ETV Bharat / bharat

Tunisha Sharma Death Case: ଆସିଲା ବ୍ୟବଚ୍ଛେଦ ରିପୋର୍ଟ

author img

By

Published : Dec 25, 2022, 4:46 PM IST

ଲୋକପ୍ରିୟ ଟେଲି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣା (Tele Actress Trnisha Sharma Death Case) । ରବିବାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ (Autopsy Report of Tunisha Sharma) । ମୃତ୍ୟୁର କାରଣ କଣ ଜାଣିବା ପାଇଁ ଅଧିକ ପଢନ୍ତୁ

Tunisha Sharma
Tunisha Sharma

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଷା ଶର୍ମା (Tele Actress Tunisha Sharma Death Case)ଙ୍କ ଆସିଲା ବ୍ୟବଚ୍ଛେଦ ରିପୋର୍ଟ (Autopsy Report) । ତୁନିଷା ମୃତ୍ୟୁର କାରଣ 'ଫାଶୀ' (Hanging as cause of Death) ବା ଶ୍ବାସରୁଦ୍ଧ ବୋଲି କହିଛି ମୁମ୍ବାଇ ପୋଲିସ । ଶନିବାର ସୁଟିଂ ସେଟ୍‌ରୁ ଝୁଲନ୍ତା ଅବସ୍ଥାରେ ତୁନିଷାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ତାଙ୍କ ସହ କଳାକାର ଶିଜାନ ଖାନ (Costar Sheezan Khan arrested)ଙ୍କୁ ପୋଲିସ ଆଜି ଗିରଫ କରି 4 ଦିନ ବିଚାର ବିଭାଗୀୟ ହାଜତକୁ ପଠାଇଛି ।

Tunisha Sharma
କୋଷ୍ଟାର ଶିଜାନଙ୍କ ସହ ତୁନିଷା

ଏନେଇ ଏସିପି ଚନ୍ଦ୍ରକାନ୍ତ ଯାଦବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ତୁନିଷା ଶର୍ମା ଜଣେ ଅଭିନେତ୍ରୀ ଭାବେ ଏକ ଟିଭି ଶୋ'ରେ କାମ କରନ୍ତି । ତାଙ୍କ ସହ କଳାକାର ଶିଜାନ ଖାନଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ଗତ ୧୫ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ବ୍ରେକଅପ ହେବା ପରେ ସେ ଶନିବାର ସୁଟିଂସେଟ୍‌ରେ ଆତ୍ମହତ୍ୟା କରିଥିଲେ ।" ଏନେଇ ତୁନିଷାଙ୍କ ମାଆ ଶିଜାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି । ଏହାପରେ ଶିଜାନଙ୍କୁ ଗିରଫ କରାଯାଇଛି । ଏହାପରେ ଶିଜାନଙ୍କୁ କୋର୍ଟରେ ହାଜର କରାଯିବା ପରେ ୪ଦିନ ଲାଗି ତାଙ୍କୁ ନ୍ୟାୟିକ ହେପାଜତକୁ ନିଆଯାଇଥିବା କହିଛନ୍ତି ଏସିପି ।

ଏହା ବି ପଢନ୍ତୁ- TV actress Tunisha Sharma committed suicide: ସୁଟିଂ ସେଟରେ ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା

IPC ଧାରା ସେକ୍ସନ ୩୦୬ ଆଧାରରେ ଶିଜାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଶିଜାନଙ୍କୁ ୱାଲିଭ ପୋଲିସ ଷ୍ଟେସନ ଗିରଫ କରିଥିବା ବେଳେ ବସାଇ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଏନେଇ ଶିଜାନଙ୍କ ଓକିଲ ଶରଦ ରାଏ କହିଛନ୍ତି, "ଯାହା ବି ଘଟିଛି । ସେନେଇ ପୋଲିସ ଓ କୋର୍ଟ କାମ କରୁଛନ୍ତି । ଶିଜାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଅଣାଯାଇଛି ତାହା ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ।"

ଏହା ବି ପଢନ୍ତୁ- TV Actress Tunisha Sharma Death Case: ଗିରଫ ହେଲେ କୋ-ଷ୍ଟାର ଶିଜନ ଖାନ

ଏସିପି ଯାଦବ ଆହୁରି କହିଛନ୍ତି ଯେ, ଉଭୟଙ୍କ ମୋବାଇଲ ଫୋନକୁ ଜବତ କରାଯାଇଛି । କୌଣସି ଲଭ୍‌ ଜିହାଦ, ବ୍ଲାକମେଲିଂ ବା ପରକୀୟା ପ୍ରୀତି ନେଇ ଏଯାବତ ସୂଚନା ମିଳିନାହିଁ । ସୋନୀ ସବ୍‌ ଚ୍ୟାନେଲର ସିରିଏଲ ଅଲିବାବା ଦାସ୍ତାନ ଏ କାବୁଲ (Ali Baba: Dastaan-E-Kabul)ର ପ୍ରମୁଖ ଅଭିନେତ୍ରୀ ତୁନିଷା ଶର୍ମା କାମ କରୁଥିବା ବେଳେ ତାଙ୍କ କୋ-ଷ୍ଟାର ଥିଲେ ଶିଜାନ । ଏହାବ୍ୟତୀତ ଭାରତର ବୀର ପୁତ୍ର ମହାରଣା ପ୍ରତାପ ଦ୍ବାରା ତୁନିଷା ଟିଭିରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ୨୦ ବର୍ଷ ବୟସରେ ତୁନିଷା ଟିଭି ସିରିଏଲ ଜଗତରେ ବହୁତ ନାମ କମାଇଥିଲେ । ବହୁତ କମ ବୟସରୁ ସେ ତାଙ୍କ ଅଭିନୟର ଛାପ ବିଭିନ୍ନ ସିରିଏଲ ଏବଂ ଫିଲ୍ମରେ ଛାଡିଛନ୍ତି ।

ତୁନିଷା ଶର୍ମା ଫିତୁର (Fitoor) ଏବଂ ବାର ବାର ଦେଖୋ(Bar Bar Dekho) ଭଳି ଫିଲ୍ମରେ କ୍ୟାଟ୍ରିନା କୈଫଙ୍କ ସହିତ ସ୍କ୍ରିନ ସେୟାର କରିଥିଲେ । ଏହି ସହିତ ସେ ବିଦ୍ୟାବାଲାନଙ୍କୁ ଫିଲ୍ମ କାହାନୀ-୨ରେ ମଧ୍ୟ ନଜର ଆସିଥିଲେ । ଇଣ୍ଟନନେଟ ୱାଲା ଲଭ, ଇସ୍କ ଶୁଭାନଲ୍ଲା, ଗାୟବ, ଶେର-ଏ-ପଞ୍ଜାବ ମହାରାଜା ରଣଜୀତ ସିଂହଙ୍କ ଭଳି ପପୁଲାର ଶୋ'ରେ ତାଙ୍କ ଅଭିନୟର ଛାପ ଛାଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.