ETV Bharat / bharat

Pangi Meets KCR: ଗମାଙ୍ଗ ପରିବାର ପରେ KCRଙ୍କୁ ସାକ୍ଷାତ କଲେ ପାଙ୍ଗୀ-ଅକ୍ଷୟ କୁମାର, ଜୋରଧରିଲା ଚର୍ଚ୍ଚା

author img

By

Published : Jan 17, 2023, 11:03 PM IST

ବିଆରଏସର ବିସ୍ତାର ପାଇଁ କେସିଆର ଏବେ ଓଡିଶା, ଆନ୍ଧ୍ର ଓ ମହାରାଷ୍ଟ୍ରର ରାଜନେତାଙ୍କୁ ଘନ ଘନ ସାକ୍ଷାତ କରୁଛନ୍ତି । ଓଡିଶାରେ ବିଆରଏସ ଶାଖା ଆରମ୍ଭ କରିବାକୁ ସମସ୍ତ ଯୋଜନା ଶେଷ ହୋଇଛି ।ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଖମାମ ସମାବେଶ ପରେ ଭାରତ ରାଷ୍ଟ୍ର ସମିତି ନିର୍ଦ୍ଦିଷ୍ଟ ଯେଉଁ କେତୋଟି ପ୍ରଦେଶକୁ ପ୍ରବେଶ କରିବାକୁ ଯାଉଛି ତାରି ମଧ୍ୟରେ ରହିଛି ଓଡିଶା । ଆସନ୍ତାକାଲି( ବୁଧବାର) ତେଲେଙ୍ଗାନାର ଖମାମ ଜିଲ୍ଲାରେ ଭାରତ ରାଷ୍ଟ୍ର ସମିତିର ପ୍ରଥମ ଜାତୀୟ ସମାବେଶ ହେବାକୁ ଯାଉଛି । ଏହି ସମାବେଶରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବିଆରଏସର ଯୋଜନା ସମ୍ପର୍କରେ ଘୋଷଣା କରିବେ । ଏହାସହ ପ୍ରାଥମିକ ପର୍ଯ୍ୟାୟରେ ଓଡିଶା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ରରେ ବିଆରଏସର ବିସ୍ତାର ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ବିଆରଏସର ବିସ୍ତାର ପାଇଁ କେସିଆର ଏବେ ଓଡିଶା, ଆନ୍ଧ୍ର ଓ ମହାରାଷ୍ଟ୍ରର ରାଜନେତାଙ୍କୁ ଘନ ଘନ ସାକ୍ଷାତ କରୁଛନ୍ତି । ଓଡିଶାରେ ବିଆରଏସ ଶାଖା ଆରମ୍ଭ କରିବାକୁ ସମସ୍ତ ଯୋଜନା ଶେଷ ହୋଇଛି । ମିଳିଥିବା ସୂତ୍ର ଅନୁସାରେ ବିଆରଏସରେ ଓଡିଶା ବିଜେପିର ପ୍ରମୁଖ ଆଦିବାସୀ ଚେହେରା ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ ଓ ଜୟରାମ ପାଙ୍ଗୀ ପ୍ରମୁଖ ସାମିଲ ହେବେ । ଏଥିପାଇଁ 3 ଟି ପର୍ଯ୍ୟାୟର ଆଲୋଚନା ସରିଛି । ଗତ 13 ତାରିଖରେ ଗମାଙ୍ଗ ବାପ ପୁଅ ହାଇଦ୍ରାବାଦ ଗସ୍ତ କରି ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସାକ୍ଷାତ କରିଥିଲେ । କେସିଆର ଗିରିଧର ଗମାଙ୍ଗଙ୍କୁ ଦଳରେ ସାମିଲ ହେବାକୁ ଖୋଲା ନିମନ୍ତ୍ରଣ ଦେଇଥିଲେ । ଯାହାକୁ ଶିଶିର ଗମାଙ୍ଗ ମଧ୍ୟ ସ୍ବୀକାର କରିଥିଲେ । ଗମାଙ୍ଗ ପରିବାର ବିଜେପି ଛାଡି ବିଆରଏସରେ ସାମିଲ ହେଉଥିବା ଏକ ପ୍ରକାର ନିଶ୍ଚିତ ହୋଇଛି ।

ଏହାବି ପଢନ୍ତୁ- ବିଜେପି ଛାଡିବେ ଗିରିଧର ଗମାଙ୍ଗ ! BRSରେ ହେବେ ସାମିଲ

ସେପଟେ ଗତକାଲି(ସୋମବାର) ଓଡିଶା ବିଜେପିର ଅନ୍ୟତମ ଆଦିବାସୀ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ନବ ନିର୍ମାଣ କୃଷକ ସଂଗଠନ ଓଡିଶା ଶାଖାର ଆବାହକ ଅକ୍ଷୟ କୁମାର ପ୍ରମୁଖ କେସିଆରଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ନେତାଙ୍କୁ ମଧ୍ୟ କେସିଆର ବିଆରଏସରେ ସାମିଲ ହୋଇ ଓଡିଶାର ପ୍ରଗତୀ କରିବାକୁ ପରାମର୍ଶ ଦେଇଛନ୍ତି । ତେଲେଙ୍ଗାନା ବିକାଶ ମଡେଲକୁ ବିଆରଏସ ମୁଦ୍ଦା କରିବାକୁ ଥିବା ବେଳେ, କେସିଆର ବିଆରଏସର ଯୋଜନା ତେଲେଙ୍ଗାନାର ବିକାଶ ସମ୍ପର୍କରେ ଉଭୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ ଉଭୟ ନେତା ବର୍ତ୍ତମାନ ବିଜେପିରେ ଥିବାବେଳେ, ବିଆରଏସ ଯିବେ କି ନାହିଁ ସ୍ପଷ୍ଟ କରିନାହାଁନ୍ତି । କିନ୍ତୁ ସମୟ ଆସିଲେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଯାହା ଏକ ସଂକେତ । ଯଦି ଉଭୟ ନେତା ବିଜେପି ଛାଡି ବିଆରଏସରେ ସାମିଲ ହୁଅନ୍ତି, ଏହା ରାଜ୍ୟ ବିଜେପିକୁ କ୍ଷତି ହେବା ନିଶ୍ଚିତ । ଯଦିଓ ଏହି ନେତାଙ୍କର ପ୍ରଭାବ ଓଡିଶା ରାଜନୀତିରେ ସେତେଟା ନାହିଁ ତଥାପି ବିଜେପିର ଆଦିବାସୀ ଚେହେରା ଅଛନ୍ତି ଗମାଙ୍ଗ ପରିବାର ଓ ଜୟରାମ ପାଙ୍ଗୀ ।

ଅନ୍ୟଏକ ସୂଚନା ଅନୁସାରେ, ଖମାମ ସମାବେଶ ପରେ ପରେ ବିଆରଏସର ଏକ ପ୍ରତିନିଧି ମଣ୍ଡଳୀ ଦକ୍ଷିଣ ଓଡିଶା ଗସ୍ତ କରିବେ । ଏହି ଟିମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ବିଆରଏସର ପ୍ରବେଶ ନେଇ ମୂଳଦୁଆ ପକାଇବ । କିନ୍ତୁ ଖୁବଶୀଘ୍ର ଗମାଙ୍ଗ ପରିବାର ବିଆରଏସରେ ସାମିଲ ହେଉଥିବା ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ହାଇଦ୍ରାବାଦ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.