ETV Bharat / bharat

ଗିନିଜ ୱାର୍ଲଡ ରେକର୍ଡରେ ସୃଷ୍ଟିଙ୍କ ନାଁ, ଲଗାତର 5ଦିନ ଧରି ନାଚିଲେ

author img

By

Published : Jun 15, 2023, 9:57 PM IST

ଲଗାତର 5 ଦିନ ଧରି ନୃତ୍ୟ ପରିବେଷଣ କରି ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପକ୍କା କରିଛନ୍ତି ମହାରାଷ୍ଟ୍ରର ସୃଷ୍ଟି ସୁଧୀର ଜଗତାପ। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସବୁଠୁ ଅଧିକ ସମୟର ଡ୍ୟାନ୍ସ ମାରାଥନ ହୋଇଥିବା ଜଣା ପଡିଛି । ଅଧିକ ପଢନ୍ତୁ

ଲଗାତର 5 ଦିନ ଧରି ନାଚିଲେ ସୃଷ୍ଟି
ଲଗାତର 5 ଦିନ ଧରି ନାଚିଲେ ସୃଷ୍ଟି

ମୁମ୍ବାଇ: ଲଗାତର 5 ଦିନ ଧରି ନୃତ୍ୟ ପରିବେଷଣ କରିଛନ୍ତି ମହାରାଷ୍ଟ୍ରର ଝିଅ ସୃଷ୍ଟି। ଦୀର୍ଘ 127 ଘଣ୍ଟା ଧରି ନୃତ୍ୟ କରି ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି ସୃଷ୍ଟି ସୁଧୀର ଜଗତାପ। ସ୍କୁଲ ଅଡିଟୋରିୟମରେ ସେ ଦୀର୍ଘ 127 ଘଣ୍ଟା ଧରି ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଛି। ଏହା ସବୁଠୁ ଅଧିକ ସମୟର ଡ୍ୟାନ୍ସ ମାରାଥନ ବୋଲି କୁହାଯାଉଛି।

ତେବେ ସୃଷ୍ଟି ସୁଧୀରଙ୍କୁ ମାତ୍ର 16 ବର୍ଷ ବୟସ ହୋଇଥିବା ଜଣାପଡିଛି। ପୂର୍ବରୁ 2018 ମସିହାରେ ସର୍ବାଧିକ ସମୟ ନୃତ୍ୟ କରି ରେକର୍ଡ ସୃଷ୍ଟି କରିଥିଲେ ନେପାଳୀ ଡ୍ୟାନ୍ସର ବନ୍ଦନା। ସେ ସର୍ବମୋଟ୍ 126 ଘଣ୍ଟା ଧରି ନୃତ୍ୟ ପରିବେଷଣ କରିଥିବାବେଳେ 127 ଘଣ୍ଟା ପର୍ଯ୍ୟନ୍ତ ନୃତ୍ୟ କରି ପୂର୍ବ ରେକର୍ଡ ଭାଙ୍ଗିଛନ୍ତି ସୃଷ୍ଟି ।

ତେବେ ସୃଷ୍ଟି ଦୀର୍ଘ ସମୟ ଧରି ଅଧି ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରିଥିବାବେଳେ ଅଡିଟୋରିୟମରେ ତାଙ୍କୁ ଖୁବ ସମର୍ଥନ ମିଳିଥିବା କହିଛନ୍ତି GWR ଅଧିକାରୀ ସ୍ବପ୍ନିଲ ଦଙ୍ଗାରିକର। ଯେତେ ବେଳେ ସୃଷ୍ଟି ନାଚିବା ସମୟରେ ଥକି ଯାଇଥିଲେ ସେହି ସମୟରେ ତାଙ୍କ ଉପରକୁ ପାଣି ସ୍ପ୍ରେ କରିଥିଲେ ସୃଷ୍ଟିଙ୍କ ପିତା ମାତା। ତେବେ ସୃଷ୍ଟିଙ୍କ ଦ୍ବାରା ମେ 29 ତାରିଖ ଅପରାହ୍ନରୁ ଆରମ୍ଭ ହୋଇଥିବା ନୃତ୍ୟ ଜୁନ 3 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ସମ୍ପୂର୍ଣ୍ଣ ଦିନ ମାନ ଶୋଇ ରହିଥିଲେ ସୃଷ୍ଟି।

ଅପରପକ୍ଷେ, ଏଭଳି ରେକର୍ଡ କରିବା ପାଇଁ ସୃଷ୍ଟି ପୂର୍ବରୁ ଅନେକ ପରିଶ୍ରମ କରିଥିବା କହିଛନ୍ତି। ଏଥିପାଇଁ ସେ ଦୀର୍ଘ 15 ମାସ ଧରି ଅଭ୍ୟାସ ଜାରି ରଖିଥିଲେ। ଏଥିପାଇଁ ସୃଷ୍ଟିଙ୍କ ଜେଜେ ବାପା ତାଙ୍କୁ ପ୍ରଶିକ୍ଷଣ ଦେଇଥିବା ସେ କହିଛନ୍ତି। ଏହାସହ ତାଙ୍କ ଜେଜେ ବାପା ବାବନ ମାନେ ତାଙ୍କୁ ଏକ ପ୍ରକାର ଯୋଗ ନିଦ୍ରା ମଧ୍ୟ ଶିକ୍ଷା ଦେଇଛନ୍ତି। ଯାହାଦ୍ବାରା ସେ ନିଜର ନିଦ୍ରାକୁ ନିୟନ୍ତ୍ରଣରେ ଆଣିବାରେ ସକ୍ଷମ ହେବେ।

ଏହାସହ ସୃଷ୍ଟି କହିଛନ୍ତି ଯେ, ସେହି ସମୟରେ ତାଙ୍କ ଶରୀରରେ ପ୍ରବଲ ପୀଡା ଅନୁଭବ ହେଉଥିଲା। ହେଲେ ସେ ନିଜ ଲକ୍ଷ୍ୟ ହାସଲ ପାଇଁ ମାନସିକ ଭାବେ ପ୍ରସ୍ତୁତ ରହି ନୃତ୍ୟ ପରିବେଷଣ କରି ଚାଲିଥିଲେ। ଆଉ ସେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ସଫଳତା ହାସଲ କରିବା ସହ ସାରା ଦେଶରେ ନାଁ କରିଛନ୍ତି। ତେବେ ଆଗକୁ ଭାରତୀୟ ନୃତ୍ୟ ଏବଂ ସଂସ୍କୃତିକୁ ବିଶ୍ବ ଦରବାରରେ ଉପସ୍ଥାପନ କରିବା ପାଇଁ ଆଶା କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.