଼ ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଭିଭାବକ ମହାସଂଘ

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା । ଏହାକୁ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଭିଭାବକ ମହାସଂଘ l

୩.5 ଘଣ୍ଟା ବିତିଲା ୫୦୦ ମିଟର ଗଡ଼ିଲାନି ବ୍ରହ୍ମ ତାଳଧ୍ଵଜ ରଥ !

ଗତକାଲି ଲଗାଣ ବର୍ଷା ଓ ରଥ ମୋଡ଼ ବାଙ୍କିଯିବାରୁ ଦୀର୍ଘ ବର୍ଷର ପରମ୍ପରା ଭଙ୍ଗ ହୋଇ ଦେବୋତ୍ତର ବିଭାଗ ଠାରୁ ମାତ୍ର କେଇମିଟର ଦୂରରେ ଅଟକିଥିଲା ରଥ ।

୪.BJB ଛାତ୍ରୀ ଆତ୍ମହତ୍ୟା ଘଟଣା: ବିଧାନସଭାରେ ସରକାରଙ୍କୁ ଘେରିବ ବିଜେପି

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ ବିଜେପି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ।

୫.ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ: ସଚେତନ ରହିବାକୁ ପରାମର୍ଶ

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ । ଏବେଠୁ ସାବଧାନ ହେଲେ ସଂକ୍ରମଣ ରେଟକୁ ବହୁତ ମାତ୍ରାରେ କମାଇ ହେବ ।

୬.ଅମିତ ଶାହଙ୍କ ଦାବି, ଆଗାମୀ ୩୦ରୁ ୪୦ ବର୍ଷ ବିଜେପି ଯୁଗ ରହିବ

ଆଗାମୀ ୩୦ରୁ ୪୦ ବର୍ଷ ଯାଏଁ ଦେଶରେ ବିଜେପି ଯୁଗ ରହିବ । ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ଦାବି କଲେ ଅମିତ ଶାହ ।

୭.ତାଜମହଲରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନାହିଁ: ASI

ଆଗ୍ରା ତାଜମହଲରେ କୌଣସି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନାହିଁ । ଆରଟିଆଇ ଆବେଦନ ଉପରେ ଉତ୍ତର ରଖିଲା ASI ।

୮.ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ପାକିସ୍ତାନ ଜିନ୍ଦାବାଦ ନାରା ଅଭିଯୋଗ, ଭିଡିଓ ଭାଇରାଲ

ମଧ୍ୟପ୍ରଦେଶର କାଟନି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ପାକିସ୍ତାନ ଜିନ୍ଦାବାଦ ନାରା ଅଭିଯୋଗ । ତଦନ୍ତ ଜାରି ରଖିଛି ପୋଲିସ ।

୯.ସମବାୟ ସମିତିରେ ଅପହଞ୍ଚ ଅନଲାଇନ ସେବା, କେବେ ଆରମ୍ଭ ହେବ କାର୍ଯ୍ୟ

ସରକାରଙ୍କ ତରଫରୁ ମାଓ ପ୍ରବଣ ଅଞ୍ଚଳର ବିକାଶ ପାଇଁ ଲ୍ୟାମ୍ପ ଓ ମିନି ବ୍ୟାଙ୍କରେ ଆରମ୍ଭ କରାଯାଇଥିଲା ଅନଲାଇନ ସେବା । କିନ୍ତୁ ତାହା ଲୋକଙ୍କ ପାଖରେ ଅପହଞ୍ଚ ।

୧୦.ମହିଳା ଶ୍ରୀଲଙ୍କା-ଇଣ୍ଡିଆ ଦିନିକିଆ: ସିରିଜ ଜିତିବା ଲକ୍ଷ୍ୟରେ ଭାରତ

ପ୍ରଥମ ଦିନିକିଆରେ ଭାରତ ମ୍ୟାଚ ହାତେଇଥିବାବେଳେ ଦ୍ବିତୀୟ ଦିନିକିଆରେ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ଭାରତ ରହିଛି । ଆସନ୍ତାକାଲି (ସୋମବାର) ଭାରତ ଏବଂ ଶ୍ରୀଲଙ୍କା ବିପକ୍ଷରେ ଏହି ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.