ETV Bharat / bharat

ଆସାମରେ ଆନ୍ଦୋଳନ ଓ ଆତଙ୍କବାଦ ଯୁଗ ଶେଷ ହୋଇଛି: ଅମିତ ଶାହ

author img

By

Published : Jul 26, 2021, 6:36 AM IST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଆସାମରେ ବିଜେପି ନିଜ ଶକ୍ତିରେ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଛି । ବିଜେପି ସରକାର ଗଠନ ଅର୍ଥ ହେଉଛି ଆସାମରେ ଆନ୍ଦୋଳନ, ଆତଙ୍କବାଦ ଏବଂ ଅସ୍ତ୍ରଶସ୍ତ୍ର ଛାଡି ବିକାଶ ପଥରେ ଆଗେଇ ଚାଲିଛି । ଅଧିକ ପଢନ୍ତୁ...

ଆସାମରେ ଆନ୍ଦୋଳନ ଓ ଆତଙ୍କବାଦ ଯୁଗ ଶେଷ ହୋଇଛି: ଅମିତ ଶାହ
ଆସାମରେ ଆନ୍ଦୋଳନ ଓ ଆତଙ୍କବାଦ ଯୁଗ ଶେଷ ହୋଇଛି: ଅମିତ ଶାହ

ଗୌହାଟୀ: ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ରବିବାର ଗୌହାଟୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଆସାମରେ ବିଜେପି ନିଜ ଶକ୍ତିରେ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଛି । ବିଜେପି ସରକାର ଗଠନ ଅର୍ଥ ହେଉଛି ଆସାମରେ ଆନ୍ଦୋଳନ, ଆତଙ୍କବାଦ ଏବଂ ଅସ୍ତ୍ରଶସ୍ତ୍ର ଛାଡି ବିକାଶ ପଥରେ ଆଗେଇ ଚାଲିଛି ।

ଦେଶର ବିକାଶରେ ଉତ୍ତର ପୂର୍ବ ଭାଗୀଦାରୀ ରହିବା ଉଚିତ। ବିଜେପି ଆସାମର ଭାଷା, ଏହାର ଐତିହ୍ୟ ଏବଂ ଭୌଗଳିକ ସଂସ୍କୃତିର ସୁରକ୍ଷା ତଥା ସଂରକ୍ଷଣ କରିବାକୁ ଚାହୁଁଛି । ତେଣୁ ଲୋକେ ଦ୍ବତୀୟ ଥର ପାଇଁ ବିଜେପି ସରକାର ଗଠନ କରିଛନ୍ତି । ଏହାସହ ସେ ଆହୁରୀ କହିଛନ୍ତି ଯେ ଯେଭଳି ଭାବରେ ଗତ ପାଞ୍ଚ ବର୍ଷରେ ସର୍ବାନନ୍ଦ ସୋନେୱାଲ ଓ ହିମନ୍ତ ବିଶ୍ବ ଶର୍ମାଙ୍କ ଯୋଡି ସରକାର ଚଳାଇବାରେ ସଫଳ ହୋଇଥିଲେ । ଆସାମ ବାସୀଙ୍କୁ ବିକାଶର ପଥେ ଆଗେଇ ଚାଲିଛନ୍ତି ଏହାର ପରିମାଣ ହିମନ୍ତ ବଶ୍ବଶର୍ମାଙ୍କ ନେତୃତ୍ବରେ ପୁଣି ଥରେ ସରକାର ଗଠନ ହୋଇଛି ।

ଆସାମରେ କୋଭିଡରେ ପ୍ରାଣ ହରାଇଥିବା ପରିବାରକୁ ଅମିତ ଶାହା ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଆସାମରେ ବିଜେପିର ଭୋଟ୍ ପ୍ରତିଶତ ବୃଦ୍ଧି ପାଇଛି। ଆସାମରେ ଆନ୍ଦୋଳନ ଏବଂ ଆତଙ୍କବାଦର ଯୁଗ ସମାପ୍ତ ହୋଇଛି ବୋଲି ଶାହ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.