ETV Bharat / bharat

Centre Vs Delhi Govt Row: ଦିଲ୍ଲୀରେ କିଙ୍ଗ୍ କେଜ୍ରିୱାଲ, ଅଧିକାରୀ ନିଯୁକ୍ତି ନିଷ୍ପତ୍ତି ନେବେ ଦିଲ୍ଲୀ ସରକାର

author img

By

Published : May 11, 2023, 1:02 PM IST

Updated : May 11, 2023, 1:34 PM IST

ଦିଲ୍ଲୀ ବନାମ କେନ୍ଦ୍ର ସରକାର ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ରାଜଧାନୀରେ ସରକାରୀ ଅଧିକାରୀ ନିଯୁକ୍ତି ନିଷ୍ପତ୍ତି ନେବେ ଦିଲ୍ଲୀ ସରକାର । ଅଧିକ ପଢନ୍ତୁ

Centre Vs Delhi Government Dispute
Centre Vs Delhi Government Dispute

ନୂଆଦିଲ୍ଲୀ: ରାଜଧାନୀରେ ପାୱାରକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ମାମଲାର ଆଜି ସୁପ୍ରିମକୋର୍ଟରେ ରାୟ ପ୍ରକାଶ ପାଇଛି । ସର୍ବୋଚ୍ଚ ଅଦାଲତ କେଜ୍ରିୱାଲ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଜାତୀୟ ରାଜଧାନୀରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ସମ୍ପର୍କରେ ନିର୍ବାଚିତ ସରକାର ନିଷ୍ପତ୍ତି ନେବେ । ଅର୍ଥାତ୍ ଉପରାଜ୍ୟପାଳ ନୁହଁନ୍ତି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅଧିକ ପାୱାରଫୁଲ ଅଟନ୍ତି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ ଏହି ଫୈସଲା ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଉଭୟ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ପାଖରେ ଅଧିକାର ଅଛି । ହେଲେ ରାଜ୍ୟପାଳଙ୍କୁ ସରକାରଙ୍କ ନିଷ୍ପତ୍ତି ମାନିବାକୁ ପଡିବ । ନିର୍ବାଚିତ ସରକାରଙ୍କ ପାଖରେ ପ୍ରଶାସନିକ ସେବାର ଅଧିକାର ରହିବା ଆବଶ୍ୟକ ।

୨୦୨୧ରେ କେନ୍ଦ୍ର ସରକାର ଗଭର୍ଣ୍ଣମେଣ୍ଟ ଅଫ୍ ଏନସିଟି ଅଫ୍ ଦିଲ୍ଲୀ ଆକ୍ଟ(GNCTD) ପାସ୍ କରିଥିଲେ । ଏଥିରେ ଦିଲ୍ଲୀର ଉପରାଜ୍ୟପାଳଙ୍କୁ କିଛି ଅତିରିକ୍ତ ଅଧିକାର ଦିଆଯାଇଥିଲା । ସରକାର ଯେକୌଣସି ନିଷ୍ପତ୍ତି ନେବା ପାଇଁ ଉପ ରାଜ୍ୟପାଳଙ୍କ ରାୟ ଜରୁରୀ ବୋଲି କୁହାଯାଇଥିଲା । ଯାହାକୁ ଆମ୍ ଆଦମୀ ପାର୍ଟି ବିରୋଧି କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲା । ଦିଲ୍ଲୀ ରାଜଧାନୀ ହୋଇଥିବାରୁ ଏଠାରେ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଉପରେ କେନ୍ଦ୍ରର ଅଧିକାର ରହିଛି ବୋଲି କେନ୍ଦ୍ର ସରକାର ଯୁକ୍ତି କରିଥିଲେ । କିନ୍ତୁ ଦିଲ୍ଲୀ ସରକାର ଏହାକୁ ଜୋରଦାର ବିରୋଧ କରିଥିଲେ । ଫଳରେ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଆଜି ସୁପ୍ରିମକୋର୍ଟ ଏହି ମାମଲାର ରାୟ ପ୍ରକାଶ କରିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ନିର୍ବାଚିତ ସରକାରଙ୍କ ପାଖରେ ପ୍ରଶାସନିକ ସେବାର ଅଧିକାର ରହିବା ଉଚିତ୍ । ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିର ଅଧିକାର ଦିଲ୍ଲୀ ସରକାରଙ୍କ । ଉପରାଜ୍ୟପାଳଙ୍କୁ ସରକାରଙ୍କ ପରାମର୍ଶ ମାନିବାକୁ ପଡିବ । ରାୟ ପ୍ରକାଶ ସମୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଦିଲ୍ଲୀରେ ପ୍ରଶାସନିକ ସେବା ନିୟନ୍ତ୍ରିତ କରିବାର ଅଧିକାର କାହାର ତାହା ପ୍ରସଙ୍ଗ ଅଟେ । ତେବେ କେନ୍ଦ୍ରର ହସ୍ତକ୍ଷେପ ଦ୍ବାରା ଯେପରି ରାଜ୍ୟର କାର୍ଯ୍ୟ ପ୍ରଭାବିତ ନହେବେ ତାହା ଦେଖିବାକୁ ପଡିବ । ନିର୍ବାଚିତ ସରକାର ଜନତା ନିକଟରେ ଉତ୍ତରଦାୟୀ ଅଟନ୍ତି ।

ସିଜେଆଇଙ୍କ ନେତୃତ୍ବାଧୀନ ପାଞ୍ଚ ଜଣିଆ ପୀଠରେ ବିଚାରପତି ଏମ.ଆର ଶାହ, କୃଷ୍ଣ ମୁରାରୀ, ହିମା କୋଲୀ ଏବଂ ପିଏସ ନରସିଂହା ସାମିଲ ଅଛନ୍ତି । ଗତ ଜାନୁୟାରୀ ୧୮ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ଓ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୁ ସିଂଘବୀ ମାମଲା ପରିଚାଳନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 11, 2023, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.