ବିଜେପି ଛାଡିବେ ଗିରିଧର ଗମାଙ୍ଗ ! BRSରେ ହେବେ ସାମିଲ

author img

By

Published : Jan 13, 2023, 7:58 PM IST

ବିଜେପି ଛାଡିବେ ଗିରିଧାର ଗମାଙ୍ଗ

ଯଦିଓ ଗିରିଧର ଗମାଙ୍ଗ ଓଡିଶା ରାଜନୀତିରେ ବର୍ତ୍ତମାନ ଏତେ ପ୍ରଭାବ ରଖୁନାହାଁନ୍ତି, ତଥାପି ତାଙ୍କ ଅନୁଭବକୁ ଆଧାର କରି ବିଆରଏସ ତାଙ୍କୁ ଓଡିଶା ଦାୟିତ୍ବ ଦେବାକୁ ଯୋଜନା କରିଛି । ଗିରିଧର ଗମାଙ୍ଗ ମଧ୍ୟ ଗୋଟିଏ ସମୟରେ ଜଣେ ପ୍ରଭାବୀ ରାଜନେତା ଥିଲେ । ଗତ 2015 ମସିହାରେ ଗିରିଧର କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତ ରାଷ୍ଟ୍ର ସମିତି (BRS) ଓଡିଶା ଶାଖାର ସଭାପତି ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଶିଶିର ଗମାଙ୍ଗ ସମ୍ଭାଳିବେ ବିଆରଏସ ଓଡିଶା ଶାଖର ଯୁବ ବାହିନୀ । ଖୁବଶୀଘ୍ର ବିଜେପି ଛାଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ନେତୃତ୍ବାଧୀନ ଭାରତ ରାଷ୍ଟ୍ର ସମିତିରେ ସାମିଲ ହେବେ ଗମାଙ୍ଗ ବାପ ପୁଅ । ଆଜି ହାଇଦ୍ରାବାଦ ପ୍ରଗତୀ ଭବନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(KCR) ଙ୍କୁ ସାକ୍ଷାତ କରିଛନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ଏହି ସାକ୍ଷାତ ଆଲୋଚନା ପରେ ଗମାଙ୍ଗ ପରିବାର ବିଜେପି ଛାଡୁଥିବା ଅସମର୍ଥିତ ସୂତ୍ରରୁ ଖବର ମିଳିଛି ।

BRS ରେ ହେବେ ସାମିଲ
BRS ରେ ହେବେ ସାମିଲ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ଏବେ ଜାତୀୟ ରାଜନୀତିରେ ପ୍ରବେଶ କରିଛନ୍ତି । ଏଥିପାଇଁ ନିଜ ମୂଳ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି (TRS) କୁ ଜାତୀୟ ଦଳ ଭାରତ ରାଷ୍ଟ୍ର ସମିତିରେ ପରିଣତ କରିଛନ୍ତି । ଭାରତ ରାଷ୍ଟ୍ର ସମିତି ଜରିଆରେ କେସିଆର ଜାତୀୟ ରାଜନୀତିରେ ପ୍ରବେଶ କରି ଭାରତୀୟ ଜନତା ପାର୍ଟିକୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଭାରତ ରାଷ୍ଟ୍ର ସମିତି ଦଳକୁ ମଧ୍ୟ ନିର୍ବାଚନ ଆୟୋଗ ସ୍ବୀକୃତି ଦେଇଛନ୍ତି । ଦଳ ସ୍ବୀକୃତି ପାଇବା ପରେ ଏବେ ତେଲେଙ୍ଗାନା ବ୍ୟତୀତ କେସିଆର ଦେଶର ଅନ୍ୟ ରାଜ୍ୟ ଉପରେ ଆଖି ପକାଇଛନ୍ତି । ବିଶେଷ କରି ପଡୋଶୀ ଓଡିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ମହାରାଷ୍ଟ୍ରରେ ପ୍ରଥମ ପର୍ଯ୍ୟାୟରେ ଦଳୀୟ ଶାଖା ଆରମ୍ଭ କରିବାକୁ ଯାଉଛନ୍ତି । ଏହାସହ ଯେଉଁ ଯେଉଁ ରାଜ୍ୟରେ ବିଜେପି ଶାସନ କରୁଛି ସେଠି ବିଆରଏସକୁ ଲଞ୍ଚ କରି ପ୍ରାନ୍ତୀୟସ୍ତରରୁ ବିଜେପିକୁ ଘେରିବାକୁ ଯୋଜନା ପ୍ରସ୍ତୁତ ହେଉଛି । ଏଥିପାଇଁ ବିଜେପିରେ ଅଲୋଡା ହୋଇପଡିଥିବା କିମ୍ବା ବିଜେପି ବିରୋଧୀ ନେତାଙ୍କୁ ବିଆରଏସରେ ସାମିଲ କରିବାକୁ ରଣନୀତି ଆରମ୍ଭ ହୋଇଛି । ଓଡିଶାରେ ଯାହାର ପ୍ରଥମ ପ୍ରୟୋଗ ହେବେ ଗମାଙ୍ଗ ପରିବାର ।

BRS ରେ ହେବେ ସାମିଲ
BRS ରେ ହେବେ ସାମିଲ

ଯଦିଓ ଗିରିଧର ଗମାଙ୍ଗ ଓଡିଶା ରାଜନୀତିରେ ବର୍ତ୍ତମାନ ଏତେ ପ୍ରଭାବ ରଖୁନାହାଁନ୍ତି, ତଥାପି ତାଙ୍କ ଅନୁଭବକୁ ଆଧାର କରି ବିଆରଏସ ତାଙ୍କୁ ଓଡିଶା ଦାୟିତ୍ବ ଦେବାକୁ ଯୋଜନା କରିଛି । ଗିରିଧର ଗମାଙ୍ଗ ମଧ୍ୟ ଗୋଟିଏ ସମୟରେ ଜଣେ ପ୍ରଭାବୀ ରାଜନେତା ଥିଲେ । 17 ଫେବୃୟାରୀ 1999 ରୁ 6 ଡିସେମ୍ବର 1999 ପର୍ଯ୍ୟନ୍ତ ସ୍ବଳ୍ପ ସମୟ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ନିଜ ରାଜନୈତିକ ଜୀବନରେ ମୋଟ 9 ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ପଞ୍ଚମ ଲୋକସଭାକୁ କୋରାପୁଟ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ ଗିରିଧର ଗମାଙ୍ଗ ।

ଗତ 2015 ମସିହାରେ ଗିରିଧର ଗମାଙ୍ଗ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଯଦିଓ ନିଜେ କୌଣସି ନିର୍ବାଚନ ଲଢିନାହାଁନ୍ତି, କିନ୍ତୁ ତାଙ୍କୁ ପୁଅ ଶିଶିର ଗମାଙ୍ଗ ବିଜେପି ଟିକେଟରୁ ଗୁଣପୁର ବିଧାନସଭା ଆସନରୁ ଲଢି ପରାଜିତ ହୋଇଥିଲେ । ଗିରିଧର ଗମାଙ୍ଗ ବର୍ତ୍ତମାନ ବିଜେପି ଜାତୀୟ କାର୍ଯ୍ୟକାରୀଣ ସଦସ୍ୟ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.