ETV Bharat / bharat

Budget 2023: ସତ ହେଲା ସୁଶାନ୍ତଙ୍କ ଭବିଷ୍ୟବାଣୀ, ବଜେଟରେ ଘୋଷଣା କଲେ ଅର୍ଥମନ୍ତ୍ରୀ

author img

By

Published : Feb 2, 2023, 11:00 PM IST

ସତ ହେଲା ସୁଶାନ୍ତ ସିଂ ରାଜପୁତଙ୍କ ଭବିଷ୍ୟବାଣୀ । ୨୦୧୯ରେ କହିଥିବା କଥା ଆଜି ସତ ହୋଇଛି । ଏ ନେଇ ଫେବୃଆରୀ ୧ ତାରିଖରେ ବଜେଟ ଉପସ୍ଥାପନରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

Sushant singh Rajput prediction
Sushant singh Rajput prediction

ନୂଆଦିଲ୍ଲୀ: ସତ ହେଲା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭବିଷ୍ୟବାଣୀ । କେନ୍ଦ୍ର ବଜେଟ ୨୦୨୩ ଉପସ୍ଥାପନ ପରେ ଏହା ପ୍ରମାଣିତ ହୋଇଛି । ଅଭିନେତାଙ୍କ ମୃତ୍ୟୁ ଆଜି ବି ରହସ୍ୟଘେରରେ ରହିଥିବା ବେଳେ ଫ୍ୟାନ୍ସ ଆଜି ପର୍ଯ୍ୟନ୍ତ ବି ତାଙ୍କୁ ଭୁଲି ପାରିନାହାନ୍ତି । ଅଭିନୟ ସାଙ୍ଗକୁ ସୁଶାନ୍ତ ପାଠପଢାରେ ମଧ୍ୟ ବେଶ ପାରଙ୍ଗମ ଥିଲେ । ସୁଶାନ୍ତ ଭୌତିକ ବିଜ୍ଞାନ ପ୍ରତି ବେଶ ରୁଚି ରଖୁଥିଲେ । ସେ ଜୀବିତ ସମୟରେ କହିଥିଲେ ଯେ ଦିନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଓ ରୋବୋଟିକ୍ସକୁ ପାଠ୍ୟକ୍ରମରେ ସାମିଲ କରାଯିବ । ଯାହାକି ବାସ୍ତବରେ ସତ ହୋଇଛି । ଚଳିତ ବଜେଟରେ ଏହି ୨ଟି କୋର୍ସକୁ ପାଠ୍ୟକ୍ରମରେ ସାମିଲ କରିବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ ଅଭିଭାଷଣରେ ଘୋଷଣା କରିଛନ୍ତି । ଏହା ସହିତ ସତ ହୋଇଛି ସୁଶାନ୍ତଙ୍କ ଭବିଷ୍ୟବାଣୀ ।

ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣକାଳୀନ ବଜେଟକୁ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଓ ରୋବୋଟିକ୍ସକୁ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ଘୋଷଣା କରିଛନ୍ତି । ପରିବର୍ତ୍ତନ ସମୟକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛି । ବର୍ତ୍ତମାନ ଯୁଗରେ ସବୁ କିଛି ଆଡଭାନ୍ସ ହେବାରେ ଲାଗିଛି । ଟେକ୍ନୋଲୋଜି ଦୁନିଆ ପ୍ରତି ଆବାଳ ବୃଦ୍ଧବନିତାଙ୍କ ଆଗ୍ରହ ଜାତ ହୋଇଛି । ଏଥିଲାଗି ଦେଶର ପ୍ରମୁଖ ଅନୁଷ୍ଠାନଗୁ଼ଡ଼ିକରେ AI ଓ ରୋବୋଟିକ୍ସକୁ କୋର୍ସରେ ସାମିଲ କରାଯିବ ।

ଏହା ବି ପଢନ୍ତୁ- ଗୁରୁତର ଅଭିନେତା ପିଣ୍ଟୁ ନନ୍ଦ, ତୁରନ୍ତ ଯକୃତ ପ୍ରତିରୋପଣ ପାଇଁ ଡାକ୍ତରଙ୍କ ପରାମର୍ଶ

ସୁଶାନ୍ତ କରିଥିଲେ ଭବିଷ୍ୟବାଣୀ:- ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ୨୦୧୯ ମସିହାରେ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ଏହାର ଭବିଷ୍ୟ ଭିତ୍ତିଭୂମି ଉପରେ ନିଜର ରାୟ ଦେଇଥିଲେ । ସୁଶାନ୍ତ କହିଥିଲେ ଯେ ଭବିଷ୍ୟତରେ କୋଡିଂକୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରାଯିବ । ସେ କହିଥିଲେ ଯେ ନର୍ସରୀରେ ପାଠ ପଢୁଥିବା ପ୍ରାୟ ୬୫ ପ୍ରତିଶତ କୁନି କୁନି ଛାତ୍ରଛାତ୍ରୀ ଆଗାମୀ ଦିନରେ ଏହି ଟେକ୍ନୋଲୋଜି ଉପରେ କାମ କରିବେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଆବିଷ୍କାର ହୋଇନାହିଁ । ଖାଲି ସେତିକି ନୁହେଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଓ ରୋବୋଟିକ୍ସକୁ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ମଧ୍ୟ ସେ କହିଥିଲେ । ଯାହାକି ଆଜି ବାସ୍ତବରେ ସତ ହୋଇଛି ।

ଏପରି ଲୋକଙ୍କୁ ସାହାଯ୍ୟ କରୁଥିଲେ ସୁଶାନ୍ତ:- ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ବାରା ନିଜେ ଯୋଡି ହୋଇ ରହୁଥିଲେ ସୁଶାନ୍ତ । ଏହା ଉପରେ ସେ ଏକ ଆପ୍‌ ତିଆରି କରିଥିଲେ । ଯାହାଦ୍ବାରା ସେ ଗରିବ ଲୋକଙ୍କ ସେବା କରୁଥିଲେ । ଏ ନେଇ ଡେନମାର୍କର ଜଣେ ଉଦ୍ୟୋଗୀ ମଧ୍ୟ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଏହି ଆପ୍‌କୁ ତିଆରି କରିବା ଲାଗି ନିଜେ ଉଦ୍ୟମ କରିଥିଲେ ସୁଶାନ୍ତ । ଟେକ୍ନୋଲୋଜିକୁ ବ୍ୟବହାର କରି ସେ ଲୋକଙ୍କ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲେ । ସୁଶାନ୍ତ ହୃଦୟବାନ ଥିବାରୁ ଫ୍ୟାନ୍ସମାନେ ତାଙ୍କୁ ଖୁବ ପସନ୍ଦ କରୁଥିଲେ । ଆଜି ବି ତାଙ୍କ ମୃତ୍ୟୁ ଖବର ଅନେକଙ୍କୁ ବ୍ୟଥିତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.