ETV Bharat / bharat

ତେଲେଙ୍ଗାନା ବନ୍ୟା: କେନ୍ଦ୍ରରୁ ମିଳୁନି ସହାୟତା, ବର୍ଷିଲା ଟିଆରଏସ

author img

By

Published : Nov 9, 2020, 9:48 AM IST

ତେଲେଙ୍ଗାନାରେ ହୋଇଥିବା ବନ୍ୟାରେ କେନ୍ଦ୍ରରୁ କୌଣସି ସହାୟତା ମିଳୁନଥିବା ଦର୍ଶାଇ ବିଜେପି ଉପରେ ବର୍ଷିଛି ଟିଆରଏସ । ଅଧିକ ପଢନ୍ତୁ...

ତେଲେଙ୍ଗାନା ବନ୍ୟା
ତେଲେଙ୍ଗାନା ବନ୍ୟା

ହାଇଦ୍ରାବାଦ: ତେଲେଙ୍ଗାନା ବନ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରସରକାର ସହାୟତା ଦେଉନଥିବା ଦର୍ଶାଇ କେନ୍ଦ୍ର ଉପରେ ବର୍ଷିଛି ଟିଆରଏସ (ତେଲେଙ୍ଗାନା ରାଷ୍ଟ୍ର ସମିତି) । ରାଜ୍ୟର ଦାବିକୁ ଅଣଦେଖା କରିବା ତଥା ଏପର୍ଯ୍ୟନ୍ତ ସହାୟତା ଅର୍ଥ ପ୍ରଦାନ ନକରିବା କହି ବିଜେପି ସରକାରକୁ ଟାର୍ଗେଟ କରିଛି ଦଳ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ 669 କୋଟି ଟଙ୍କା ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିଥିବାବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦାବିକୁ ଅଣଦେଖା କରୁଥିବା ଟିଆରଏସ ଅଭିଯୋଗ ଆଣିଛି । ଟିଆରଏସ ନେତା ତଥା ଚେଯଭେଲା ସାଂସଦ ଡ. ଜି ରଞ୍ଜିତ ରେଡ୍ଡୀ ଏପରି ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 1350 କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ଚିଠି ଲେଖିଥିଲେ । ହେଲେ ଏହାକୁ 25 ଦିନ ବିତିଯାଇଥିଲେ ମଧ୍ୟ କେନ୍ଦ୍ରରୁ କୌଣସି ଜବାବ ମିଳିନାହିଁ । ଯେତେବେଳେ କି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଚିଠିର 4 ଦିନରେ ହିଁ ପ୍ରଧାନମନ୍ତ୍ରୀ ଜବାବ ରଖିଛନ୍ତି ବୋଲି ସେ କହିଛନ୍ତି ।

2017ରେ ଗୁଜୁରାଟରେ ହୋଇଥିବା ବନ୍ୟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗସ୍ତ କରିବା ସହ 500 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ହେଲେ ତେଲେଙ୍ଗାନା କ୍ଷେତ୍ରରେ ଏହା କଲେ ନାହିଁ । ତେଲେଙ୍ଗାନା କଣ ଭାରତର ଏକ ଅଂଶ ନୁହେଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ହାଇଦ୍ରାବାଦ ଲୋକ ଓ ସହର ପ୍ରତି ପ୍ରଧାନମନ୍ତ୍ରୀଙ୍କ କଣ କୌଣସି ଦାୟିତ୍ବ ନାହିଁ ବୋଲି ମଧ୍ୟ ସେ ପଚାରିଛନ୍ତି ।

ସେହିପରି ଟିଆରଏସ କାର୍ଯ୍ୟକାରୀ ସଭାପତି ତଥା ମନ୍ତ୍ରୀ କେଟି ରାମା ରାଓ ମଧ୍ୟ ବିଜେପି ସରକାର ଉପରେ ବର୍ଷିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ରହିଥିବା ଦର୍ଶାଇ ଦୁଇ ଦଳକୁ ଟାର୍ଗେଟ କରିଛନ୍ତି ସେ । ଆମେ ବନ୍ୟା ସମୟରେ ଲୋକଙ୍କ ସହିତ ଥିବାବେଳେ ବିଜେପି ଓ କଂଗ୍ରେସ ଦଳର ନେତାମାନେ ନିର୍ବାଚନରେ ମାତିଥିବା ସେ କହିଛନ୍ତି ।

ସୂଚନାଥାଉକି, ଲଗାଣ ବର୍ଷା କାରଣରୁ ତେଲେଙ୍ଗାନାରେ ବନ୍ୟା ଆସିଥିଲା । ଯେଉଁଥିରେ ଅନେକ ଧନଜୀବନ ନଷ୍ଟ ହେବା ସହ ଅନେକ କ୍ଷୟକ୍ଷତି ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.