ETV Bharat / bharat

ଆଫଗାନିସ୍ତାନରେ ସୁଶାସନ କରିବ ତାଲିବାନ: ଫାରୁକ ଅବଦୁଲ୍ଲା

author img

By

Published : Sep 8, 2021, 4:13 PM IST

ପୁଣି ଚର୍ଚ୍ଚାରେ ଫରୁକ ଅବଦୁଲ୍ଲା। କହିଲେ ଆଫଗାନିସ୍ତାନରେ ସୁଶାସନ କରିବ ତାଲିବାନ। ଅଧିକ ପଢନ୍ତୁ...

ଆଫଗାନିସ୍ତାନରେ ସୁଶାସନ ଦେବ ତାଲିବାନ: ଫାରୁକ ଅବଦ୍ଦୁଲା
ଆଫଗାନିସ୍ତାନରେ ସୁଶାସନ ଦେବ ତାଲିବାନ: ଫାରୁକ ଅବଦ୍ଦୁଲା

ଶ୍ରୀନଗର: ଭାରତ ବିରୋଧୀ ତଥା ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ନ୍ୟାସନାଲ କନ୍ଫରେନ୍ସ ନେତା ତଥା ପୂର୍ବତନ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ପୁଣି ନିଜର ଏକ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଏଥର ଫାରୁକ ଭାରତ-ପାକ ସମ୍ପର୍କ କିମ୍ବା କାଶ୍ମୀର ପ୍ରସଙ୍ଗ ନୁହେଁ, ବରଂ ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ମନ୍ତବ୍ୟ ରଖିଛନ୍ତି । ଫାରୁକ କହିଛନ୍ତି ଆଫଗାନିସ୍ତାନରେ ଶାସନ କ୍ଷମତା ହାତେଇଥିବା ତଥା ସଦ୍ୟତମ ସରକାର ଗଠନ କରିଥିବା ତାଲିବାନ ଦେଶରେ ସୁଶାସନ କରିବ ।

ଫାରୁକ ତାଙ୍କ ମନ୍ତବ୍ୟରେ କହିଛନ୍ତି, ଆଫଗାନିସ୍ତାନ ଏକ ଭିନ୍ନ ଦେଶ। କ୍ଷମତାକୁ ଆସିଥିବା ତାଲିବାନକୁ ଦେଶରେ ସ୍ଥିରତା ବଜାୟ ରଖିବାକୁ ହେବ । ତାଲିବାନ ଆଫଗାନବାସୀଙ୍କୁ ଉଚିତ ନ୍ୟାୟ ଓ ସୁଶାସନ ଦେଇପାରିବା ନେଇ ତାଙ୍କର ବିଶ୍ବାସ ମଧ୍ୟ ଥିବା କହିଛନ୍ତି ଫାରୁକ। ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ସହ ଇସଲାମୀୟ ଧର୍ମାନୁସାରେ ସରକାର ଚଳାଇବ ତାଲିବାନ। ଶ୍ରୀନଗରରେ ପିତା ସେକ ଅବଦୁଲ୍ଲାଙ୍କ 39 ତମ ଶ୍ରାଦ୍ଧବାର୍ଷିକୀରେ ଆୟୋଜିତ ଏକ ସଭାରେ ଯୋଗ ଦେବା ଅବସରରେ ସେ ଗଣମାଧ୍ୟମକୁ ଏପରି ଟିପ୍ପଣୀ ଦେଇଥିବା ନଜର ଆସିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ,ଯେ ତାଙ୍କ ଦଳ ନ୍ୟାସନାଲ କନ୍ଫରେନ୍ସ ଆଗାମୀ ବିଧାନସଭା ନିର୍ବାଚନ ଲଢିବା ସହ କାଶ୍ମୀରର ପୂର୍ବ ପରିଚୟ ଫେରାଇ ଆଣିବା ପାଇଁ ଲଢେଇ ଜାରି ରଖିବ । ତେବେ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ନ ଥିବାବେଳେ ଯେବେ ନିର୍ବାଚନ ଅନୁଷ୍ଠିତ ହେବ ତାଙ୍କ ଦଳ ପ୍ରତିଦ୍ବନ୍ଦିତା କରିବା ନେଇ ସ୍ପଷ୍ଟ କରିଛନ୍ତି ଅବଦୁଲ୍ଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.